ଜେଲରେ ଥିବା ସାମ୍ବାଦିକ ସିଦ୍ଦିକ୍ କପ୍ପାନଙ୍କ ଝିଅର ଇମୋସନାଲ ଭାଷଣ ଭାଇରାଲ

ଲକ୍ଷ୍ନୌ: ଅନଲଫୁଲ ଆକ୍ଟିଭିଟିଜ୍‌ ପ୍ରିଭେନସନ୍‌ ଆକ୍ଟ ମାମଲାରେ ଗିରଫ ହୋଇଥିବା ଜଣେ ସାମ୍ବାଦିକଙ୍କ ଝଅର ଇମୋଶନାଲ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶରୁ ଗିରଫ ସାମ୍ବାଦିକ ସିଦ୍ଦିକ କପ୍ପାନଙ୍କ ଝିଅ ସ୍ୱାଧୀନତା ଦିବସ ଅବସରରେ ସରକାରଙ୍କ ଆକ୍ରୋଶ ବଖାଣି ଚର୍ଚ୍ଚାକୁ ଆସିଛନ୍ତି। ହାଥରସ ଷଡ଼ଯନ୍ତ୍ର ମାମଲାରେ ପୁଲିସ ସିଦ୍ଦିକଙ୍କୁ ଗିରଫ କରିଥିଲା।  ତେବେ ସ୍ୱାଧୀନତା ଦିବସ ଅବସରରେ ସିଦ୍ଦିକଙ୍କ ଝିଅ ଦେଇଥିବା ଭାଷଣରେ ସାଧାରଣ ଲୋକଙ୍କ ସ୍ୱାଧୀନତା ଏବଂ ଅଧିକାରକୁ କିଭଳି କ୍ଷୁର୍ଣ୍ଣ କରାଯାଉଛି ତାହା ଦୁଃଖର […]

up

up

Tapas Behera
  • Published: Wednesday, 17 August 2022
  • Updated: 17 August 2022, 11:57 AM IST

Sports

Latest News

ଲକ୍ଷ୍ନୌ: ଅନଲଫୁଲ ଆକ୍ଟିଭିଟିଜ୍‌ ପ୍ରିଭେନସନ୍‌ ଆକ୍ଟ ମାମଲାରେ ଗିରଫ ହୋଇଥିବା ଜଣେ ସାମ୍ବାଦିକଙ୍କ ଝଅର ଇମୋଶନାଲ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶରୁ ଗିରଫ ସାମ୍ବାଦିକ ସିଦ୍ଦିକ କପ୍ପାନଙ୍କ ଝିଅ ସ୍ୱାଧୀନତା ଦିବସ ଅବସରରେ ସରକାରଙ୍କ ଆକ୍ରୋଶ ବଖାଣି ଚର୍ଚ୍ଚାକୁ ଆସିଛନ୍ତି। ହାଥରସ ଷଡ଼ଯନ୍ତ୍ର ମାମଲାରେ ପୁଲିସ ସିଦ୍ଦିକଙ୍କୁ ଗିରଫ କରିଥିଲା।  ତେବେ ସ୍ୱାଧୀନତା ଦିବସ ଅବସରରେ ସିଦ୍ଦିକଙ୍କ ଝିଅ ଦେଇଥିବା ଭାଷଣରେ ସାଧାରଣ ଲୋକଙ୍କ ସ୍ୱାଧୀନତା ଏବଂ ଅଧିକାରକୁ କିଭଳି କ୍ଷୁର୍ଣ୍ଣ କରାଯାଉଛି ତାହା ଦୁଃଖର ସହ ବଖାଣିଛନ୍ତି। ତାଙ୍କ ବାପାଙ୍କ ପ୍ରତି ହୋଇଥିବା ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଓ ଅନ୍ୟାୟକୁ ବଖାଣି ଚର୍ଚ୍ଚାକୁ ଆସିଛନ୍ତି ୯ ବର୍ଷର ଝିଅ। କୁନି ଝିଅ ଜଣକ କହିଛନ୍ତି ଯେ, ମୁଁ ଜଣେ ସାମ୍ବାଦିକଙ୍କ ଝିଅ। ଯିଏ ଏବେ ଜେଲରେ ଅଛନ୍ତି। ଭାରତୀୟ ନାଗରିକ ହିସାବରେ ତାଙ୍କୁ ସାଧାରଣ ଅଧିକାରରୁ ବଞ୍ଚିତ କରାଯାଇଛି।

ଦୁଇମିନିଟ୍‌ ଭାସଣରେ ମେହନାଜ ଧାର୍ମିକ ଆଧାରରେ କେମିତି ହିଂସା ସୃଷ୍ଟି କରି ଏହାକୁ ରାଜନୀତି କରାଯାଉଛି ତାହା ଦର୍ଶଇଥିଲେ । ଯାହା ଭାରତର ଏକତା, ପେମ ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଛି। ପ୍ରତି ଭାରତୀଙ୍କ ସ୍ୱାଧୀତା ରହିଛି,  ସେ କଣ କହିବେ, କଣ ଖାଇବେ ଏବଂ କେଉଁ ଧର୍ମକୁ ଗ୍ରହଣ କରିବେ ତାହା ବ୍ୟକ୍ତିଗତ ନିଷ୍ପତ୍ତି। ଏ ସବୁ ସ୍ୱତନ୍ତ୍ରତା ଆନ୍ଦୋଳନରେ ନେତୃତ୍ୱ ନେଇଥିବା ମହାତ୍ମା ଗାନ୍ଧି, ଜବାହର ଲଲା ନେହରୁ , ଭଗତ ସିଂହ ଭଳି  ନେତାରଙ୍କ ଯୋଗୁ ସମ୍ଭବ ହୋଇପାରିଛି।

ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇ ନାଗରିକିଙ୍କର ସ୍ୱାଧୀନତା ଏବଂ ଅଧିକାର ଛଡ଼େଇ ନିଆ ନଯାଉ ବୋଲି ସେ ନିବେଦନ କରିଛନ୍ତି। ସେହିପରି ଭାରତର ଗର୍ବଙ୍କୁ କାହା ପାଖରେ ନୂଆଁଇବା ଅନୁଚିତ।  ଭାରତକୁ ସର୍ବାଗ୍ରେରେ ପହଞ୍ଚାଇବା ଆମର କର୍ତ୍ତବ୍ୟ ହେବା ଉଚିତ୍। କୌଣସି ବାଦବିବାଦ, ଭେଦଭାବ ନରଖି ଦେଶ ଲାଗି ଆସନ୍ତାକାଲି ପାଇଁ ଅମେ ଉଜ୍ଜଳ ସ୍ୱପ୍ନ ଦେଖିବା ଉଚିତ। ଶେଷରେ ଭାରତମାତାକୀ ଜୟ ବୋଲି କହିଥିଲେ ।  ହାଥରସରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାର ରିପୋର୍ଟିଂ କରିବାକୁ କପ୍ପାନ ଅକ୍ଟୋବର ୫ରେ ହାଥରସର ବୋଲାଗରି ଗାଁକୁ ଯାଉଥିଲେ। ହେଲେ ତାଙ୍କୁ ଉତ୍ତର ପ୍ରଦେଶ ପୁଲିସ୍‌ ଟୋଲ ପ୍ଲାଜ ନିକଟରୁ ଗିରଫ କରି ନେଇଥିଲା। ସେବେଠାରୁ ତାଙ୍କୁ ଜେଲ୍‌ରେ ରଖାଯାଇଛି। କପ୍ପାନଙ୍କୁ ଧାରା ୧୨୪ଏ, ୧୫୩ଏ ଓ ୨୯୫ଏରେ ଗିରଫ କରାଯାଇଛି। ତାଙ୍କ ନାଁରେ ଦେଶଦ୍ରୋହ ଓ ଦଙ୍ଗା ସୃଷ୍ଟି କରିବା ଭଳି ମାମଲା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos