ମୁମ୍ବାଇ: ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନସିପି)ର ଏମପି ସୁପ୍ରିୟା ସୁଲେଙ୍କ ଶାଢ଼ିରେ ଲାଗିଗଲା ନିଆଁ। ଏକ କାର୍ଯ୍ୟକ୍ରମରେ ପ୍ରଦୀପ ପ୍ରଜ୍ଜଳନ କରୁଥିବା ବେଳେ ଅକସ୍ମାତ ତାଙ୍କ ଶାଢ଼ିରେ ଲାଗିଯାଇଥିଲା ନିଆଁ। ତେବେ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ତୁରନ୍ତ ନିଆଁ ଲିଭେଇ ଦେବାରୁ ଏକ ସମ୍ଭାବ୍ୟ ବିପଦରୁ ସେ ବର୍ତ୍ତି ଯାଇଛନ୍ତି। ମହାରାଷ୍ଟ୍ରର ପୁଣେରେ ଏକ କାର୍ଯ୍ୟକ୍ରମରେ ଏକ ସଭାରେ ଏହି ଅଘଟଣ ଘଟିଥିଲା। ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରି ସୁପ୍ରିୟା ସୁଲେ କହିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।
ଏଥିରେ କୌଣସି ବ୍ୟତିବ୍ୟସ୍ତ ହେବାର ନାହିଁ। ମହାରାଷ୍ଟ୍ରର ବାରମାଟିରୁ ଏମପି ଥିବା ସୁପ୍ରିୟା ହିଞ୍ଜୱାଡ଼ିକୁ କରାଟେ ପ୍ରତିଯୋଗିତା ଉଦ୍ଘାଟନୀ ଉତ୍ସବକୁ ଯାଇଥିଲେ। ଏହି ସମୟରେ ସେ ମଞ୍ଚରେ ଅନ୍ୟ ଅତିଥିମାନଙ୍କ ସହ ପ୍ରଦୀପ ପ୍ରଜ୍ଜଳନ କରୁଥିବା ବେଳେ ତାଙ୍କ ଶାଢ଼ିରେ ନିଆଁ ଲାଗିଯାଥିଲା। ମହାନାୟକ ଛତ୍ରପତି ଶିବାଜୀ ଛତ୍ରପତିଙ୍କ ଶିବାଜୀଙ୍କ ଉଦ୍ଦେଶ୍ୟରେ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ବେଳେ ଏହି ଘଟଣା ଘଟିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।