ରେଭ ପାର୍ଟିରେ ଅଭିନେତା, ନେତା ଓ ପୁଲିସ ପୁଅ: ୧୪୨ ଅଟକ

ହାଇଦ୍ରାବଦ: ରେଭ ପାର୍ଟିରେ ପୁଲିସ ଚଢ଼ାଉ। ପାର୍ଟିରେ ସାମିଲ ଥିଲେ ଭିଆଇପିଙ୍କ ପିଲା, ଅଭିନେତା ଓ ରାଜନତା। ରବିବାର ହାଇଦ୍ରାବବାଦର ବଞ୍ଜାରା ହିଲ୍ସର ଏକ ଫାଇବ ଷ୍ଟାର ହୋଟେଲରେ ଚଢ଼ାଉ ବଳେ ଏହି କାରନାମା ଧରାପଡ଼ିଛି। ପୁଲିସ ୧୪୨ ଜଣଙ୍କୁ ଅଟକ ରଖିଛି । ପାର୍ଟିରୁ  କୋକେନ ଏବଂ ଚରସ ଭଳି ନିଶାଦ୍ରବ୍ୟ ଜବତ କରାଯାଇଛି। ମେଗାଷ୍ଟାର ନାଗା ବାବୁଙ୍କ ଝିଅ ନିହାରିକା କୋନିଡେଲା ମଧ୍ୟ ପୁଲିସ ହେପାଜତରେ ଅଛି । ହେଲେ ନାଗା ବାବୁ ଏକ […]

dance-bar-copy-1-1

Tapas Behera
  • Published: Sunday, 03 April 2022
  • , Updated: 03 April 2022, 10:12 PM IST

ହାଇଦ୍ରାବଦ: ରେଭ ପାର୍ଟିରେ ପୁଲିସ ଚଢ଼ାଉ। ପାର୍ଟିରେ ସାମିଲ ଥିଲେ ଭିଆଇପିଙ୍କ ପିଲା, ଅଭିନେତା ଓ ରାଜନତା। ରବିବାର ହାଇଦ୍ରାବବାଦର ବଞ୍ଜାରା ହିଲ୍ସର ଏକ ଫାଇବ ଷ୍ଟାର ହୋଟେଲରେ ଚଢ଼ାଉ ବଳେ ଏହି କାରନାମା ଧରାପଡ଼ିଛି। ପୁଲିସ ୧୪୨ ଜଣଙ୍କୁ ଅଟକ ରଖିଛି । ପାର୍ଟିରୁ  କୋକେନ ଏବଂ ଚରସ ଭଳି ନିଶାଦ୍ରବ୍ୟ ଜବତ କରାଯାଇଛି। ମେଗାଷ୍ଟାର ନାଗା ବାବୁଙ୍କ ଝିଅ ନିହାରିକା କୋନିଡେଲା ମଧ୍ୟ ପୁଲିସ ହେପାଜତରେ ଅଛି ।

ହେଲେ ନାଗା ବାବୁ ଏକ ଭିଡିଓ ଜାରି ତାଙ୍କ ଝିଅଙ୍କର ନିଶା ଦ୍ରବ୍ୟ ସହ କୌଣସି ସମ୍ପର୍କ ନାହିଁ ବୋଲି ସଫେଇ ଦେଇଛନ୍ତି। ବିଗ୍ ବସ ତେଲୁଗୁ ରିଆଲିଟିର ତୃତୀୟ ସଂସ୍କରଣ ବିଜେତା କଣ୍ଠଶୀଳ୍ପି ରାହୁଲ ସିପଲିଗୁଞ୍ଜଙ୍କୁ ମଧ୍ୟ ଏହି ଘଟଣାରେ ପୁଲିସ ଅଟକ ରଖିଛି।

ଏଥିରେ ଆନ୍ଧ୍ର ପ୍ରଦେଶ ପୁଲିସ ବରିଷ୍ଠ ଅଧିକାରୀଙ୍କ ପୁଅ ମଧ୍ୟ ସାମିଲ ଅଛନ୍ତି। ଏହାସହ ଟିଡିପି ସାଂସଦଙ୍କ ପୁଅ ମଧ୍ୟ ଏହି ରେଭ ପାର୍ଟିରେ ଥିଲେ। ଘଟଣା ପରେ ଦାୟିତ୍ୱରେ ଅବହେଳା ପାଇଁ  ବଂଜାର ହିଲ୍ସର ଏସଏଚଓ ଶିବା ଚନ୍ଦ୍ରଙ୍କୁ ନିଲମ୍ୱିତ କରାଯାଇଛି। ତାଙ୍କ ସ୍ଥାନରେ ଟାସ୍କ ଫୋର୍ସର ନାଗେଶ୍ୱର ରାଓଙ୍କୁ ନିଯୁକ୍ତି ଦିଆଯାଇଛି।

Related story