ଅଭଦ୍ର ଭାଷାରେ ମୁଖ୍ୟମନ୍ତ୍ରୀଙ୍କୁ ଗାଳି କଲେ ସିଦ୍ଧୁ

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଅପଶବ୍ଦ ବ୍ୟବହାର କଲେ ତାଙ୍କ ଦଳର ହିଁ ରାଜ୍ୟ ସଭାପତି ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ଚନ୍ନିଙ୍କ ବିରୋଧରେ ପ୍ରୟୋଗ କଲେ ଅଭଦ୍ର ଭାଷା।  ୟୁପି ଲଖିମପୁର ହିଂସା କାଣ୍ଡ ସ୍ଥଳ ବୁଲିବାକୁ ଯାଇଥିଲେ ଉଭୟ ନେତା। କିନ୍ତୁ ବାଟରେ ନବଜୋତ ସିଂହ ସିଦ୍ଧୁ ଚନ୍ନିଙ୍କୁ ଅପେକ୍ଷା କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଆସିବାରେ ବିଳମ୍ବ ହେବାରୁ ସିଦ୍ଧୁ ଉତ୍‌କ୍ଷିପ୍ତ ହୋଇ ତାଙ୍କ ନାଁରେ ଏକ ଅପଶବ୍ଦ […]

Sidhu

Madhupriya Mistry
  • Published: Friday, 08 October 2021
  • , Updated: 08 October 2021, 02:48 PM IST

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଅପଶବ୍ଦ ବ୍ୟବହାର କଲେ ତାଙ୍କ ଦଳର ହିଁ ରାଜ୍ୟ ସଭାପତି ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ଚନ୍ନିଙ୍କ ବିରୋଧରେ ପ୍ରୟୋଗ କଲେ ଅଭଦ୍ର ଭାଷା।  ୟୁପି ଲଖିମପୁର ହିଂସା କାଣ୍ଡ ସ୍ଥଳ ବୁଲିବାକୁ ଯାଇଥିଲେ ଉଭୟ ନେତା। କିନ୍ତୁ ବାଟରେ ନବଜୋତ ସିଂହ ସିଦ୍ଧୁ ଚନ୍ନିଙ୍କୁ ଅପେକ୍ଷା କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଆସିବାରେ ବିଳମ୍ବ ହେବାରୁ ସିଦ୍ଧୁ ଉତ୍‌କ୍ଷିପ୍ତ ହୋଇ ତାଙ୍କ ନାଁରେ ଏକ ଅପଶବ୍ଦ କହିଛନ୍ତି। ଏହି ଭିଡିଓ ଏବେ ସାମ୍ନାକୁ ଆସିଛି। ସବୁଠୁ ବଡ଼ କଥା ହେଲା ସିଦ୍ଧୁଙ୍କ ଏହି ଭିଡିଓକୁ ପଞ୍ଜାବ କଂଗ୍ରେସ ହିଁ ଶେଆର କରିଛି।

ଲଖିମପୁର ଯିବା ପାଇଁ ସିଦ୍ଧୁ ମୋହାଲି ବିମାନ ବନ୍ଦର ଛକ ନିକଟରେ ନିଜ ପ୍ରୋଟେଷ୍ଟ ମାର୍ଚ୍ଚ ଆରମ୍ଭ କରିବା ପାଇଁ ଚନ୍ନିଙ୍କୁ ଅପେକ୍ଷା କରିଥିଲେ। ହେଲେ ଚନ୍ନି ଆସିବାରେ ବିଳମ୍ବ ହୋଇଥିଲା। ନିକଟରେ ଉପସ୍ଥିତ ଥିବା ଜଣେ କ୍ୟାବିନେଟ ମନ୍ତ୍ରୀ ସିଦ୍ଧୁଙ୍କୁ କହିଥିଲେ, ୨ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ଚନ୍ନି ପହଞ୍ଚିବେ। ଏଥିରେ ସିଦ୍ଧୁ ରାଗି ଯାଇ ମୁଖ୍ୟମନ୍ତ୍ରୀଙ୍କ ନାଁ ଅଭଦ୍ର ଭାଷା ପ୍ରୟୋଗ କରିଥିଲେ।

ସିଦ୍ଧୁ କହିଥିଲେ, 'ଆମେ ଦୀର୍ଘ ସମୟ ହେଲା ଚନ୍ନିଙ୍କୁ ଅପେକ୍ଷା କରିଛୁ। ଚନ୍ନି ୨୦୨୨ରେ କଂଗ୍ରେସର ନୌକା ବୁଡାଇ ଦେବେ। ଭଗବନ୍ତ ସିଂହ ସିଦ୍ଧୁଙ୍କ ପୁଅକୁ (ନବଜୋତ ସିଂହ ସିଦ୍ଧୁଙ୍କ ବାପା) ମୁଖ୍ୟମନ୍ତ୍ରୀ କରାଇଥିଲେ କେତେ ସଫଳତା ମିଳିଥା'ନ୍ତା ଦେଖିଥାନ୍ତ।' ସେପଟେ ସିଦ୍ଧୁଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଅକାଳୀ ଦଳ ତାଙ୍କୁ ଘେରିଛି।

ଏହି ଭିଡିଓକୁ ନେଇ ପଞ୍ଜାବ କଂଗ୍ରେସର ନେତୃତ୍ୱ ମଧ୍ୟରେ କିଭଳି କନ୍ଦଳ ରହିଛି ତା' ସ୍ପଷ୍ଟ ବାରି ହୋଇପଡିଛି। ସିଦ୍ଧୁଙ୍କ ଏହି ଭିଡିଓ ତାଙ୍କ ଛାତି ଭିତରେ ଥିବା ଅନେକ କୋହକୁ ମଧ୍ୟ ସାମ୍ନାକୁ ଆଣିଛି। କ୍ୟାପଟେନ୍‌ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନବଜୋତ ସିଂହ ସିଦ୍ଧୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଙ୍କକଷି ଦେଇଥିଲେ। ଯାହାକି ତାଙ୍କର ବହୁ ଦିନର ଅଭିଳାଷ ରହିଥିଲା।

କିନ୍ତୁ ୧୦ଜନପଥରେ କେନ୍ଦ୍ର କଂଗ୍ରେସ ନେତୃତ୍ୱର ମିଶାଣ ଫେଡାଣରେ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ନିସ୍କର୍ଷ ବାହାରିଥିଲା। ଆଉ କେନ୍ଦ୍ର କଂଗ୍ରେସର ନିଷ୍ପତ୍ତିକୁ ଦଳର ଆଜ୍ଞାଧିନ ନେତା ଭାବେ ମାନିନେଇ ସିଦ୍ଧୁ ଚନ୍ନିଙ୍କୁ ଶୁଭେଚ୍ଛା ଦେଇଥିଲେ। ସେତେବେଳେ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଇବାରେ ସିଦ୍ଧୁଙ୍କ ଏକ ବଢ଼ ଭୂମିକା ଥିଲା ବୋଲି ମଧ୍ୟ କୁହାଯାଏ। କାରଣ ଚନ୍ନିଙ୍କ ପୂର୍ବରୁ ଆଉ ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ନେଇ ଚର୍ଚ୍ଚା ହେଉଥିଲା ଯିଏକି ଅମିରନ୍ଦରଙ୍କ କୋଟେରିର ନେତା ଥିଲେ।

ତେବେ ଚନ୍ନି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସିଦ୍ଧୁ ଅସନ୍ତୋଷ ଜାହିର କରିଥିଲେ। ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ନେଇ ଚନ୍ନିଙ୍କ ଉପରେ ଅସନ୍ତୋଷ ଜାହିର କରି ପିସିସି ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ସିଦ୍ଧୁ। ପରେ ସିଦ୍ଧୁଙ୍କ କଥାରେ ସହମତି ପ୍ରକାଶ କରି ଚନ୍ନି ଦଳୀୟ କନ୍ଦଳରେ ପ୍ୟାଚ୍‌ ପକାଇଥିଲେ।

Related story