ମୁମ୍ବାଇ: ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଗୁରୁବାର ମୁମ୍ବାଇ ପୁଲିସ ଜଣେ ୨୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ମୃତ ମହିଳା ଜଣକ ହେଲେ ଯଶୋଧରା ଖଟେକ(୨୪)। ତାଙ୍କ ଗିରଫ ସ୍ୱାମୀ ହେଲେ ରେହାନ ଖାନ । ଧରାବିସ୍ଥିତ ବାସଭବନରେ ଏକ ରେଲିଂ ରଡ଼ରେ ମହିଳା ଜଣକ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଗଳାଚିପି ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ପୁଲିସ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି। ପତ୍ନୀ ଯଶୋଧରାଙ୍କ ଘର ହେଉଛି ମଧ୍ୟପ୍ରଦେଶର କଟନୀରେ।
୨୦୧୮ରେ ଉଭୟଙ୍କ ବିବାହ ହୋଇଥିଲା। ବିବାହ ପରେ ଉଭୟେ ମୁମ୍ବାଇ ପଳାଇ ଯାଇଥିଲେ। ଯଶୋଧରାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ରେହାନ ଖାନ ତାଙ୍କ ପତ୍ନୀଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ। ସେହିପରି ବଳପୂର୍ବକ ଭାବେ ଯଶୋଧରାଙ୍କ ନାମ ରୁବିନା ନାମକୁ ପରିବର୍ତ୍ତନ କରିଥିଲେ। ସେହିପରି ପ୍ରତିଦିନ ରେହାନ ମଦ୍ୟପାନ କରି ଯଶୋଦାଙ୍କୁ ଆକ୍ରମଣ କରନ୍ତି। ରେହାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୦୨ ଅନୁଯାୟୀ ମାମଲା ରୁଜୁ କରାଯାଇଛି।