ମୋଦି-ଶାହ ଦେଶଦ୍ରୋହ କାମ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ: ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେଗାସସ ସଫ୍ଟଓ୍ୱୟାର ପ୍ରସଙ୍ଗରେ କେନ୍ଦ୍ର ସରକାର ବିରୋଧରେ ବର୍ଷିଛନ୍ତି। ଏହି ଇସ୍ରାଏଲ ସଫ୍ଟଓ୍ୱୟାର ଜରିଆରେ ସରକାର ଗୋପନୀୟ ତଥ୍ୟ ଚୋରି କରିଛନ୍ତି। ମୋର ଫୋନ୍ ନମ୍ୱର ସମ୍ଭାବ୍ୟ ହ୍ୟାକିଂ ସହିତ ଫୋନ୍ ଟ୍ୟାପିଂ ହୋଇଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଜଣଙ୍କ ଗୋପନୀୟତା ଚୋରି କରିବାର ଅର୍ଥ ଦେଶଦ୍ରୋହ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ପେଗାସସ୍ ହେଉଛି ଏକ ଅସ୍ତ୍ର ଯାହା ଆତଙ୍କବାଦୀ ଏବଂ ଅପରାଧୀଙ୍କ ବିରୋଧରେ ବ୍ୟବହୃତ […]

Rahul gandhi on pegasus

Subhransu Sekhar
  • Published: Friday, 23 July 2021
  • , Updated: 23 July 2021, 01:42 PM IST

ନୂଆଦିଲ୍ଲୀ: ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେଗାସସ ସଫ୍ଟଓ୍ୱୟାର ପ୍ରସଙ୍ଗରେ କେନ୍ଦ୍ର ସରକାର ବିରୋଧରେ ବର୍ଷିଛନ୍ତି। ଏହି ଇସ୍ରାଏଲ ସଫ୍ଟଓ୍ୱୟାର ଜରିଆରେ ସରକାର ଗୋପନୀୟ ତଥ୍ୟ ଚୋରି କରିଛନ୍ତି। ମୋର ଫୋନ୍ ନମ୍ୱର ସମ୍ଭାବ୍ୟ ହ୍ୟାକିଂ ସହିତ ଫୋନ୍ ଟ୍ୟାପିଂ ହୋଇଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଜଣଙ୍କ ଗୋପନୀୟତା ଚୋରି କରିବାର ଅର୍ଥ ଦେଶଦ୍ରୋହ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ପେଗାସସ୍ ହେଉଛି ଏକ ଅସ୍ତ୍ର ଯାହା ଆତଙ୍କବାଦୀ ଏବଂ ଅପରାଧୀଙ୍କ ବିରୋଧରେ ବ୍ୟବହୃତ ହୁଏ। ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଏହାକୁ ଭାରତର ଅନୁଷ୍ଠାନ ତଥା ଗଣତନ୍ତ୍ର ବିରୁଦ୍ଧରେ ବ୍ୟବହାର କରିଛନ୍ତି। ମୋ ଫୋନକୁ ଟ୍ୟାପିଂ କରାଯାଇଛି। ମୁଁ ବିରୋଧୀ ଦଳର ଜଣେ ନେତା ଏବଂ ମୁଁ ଲୋକଙ୍କ ସ୍ୱର ଉଠାଉଛି। ତେଣୁ ମୋର ଫୋନ୍ ଟ୍ୟାପିଂ କରିବାର ଅର୍ଥ ଲୋକଙ୍କ ସ୍ୱର ଉପରେ ଆକ୍ରମଣ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ସେ ଦାବି କରିଛନ୍ତି ଯେ ରାଫେଲ ମାମଲାର ତଦନ୍ତ ବନ୍ଦ କରିବାକୁ ଯାଇ ସରକାର ପେଗାସସ୍ ବ୍ୟବହାର କରିଥିଲେ। ଏହି ମାମଲା ସୁପ୍ରିମକୋର୍ଟରେ ଥିବା ବେଳେ ପେଗାସରକୁ ବ୍ୟବହାର କରି ସରକାର ସୁପ୍ରିମକୋର୍ଟ ବିରୋଧରେ ବ୍ୟବହାର କରିଛନ୍ତି। ଏଭଳି କରି ମୋଦି ଏବଂ ଶାହ ଦେଶଦ୍ରୋହ କାମ କରିଛନ୍ତି।

ସେ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ବିରୋଧରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦିଆଯିବା ଉଚିତ। କାରଣ ପେଗାସସକୁ ଅନ୍ୟ କେହି ଅନୁମତି ଦେଇ ପାରିବେ ନାହିଁ। ଏପରି ଅନୁମତି ଦେବାର କ୍ଷମତା କେବଳ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ପାଖରେ ରହିଛି। ଏଥିସହ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି ଏହି କଂଗ୍ରେସ ନେତା।

ଏହି ପେଗାସସ ପ୍ରସଙ୍ଗରେ ୨୦୧୯ରେ ଉଠିଥିଲା। ସେତେବେଳେ ସରକାର ପେଗାସସ୍ ସଫ୍ଟୱୟାର ଜରିଆରେ ହ୍ୱାଟସଆପରୁ ଡାଟା ଚୋରି କରୁଥିବା ଅଭିଯୋଗ ହୋଇଥିଲା। ହେଲେ ସରକାର ଏପରି ଅଭିଯୋଗକୁ ଅସ୍ୱୀକାର କରିଥିଲେ। ଏବେ ପୁଣି ସମାନ ପେଗାସସ ପ୍ରସଙ୍ଗ ଉଠିବା ପରେ ସରକାର ପ୍ରସଙ୍ଗର ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମୌସୁମୀ ଅଧିବେଶନ ପୂର୍ବରୁ ଜାଣିଶୁଣି ଏପରି ପ୍ରସଙ୍ଗ ତିଆରି କରାଯାଇଛି ବୋଲି ସରକାର କହିଛନ୍ତି।

ଅନ୍ୟପଟେ ପେଗାସସର ନିର୍ମାତା ଇସ୍ରାଏଲ୍ ସାଇବର ସୁରକ୍ଷା କମ୍ପାନୀ (ଏନଏସଓ) ସ୍ପଷ୍ଟ କରିଛି ଯେ ଏହି ସଫ୍ଟୱୟାର କାହା ଫୋନରେ ତଥ୍ୟ ଶୁଣିବା, ମନିଟରିଂ କରିବାକୁ ବ୍ୟବହୃତ ହୁଏ ନାହିଁ। ପେଗାସସ୍ ସଫ୍ଟୱୟାର ଇସ୍ରାଏଲ ସରକାର ସହିତ ଡିଲ୍ କରିଥିବା ଦେଶକୁ ଦିଆଯାଏ। ଯାହାକି ସେହି ଦେଶର ସରକାର ଆତଙ୍କବାଦ ବିରୋଧରେ ବ୍ୟବହାର କରନ୍ତି।

Related story