ମାଗଣା ଅକ୍ସିଜେନ୍‌ ପାଇଁ ବିକି ଦେଲେ ୨୨ ଲକ୍ଷର କାର୍‌

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଚାରିଆଡେ ସୃଷ୍ଟି ହୋଇଛି ଅସମ୍ଭାଳ ସ୍ଥିତି। ହସ୍ପିଟାଲରେ ଖାଲି ନାହିଁ ବେଡ୍‌। ଏପିରିକି ରୋଗୀଙ୍କ ଚିକିତ୍ସା ପାଇଁ ନା ବେଡ୍‌ ମିଳୁଛି ନା ଅକ୍ସିଜେନ୍‌।  ଅଧିକାଂଶ ସ୍ଥାନରେ ଅକ୍ସିଜେନ୍‌ର ଅଭାବ ସୃଷ୍ଟି ହୋଇଛି। ଅକ୍ସିଜେନ୍‌ ପାଇଁ ଲୋକଙ୍କୁ ଲମ୍ବା ଲାଇନ୍‌ ଲଗାଇବାକୁ ପଡୁଛି।  ଅନେକଙ୍କ ଅକ୍ସିଜେନ ଅଭାବ ଯୋଗୁଁ ମୃତ୍ୟୁ ମଧ୍ୟ ହୋଇସାରିଲାଣି। ଏଭଳି ପରିସ୍ଥିତିରେ କରୋନା ରୋଗୀଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଛନ୍ତି ଜଣେ […]

Oxygen man of mumbai shahnwaj sheikh

Madhupriya Mistry
  • Published: Thursday, 22 April 2021
  • , Updated: 22 April 2021, 06:24 PM IST

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଚାରିଆଡେ ସୃଷ୍ଟି ହୋଇଛି ଅସମ୍ଭାଳ ସ୍ଥିତି। ହସ୍ପିଟାଲରେ ଖାଲି ନାହିଁ ବେଡ୍‌। ଏପିରିକି ରୋଗୀଙ୍କ ଚିକିତ୍ସା ପାଇଁ ନା ବେଡ୍‌ ମିଳୁଛି ନା ଅକ୍ସିଜେନ୍‌।  ଅଧିକାଂଶ ସ୍ଥାନରେ ଅକ୍ସିଜେନ୍‌ର ଅଭାବ ସୃଷ୍ଟି ହୋଇଛି। ଅକ୍ସିଜେନ୍‌ ପାଇଁ ଲୋକଙ୍କୁ ଲମ୍ବା ଲାଇନ୍‌ ଲଗାଇବାକୁ ପଡୁଛି।  ଅନେକଙ୍କ ଅକ୍ସିଜେନ ଅଭାବ ଯୋଗୁଁ ମୃତ୍ୟୁ ମଧ୍ୟ ହୋଇସାରିଲାଣି। ଏଭଳି ପରିସ୍ଥିତିରେ କରୋନା ରୋଗୀଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଛନ୍ତି ଜଣେ ସହୃଦୟ ବ୍ୟକ୍ତି। ସେ ତାଙ୍କର ଦାମୀ କାର୍‌ ବିକ୍ରି କରି ଦେଇଛନ୍ତି।

ମୁମ୍ବାଇର ମଲାଡା ବାସିନ୍ଦା ଶାହନବାଜ ଶେଖ। ସେ ଏବେ `ଅକ୍ସିଜେନ୍‌ ମ୍ୟାନ୍‌' ରୂପେ ପରିଚିତ।  କରୋନା ରୋଗୀଙ୍କୁ ମାଗଣା ଅକ୍ସିଜେନ୍‌ ଯୋଗାଉଛନ୍ତି ଏହି ବ୍ୟକ୍ତି। ଗୋଟିଏ ଫୋନ୍‌ କଲ୍‌ରେ ପୀଡିତଙ୍କ ପାଖରେ ପହଞ୍ଚାଉଛନ୍ତି ଅକ୍ସିଜେନ୍‌। ଏଥିପାଇଁ ସେ  ବିକ୍ରି କରିଦେଇଛନ୍ତି ନିଜ ୨୨ ଲକ୍ଷର ଏସ୍‌ୟୁଭି କାର୍‌। ଏହି କାର୍‌ ବିକ୍ରି କରି ସେ ୧୬୦ଟି ଅକ୍ସିଜେନ୍‌ ସିଲିଣ୍ଡର କିଣିଛନ୍ତି। ଏଥିସହ ପାଖାପାଖି ଆବଶ୍ୟକୀୟ ୪ ହଜାର କରୋନା ରୋଗୀଙ୍କ ସହାୟତା କରିଛନ୍ତି ଶାହନବାଜ।

[caption id="attachment_637791" align="aligncenter" width="650"] ଶାହନବାଜ ଶେଖ୍‌[/caption]

ତେବେ ଗତବର୍ଷ ମଧ୍ୟ ଶାହନବାଜ ମଗଣା ଅକ୍ସିଜେନ୍‌ ସପ୍ଲାଏ କାମ କରିଥିଲେ। ସେ ନିଜର ଫୋର୍ଡ଼ ଇଂଡିଭର ବିକ୍ରି କରି ସେହି ଟଙ୍କାରେ ଅସହାୟ ଓ ଆବଶ୍ୟକୀୟ ଲୋକଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର କିଣିବା ପରେ ଲୋକଙ୍କ ନଜରକୁ ଆସିଥିଲେ।

ଗତ ବର୍ଷ ଯେତେବେଳେ ସେ ଏହି କାମ ଆରମ୍ଭ କରିଥିଲେ ସେତେବେଳେ ସେ ଲୋକଙ୍କୁ ୫ ହଜାରରୁ ୬ ହଜାର ଅକ୍ସିଜେନ ସିଲିଣ୍ଡର ଯୋଗାଇଥିଲେ। ଚଳିତ ବର୍ଷ ସହରରେ ଅକ୍ସିଜେନ ଅଭାବ ରହିଛି। ଆଗରୁ ଅକ୍ସିଜେନ ସିଲିଣ୍ଡର ପାଇଁ ତାଙ୍କ ପାଖକୁ ୫୦ କଲ ଆସୁଥିଲା। କିନ୍ତୁ ଏବେ ୫୦୦ ରୁ ୬୦୦ କଲ ଆସୁଛି।

ସେ କହିଛନ୍ତି, ଗତ ବର୍ଷ ତାଙ୍କ ସାଙ୍ଗର ଜଣେ ସମ୍ପର୍କୀୟ ଭାଇଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ସେହିଦିନ ଠାରୁ ସେ ମାଗଣାରେ ଆବଶ୍ୟକୀୟ ଲୋକଙ୍କୁ ଅକ୍ସିଜେନ ଯୋଗାଇବା ଯୋଜନା ଆରମ୍ଭ କରିଥିଲେ। ସେ ଯେତେବେଳେ ଜାଣିବାକୁ ପାଇଲେ ସଠିକ ସମୟରେ ଅକ୍ସିଜେନ ଓ ଔଷଧ ଦେଇ କୋଭିଡ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ ସେତେବେଳେ ସେ ଔଷଧ ଓ ଅକ୍ସିଜେନ ସିଲିଣ୍ଡର କିଣିବାକୁ ନିଜ ଏସୟୁଭି କାର ବିକ୍ରି କରିଦେଇଥିଲେ।

[caption id="attachment_637789" align="aligncenter" width="650"] କାର୍‌ ବିକ୍ରି କରି ଅକ୍ସିଜେନ୍‌ ସିଲିଣ୍ଡର ଯୋଗାଡ କରିଛନ୍ତି ଶାହନବାଜ[/caption]

ସେ କହିଛନ୍ତି, ଟଙ୍କା ଅଭାବରୁ ସେ ଏହି କାମ ଠିକ ଭାବେ କରିପାରୁନଥିଲେ। ସେତେବେଳେ ସେ ଭାବିଲେ ଗାଡି ତ ପୁଣି କିଣିହେବ। କିନ୍ତୁ ଏବେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ମହତ୍ତ୍ୱପୂର୍ଣ୍ଣ। ସେଥିପାଇଁ ସେ ନିଜର ଏସୟୁଭି ଓ ଅନ୍ୟ କିଛି ଜିନିଷ ବିକ୍ରି କରି ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଟଙ୍କା ଯୋଗାଡ କଲେ ବୋଲି କହିଛନ୍ତି।

ଶାହନବାଜ ନିଜର ଏକତା ଓ ସମ୍ମାନ ଫାଉଣ୍ଡେସନ ରହିଛି। ଏହି ଫାଣ୍ଡେସନ ଲୋକଙ୍କୁ ଅକ୍ସିଜେନ ସପ୍ଲାଏ କରିବା କାମ କରୁଛି। ଶାହନବାଜ ଏବେ ମୁମ୍ବାଇ ମଲାଡ଼ରେ ଅସହାୟଙ୍କ ହିରୋ ସାଜିଛନ୍ତି। ସୋଶାଲ ମିଡ଼ିଆରେ ମଧ୍ୟ ତାଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରାଯାଉଛି। ତାଙ୍କୁ ସୋଶାଲ ମିଡିଆରେ `ଅକ୍ସିଜେନ୍‌ ମ୍ୟାନ୍‌' ବୋଲି କହୁଛନ୍ତି ଲୋକେ।

Related story