ସୋମବାରଠାରୁ ଖୋଲିବ ସିନେମା ହଲ୍ ଓ ଜିମ୍

ଲକ୍ଷ୍ନୌ: ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି କିଛି ରାଜ୍ୟରେ କରୋନା କଟକଣା କୋହଳ କରାଯାଇଛି । ଉତ୍ତର ପ୍ରଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର୍ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଏହା ସହ ରାଜ୍ୟ ସରକାର ଲଗାତର ଲୋକଙ୍କ ପାଇଁ କଟକଣା କୋହଳ କରିଛନ୍ତି । ଏହି କ୍ରମରେ ସୋମବାର ଠାରୁ ଅର୍ଥାତ୍ ଜୁଲାଇ ୫ ତାରିଖରୁ ରାଜ୍ୟରେ ମଲ୍ଟିପ୍ଲେକ୍ସ, ସିନେମା ହଲ୍, ଜିମ୍ ଓ […]

cinema-hall

cinema-hall

Ranjit Kumar Jena
  • Published: Friday, 02 July 2021
  • Updated: 02 July 2021, 10:47 PM IST

Sports

Latest News

ଲକ୍ଷ୍ନୌ: ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି କିଛି ରାଜ୍ୟରେ କରୋନା କଟକଣା କୋହଳ କରାଯାଇଛି । ଉତ୍ତର ପ୍ରଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର୍ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଏହା ସହ ରାଜ୍ୟ ସରକାର ଲଗାତର ଲୋକଙ୍କ ପାଇଁ କଟକଣା କୋହଳ କରିଛନ୍ତି । ଏହି କ୍ରମରେ ସୋମବାର ଠାରୁ ଅର୍ଥାତ୍ ଜୁଲାଇ ୫ ତାରିଖରୁ ରାଜ୍ୟରେ ମଲ୍ଟିପ୍ଲେକ୍ସ, ସିନେମା ହଲ୍, ଜିମ୍ ଓ ସ୍ପୋର୍ଟସ୍ ଷ୍ଟାଡିୟମ ଖୋଲିବ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିନେମା ହଲର ଅପରେଟରଙ୍କୁ ଆବଶ୍ୟକ ଓ ସମସ୍ୟାକୁ ସହାନୁଭୂତିପୂର୍ବକ ବିଚାର କରିବାକୁ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡର ପ୍ରଭାବ ସିନେମାହଲର ଅପରେଟରଙ୍କ ବ୍ୟବସାୟ ଉପରେ ପଡ଼ିଛି । ଏଥିପାଇଁ ସୋମାବାରଠାରୁ ଅର୍ଥାତ୍ ଜୁଲାଇ ୫ ତାରିଖରୁ ମଲ୍ଟିପ୍ଲେକ୍ସ, ସିନେମା ହଲ୍ ବ୍ୟତୀତ ଜିମ୍ ଓ ସ୍ପୋର୍ଟସ୍ ଷ୍ଟାଡିୟମ୍ ଖୋଲିବାକୁ ଅନୁମତି ମିଳିଛି । ତେବେ କୋଭିଡ୍ ପ୍ରୋଟୋଲ୍ ଅନୁପାଳନ ସହ ଏସବୁ ସ୍ଥାନ ଖୋଲାଯିବ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ଏବେ କରୋନା ମହାମାରୀର ସ୍ଥିତି ନିୟନ୍ତ୍ରଣରେ ରହିଛି । ସଂକ୍ରମଣ ହାର ମଧ୍ୟ ସର୍ବନିମ୍ନ ଅଛି । ପ୍ରତିଦିନ ରାଜ୍ୟରେ ଅଢ଼େଇ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଉଛି ଏବଂ ପଜିଟିଭିଟୀ ହାର ମଧ୍ୟ ଏକ ପ୍ରତିଶତରୁ କମ୍ ହୋଇସାରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ଲକ୍ଷ ୭୦ ହଜାର ୭୨୩ କୋଭିଡ୍ ଟେଷ୍ଟ କରାଯାଇଛି ।

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ମାତ୍ର ୧୩୩ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୨୨୮ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏଯାଏ ୫ କୋଟି ୮୩ଲକ୍ଷ ୮୨ ହଜାରରୁ ଅଧିକ ଟେଷ୍ଟ ହୋଇସାରିଛି । ଏପର୍ୟ୍ୟେନ୍ତ ୧୬ ଲକ୍ଷ ୮୧ହଜାର ୨୦୮ ଜଣ କରୋନ ସଂକ୍ରମଣରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos