ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ନେଇଛନ୍ତି ନକଲି କରୋନା ଟିକା!

କୋଲକାତା: ଅଭିନେତ୍ରୀ ତଥା ସାଂସଦ ମିମି ଚକ୍ରବର୍ତ୍ତୀଙ୍କ ସହ ଅନେକ ଲୋକ ଗୋଟିଏ ନକଲି କରୋନା ଟିକା କ୍ୟାମ୍ପରେ ଠକାମୀର ଶିକାର ହୋଇଛନ୍ତି। ଏମାନେ ନେଇଥିବା ଟିକା କ୍ୟାମ୍ପ ନକଲି ବୋଲି ଦୁଇ ଦିନ ତଳେ ପୁଲିସ୍ ଜାଣିବାକୁ ପାଇଥିଲା। ଏହାର ପର୍ଦ୍ଦାଫାସ କରିବା ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ପୁଲିସ୍‌ ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବା ସହ ତାଙ୍କୁ ଟିକାକରଣ ପାଇଁ ହୋଇଥିବା କ୍ୟାମ୍ପକୁ ଆଣିଇଥିଲା। ଟିକାକରଣ ହୋଇଥିବା ସ୍ଥାନରୁ କିଛି ଭିଆଲ୍ସ ଠାବ […]

Mimi

Hemant Lenka
  • Published: Thursday, 24 June 2021
  • , Updated: 24 June 2021, 10:32 PM IST

କୋଲକାତା: ଅଭିନେତ୍ରୀ ତଥା ସାଂସଦ ମିମି ଚକ୍ରବର୍ତ୍ତୀଙ୍କ ସହ ଅନେକ ଲୋକ ଗୋଟିଏ ନକଲି କରୋନା ଟିକା କ୍ୟାମ୍ପରେ ଠକାମୀର ଶିକାର ହୋଇଛନ୍ତି। ଏମାନେ ନେଇଥିବା ଟିକା କ୍ୟାମ୍ପ ନକଲି ବୋଲି ଦୁଇ ଦିନ ତଳେ ପୁଲିସ୍ ଜାଣିବାକୁ ପାଇଥିଲା। ଏହାର ପର୍ଦ୍ଦାଫାସ କରିବା ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।

ପୁଲିସ୍‌ ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବା ସହ ତାଙ୍କୁ ଟିକାକରଣ ପାଇଁ ହୋଇଥିବା କ୍ୟାମ୍ପକୁ ଆଣିଇଥିଲା। ଟିକାକରଣ ହୋଇଥିବା ସ୍ଥାନରୁ କିଛି ଭିଆଲ୍ସ ଠାବ ହୋଇଛି। ଏଥିରେ କେବଳ କିଛି ପାଉଡର ଓ ଲିକ୍ୟୁଡି ରହିଥିବା ଜଣାପଡ଼ିଛି। ଏହାର ଅର୍ଥ ଏଠାରେ ମିମି ଚକ୍ରବର୍ତ୍ତୀ ଓ ଅନ୍ୟମାନେ ଯେଉଁ ଟିକା ନେଇଥିଲେ, ତାହା ଅସଲ ନୁହେଁ ବରଂ ନକଲି ଟିକା ଥିଲା।

ସେମାନଙ୍କୁ ଏହି ପାଉଡର ଓ ଅଜଣା ଲିକ୍ୟୁଡି ଦିଆଯାଇଥିବା ସ୍ପଷ୍ଟ ହୋଇଛି। କୋଲକାତା ପୌରପାଳିକାର ଅତିନ ଘୋଷ କହିଛନ୍ତି, ପ୍ରାଥମିକ ତଦନ୍ତରୁ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଜବତ ଭିଆଲ୍ସରେ କୌଣସି ପ୍ରକାରର କୋଭିସିଲ୍ଡ ଟିକା ନାହିଁ। ଏଥିରେ କେବଳ କିଛି ପାଉଡର ଓ ଲିକ୍ୟୁଡି ରହିଛି। ଏଠାରେ ମିନି ଚକ୍ରବର୍ତ୍ତୀଙ୍କ ସହ ପ୍ରାୟ ୨୦୦ ଜଣ ଲୋକ କୋଭିସିଲ୍ଡ ଟିକା ନେଇଥିବା ଦାବି କରାଯାଇଛି।

ଗୁରୁବାର ସନ୍ଧ୍ୟାରେ କୋଲକାତା ପୁଲିସ୍‌ ଅଭିଯୁକ୍ତ ଦେବାଞ୍ଜନ ଦେବଙ୍କୁ କସବା ଅଞ୍ଚଳରେ ଥିବା ତାଙ୍କ ଅଫିସକୁ ଆଣିଥିଲା। ଏଠାରେ ନକଲି ଟିକାକରଣ କ୍ୟାମ୍ପ ଚାଲିଥିବା ମଙ୍ଗଳବାର ଜଣାପଡ଼ିଥିଲା। ଦେବାଞ୍ଜନ ଦେବ ଏଠାରେ ଟିକାକରଣ କ୍ୟାମ୍ପ ଚଳାଇଥିଲେ। ଏଠାରେ ପାଉଡର, ଲିକ୍ୟୁଡି ସହ ଗ୍ଲୋବ୍ସ, ସାନିଟାଇଜର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ଦେବାଞ୍ଜନଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇ ବିପୁଳ ସଂଖ୍ୟାରେ ଆମିକାସିନ ଇଞ୍ଜେକସନ ଓ ନକଲି କୋଭିସିଲ୍ଡ ଷ୍ଟିକର ଥିବା ଭିଆଲ୍ସ ଜବତ କରାଯାଇଛି। ଦେବାଞ୍ଜନ କୋଲକାତା ପୌରପାଳିକା ବ୍ୟାନରେ ୨ ମାସ ହେଲା ଏଠାରେ କ୍ୟାମ୍ପ ଚଳାଇଥିଲେ। ଏହି ନକଲି ଟିକାକରଣ କ୍ୟାମ୍ପରେ ଅନେକ ଲୋକଙ୍କୁ ଟିକା ଦିଆଯାଇଛି। ଏବେ ସେମାନଙ୍କ ଶୀରର ଉପରେ କ’ଣ ପ୍ରଭାବ ପଡ଼ୁଛି, ତା’ର ଯାଞ୍ଚ ସ୍ୱାସ୍ଥ୍ୟକର୍ମୀମାନେ କରୁଛନ୍ତି।

Related story