୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ ରଙ୍ଗାସାମୀ

ପୁଣୁଚେରୀ: କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଲ ଇଣ୍ଡିଆ ଏନଆର କଂଗ୍ରେସର ମୁଖ୍ୟ ଏନ ରଙ୍ଗାସାମୀ। ଆଜି ଅପରାହ୍ନରେ ରାଜଭାବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପରାଜ୍ୟପାଳ ଟି ସୌନ୍ଦାରଞ୍ଜନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାମିଲ ଭାଷାରେ ଶପଥ ନେଇଥିବା ରଙ୍ଗାସାମୀ ୪ର୍ଥ ଥର ପାଇଁ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କରୋନା ସଂକ୍ରମଣ ପାଇଁ ମାତ୍ର ୫ ମିନିଟ୍‌ ମଧ୍ୟରେ ଶପଥପାଠ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ଶପଥ […]

N-rangasamy

Hemant Lenka
  • Published: Friday, 07 May 2021
  • , Updated: 07 May 2021, 08:38 PM IST

ପୁଣୁଚେରୀ: କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଲ ଇଣ୍ଡିଆ ଏନଆର କଂଗ୍ରେସର ମୁଖ୍ୟ ଏନ ରଙ୍ଗାସାମୀ। ଆଜି ଅପରାହ୍ନରେ ରାଜଭାବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପରାଜ୍ୟପାଳ ଟି ସୌନ୍ଦାରଞ୍ଜନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ତାମିଲ ଭାଷାରେ ଶପଥ ନେଇଥିବା ରଙ୍ଗାସାମୀ ୪ର୍ଥ ଥର ପାଇଁ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। କରୋନା ସଂକ୍ରମଣ ପାଇଁ ମାତ୍ର ୫ ମିନିଟ୍‌ ମଧ୍ୟରେ ଶପଥପାଠ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ଶପଥ ଉତ୍ସବ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ରଙ୍ଗାସାମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

୨୦୦୧ରେ ପୁଡୁଚେରୀରେ କଂଗ୍ରେ୦ସ ସରକାର ଗଠନ କରିଥିବା ବେଳେ ରଙ୍ଗାସାମୀ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୨୦୦୬ରେ କଂଗ୍ରେସ ବିଧାନସଭା ନିର୍ବାଚନ ଜିତିବା ପରେ ସେ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ ଓ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ। କିନ୍ତୁ କ୍ୟାବିନେଟ ସଦସ୍ୟଙ୍କ ସହ ବିବାଦ ଯୋଗୁ ୨୦୦୮ରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

୨୦୧୧ ବିଧାନସଭା ନିର୍ବାଚନ ପୂର୍ବରୁ ରଙ୍ଗାସାମୀ ଅଲ ଇଣ୍ଡିଆ ଏନଆର କଂଗ୍ରେସ ଗଠନ କରିଥିଲେ। ଏଆଇଏଡିଏମକେ ସହ ମେଣ୍ଟ କରି ପୁଡୁଚେରୀରେ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ରଙ୍ଗାସାମୀଙ୍କ ଦଳ ୧୫ଟି ଓ ଏଆଇଏଡିଏମକେ ୫ଟି ଆସନ ଜିତିଥିଲା। ହେଲେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ମେଣ୍ଟ କରି ରଙ୍ଗାସାମୀ ସରକାର ଗଠନ କରିଥିଲେ। ଏଥିସହ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ଆଜି ସେ ୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ହେଁ ତାଙ୍କ ମନ୍ତ୍ରିମଣ୍ଡଳ ଗଠନ ହୋଇନାହିଁ। ପରବର୍ତ୍ତୀ ସମୟରେ କ୍ୟାବିନେଟ ସଦସ୍ୟଙ୍କ ନାଁ ଘୋଷଣା କରାଯିବ। କଂଗ୍ରେସ ଛାଡ଼ି ଗତ ଜାନୁଆରୀ ମାସରେ ବିଜେପିରେ ଯୋଗଦେଇଥିବା ଏ ନମଶିବାୟମ ପୁଡୁଚେରୀର ଉପ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅଲ ଇଣ୍ଡିଆ ଏନଆର କଂଗ୍ରେସ ସହ ମେଣ୍ଟ କରି ବିଜେପି ପୁଡୁଚେରୀରେ ନିର୍ବାଚନ ଲଢ଼ୁଥିଲା। ଏନଆର କଂଗ୍ରେସ ୩୦ ବିଧାନସଭା ଆସନରୁ ୧୦ଟିରେ ଜିତିଥିବା ବେଳେ ବିଜେପି ଖାତକୁ ୬ଟି ଆସନ ଯାଇଛି। ଦଳ ୯ଟି ଆସନରେ ହିଁ ପ୍ରାର୍ଥୀ ଦେଇଥିଲା। ପୁଡୁଚେରୀରେ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ହେଉଛି ୧୬। କଂଗ୍ରେସ ଓ ଡିଏମକେ ମେଣ୍ଟ ୮ଟି ଆସନରେ ବାଜିମାତ କରିଥିବା ବେଳେ ୬ ଜଣ ସ୍ୱାଧୀନ ପ୍ରାର୍ଥୀ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

Related story