ଗୋଟିଏ ସରକାର, କିନ୍ତୁ ସମାନ କରୋନା ଇଞ୍ଜେକସନକୁ ଭିନ୍ନ ଦାମରେ କିଣିଲେ

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣ ଭିତରେ ସରକାରୀ ସ୍ତରରେ ହେଉଥିବା ଦୁର୍ନୀତିର ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ସମାନ କରୋନା ଇଞ୍ଜେକସନ ପାଇଁ ଗୋଟିଏ ସରକାରର ଦୁଇଟି ବିଭାଗ କେମିତି ଭିନ୍ନ ଭିନ୍ନ ଦାମ ଦେଇଛନ୍ତି, ତା’ର ସୁରାଗ ଗଣମାଧ୍ୟମ ହାତରେ ଲାଗିଛି। କରୋନା ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେଉଥିବା ରେମଡେସିଭିର ଇଞ୍ଜେକସନକୁ ଗୋଟିଏ ବିଭାଗ ଯେତିକି ଟଙ୍କାରେ କିଣିଥିଲା, ତା’ଠାରୁ ଦୁଇ ଗୁଣା ଟଙ୍କା ଦେଇ ଆଉ ଗୋଟିଏ ବିଭାଗ ଏହାକୁ କିଣିଛି। […]

Remdesivir

Hemant Lenka
  • Published: Wednesday, 14 April 2021
  • , Updated: 14 April 2021, 08:01 PM IST

ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣ ଭିତରେ ସରକାରୀ ସ୍ତରରେ ହେଉଥିବା ଦୁର୍ନୀତିର ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ସମାନ କରୋନା ଇଞ୍ଜେକସନ ପାଇଁ ଗୋଟିଏ ସରକାରର ଦୁଇଟି ବିଭାଗ କେମିତି ଭିନ୍ନ ଭିନ୍ନ ଦାମ ଦେଇଛନ୍ତି, ତା’ର ସୁରାଗ ଗଣମାଧ୍ୟମ ହାତରେ ଲାଗିଛି। କରୋନା ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେଉଥିବା ରେମଡେସିଭିର ଇଞ୍ଜେକସନକୁ ଗୋଟିଏ ବିଭାଗ ଯେତିକି ଟଙ୍କାରେ କିଣିଥିଲା, ତା’ଠାରୁ ଦୁଇ ଗୁଣା ଟଙ୍କା ଦେଇ ଆଉ ଗୋଟିଏ ବିଭାଗ ଏହାକୁ କିଣିଛି।

ସୂଚନା ଅନୁସାରେ, ମହାରାଷ୍ଟ୍ରର ସରକାର ଅଧୀନରେ ଥିବା ହାଫକିନେ ବାୟୋ ଫାର୍ମାସିଟିକାଲ୍ସ ଅନଲାଇନ ଜରିଆରେ କାଡିଲା ହେଲଥକେୟାରକୁ ରେମଡେସିଭିର ଇଞ୍ଜେକସନ ପାଇଁ ଟେଣ୍ଡର ଦେଇଥିଲା। କାଡିଲା ହେଲଥକେୟାର ଏହି ଇଞ୍ଜେକସନର ପ୍ରତି ଭିଆଲ ପିଛା ୬୬୫.୮୪ ଟଙ୍କା ନେବ। ଏପ୍ରିଲ ୯ରେ ୫୭,୧୦୦ ଭିଆଲ୍ସ ପାଇଁ ୩.୮୦ କୋଟି ଟଙ୍କାରେ ଡିଲ୍‌ ଫାଇନାଲ ହୋଇଥିଲା।

ତେବେ ମ୍ୟୁନିସପାଲ କର୍ପୋରେସନ ଅଫ ଗ୍ରେଟର ମୁମ୍ବାଇ ସମାନ କରୋନା ଇଞ୍ଜେକସନ ରେମଡେସିଭିରକୁ ଆଉ ଏକ କମ୍ପାନୀ Mylan Labs ଠାରୁ କିଣିକାବୁ ଏପ୍ରିଲ ୭ରେ ଟେଣ୍ଡର ଦେଇଥିଲା। କିନ୍ତୁ ଏହି କମ୍ପାନୀ ଠାରୁ ଭିଆଲ ପିଛା ୧୫୬୮ ଟଙ୍କା ସମାନ ରେମଡେସିଭିର ଇଞ୍ଜେକସନ କିଣାଯିବ। ଏପରି ଭାବେ Mylan Labsଠାରୁ ୨ ଲକ୍ଷ ଭିଆଲ୍ସ କିଣାଯିବ। ଏହାକୁ ମୁମ୍ବାଇରେ ଥିବା କୋଭିଡ ହସ୍ପିଟାଲ ଓ କେନ୍ଦ୍ରକୁ ପଠାଯିବ। କିନ୍ତୁ ହାଫିକେନ୍‌ ବାୟୋ ଟେଣ୍ଡର ଠାରୁ ଏହା ଦୁଇ ଗୁଣ ଅଧିକ ଦାମରେ କିଣା ଯାଇଥିବାରୁ ଲୋକମାନେ ଦୁର୍ନୀତିର ଗନ୍ଧ ବାରିଛନ୍ତି।

ସୂଚନାଯୋଗ୍ୟ, ରେମଡେସିଭିରକୁ କରୋନା ଚିକିତ୍ସାରେ ବ୍ୟବହାର କରାଯାଉଛି। କିଛି ଦିନ ହେଲା ଏହାର ଅଭାବ ଦେଖାଯାଇଥିବା ବେଳେ କଳା ବଜାରୀ ହେଉଥିବା ଖବର ମିଳିଥିଲା।

Related story