ମାଫିଆ ରାଜ୍‌ କଥା କହି ଦଳକୁ ଅଡ଼ୁଆରେ ପକାଇଲେ ସିଦ୍ଧୁ

ନୂଆଦିଲ୍ଲୀ: ପିସିସି ସଭାପତି ପଦରୁ ଇସ୍ତଫା ଦେବାର ଦିନକ ପରେ ନିଜ ଦଳକୁ ପରୋକ୍ଷରେ  ନିଶାନା କରିଛନ୍ତି ନବଜୋତ ସିଂ ସିଦ୍ଧୁ। ପୁଣି ଥରେ ଆମ ଆଦମୀ ପାର୍ଟି(ଆପ୍)କୁ ଭୁରି ଭୁରି ପ୍ରଶଂସା କରିବା ସହ କଂଗ୍ରେସ ଅମଳରେ ମାଫିଆ ରାଜ ଚାଲୁଥିବା ଇଙ୍ଗିତ କରିଛନ୍ତି ସିଦ୍ଧୁ । ଆପ୍‌ ଦଳ ପକ୍ଷରୁ ପଞ୍ଜାବର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ସିଦ୍ଧୁ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ଭଗୱନ୍ତ ପଞ୍ଜବାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ […]

Sidhu

Sidhu

Tapas Behera
  • Published: Thursday, 17 March 2022
  • Updated: 17 March 2022, 03:53 PM IST

Sports

Latest News

ନୂଆଦିଲ୍ଲୀ: ପିସିସି ସଭାପତି ପଦରୁ ଇସ୍ତଫା ଦେବାର ଦିନକ ପରେ ନିଜ ଦଳକୁ ପରୋକ୍ଷରେ  ନିଶାନା କରିଛନ୍ତି ନବଜୋତ ସିଂ ସିଦ୍ଧୁ। ପୁଣି ଥରେ ଆମ ଆଦମୀ ପାର୍ଟି(ଆପ୍)କୁ ଭୁରି ଭୁରି ପ୍ରଶଂସା କରିବା ସହ କଂଗ୍ରେସ ଅମଳରେ ମାଫିଆ ରାଜ ଚାଲୁଥିବା ଇଙ୍ଗିତ କରିଛନ୍ତି ସିଦ୍ଧୁ । ଆପ୍‌ ଦଳ ପକ୍ଷରୁ ପଞ୍ଜାବର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ସିଦ୍ଧୁ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ଭଗୱନ୍ତ ପଞ୍ଜବାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ସିଦ୍ଧୁ ଟ୍ୱିଟ୍‌ କରି କହିଛନ୍ତି ଯେ, ପଞ୍ଜାବରେ ଭଗୱନ୍ତଙ୍କ ନେତୃତ୍ୱରେ ଏକ ମାଫିଆ ରାଜ୍‌ ବିହୀନ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି। ତାଙ୍କ ଉପରେ ପର୍ବତସମ ଆଶା ରହିଛି। ଲୋକ କଲ୍ୟାଣ ନୀତିନିୟମ ପ୍ରଣନ କରି ପଞ୍ଜାବକୁ ଏକ ନୂଆ ଦିଶାରେ ଆଗେଇନେବାକୁ ମାନ୍‌ଙ୍କ ଉପରେ ଭରସା ଥିବା ସିଦ୍ଧୁ କହିଛନ୍ତି। ଶେଷରେ ମାନ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସିଦ୍ଧୁ । ପୂର୍ବରୁ ପଞ୍ଜାବ ଲୋକେ ଆପ୍‌ ସରକାରକୁ ଚୟନ କରି ଉଚିତ୍ ନିଷ୍ପତି ନେଇଥିବା ସିଦ୍ଧୁ କହିଥିଲେ। ଗତ ବର୍ଷ ଦଳରେ ବିଦ୍ରୋହ କରି ଚର୍ଚ୍ଚାକୁ ଆସିଥିଲେ ସିଦ୍ଧୁ। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି କନ୍ଦଳ ତୀବ୍ର ହୋଇଥିଲା।
https://twitter.com/sherryontopp/status/1504324831508336644?s=20&t=Q2ZKRtS9kbR4ZyXQb3b7eA

ଡ୍ରଗ୍‌ ମାଫିଆଙ୍କ ସହ ଅମରିନ୍ଦରଙ୍କର ଘନିଷ୍ଠ ସମ୍ପର୍କ ଥିବା ଅଭିଯୋଗ ଆଣିବା ଦଳରେ ଝଡ଼ ସୃଷ୍ଟି କରିଥିଲା । ପରେ ଉଭୟ ସିଦ୍ଧୁ ଏବଂ କ୍ୟାପ୍ଟେନ୍‌ଙ୍କ ମଧ୍ୟରେ କଳହ ଚରମ ସୀମାରେ ପହଞ୍ଚି ଥିଲା। ପରିଣତ ସୂରୁପ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପ୍ଟେନ୍‌ ଇସ୍ତଫା ଦେବା ସହ କଂଗ୍ରେସ ମଧ୍ୟ ଛାଡ଼ିଥିଲେ।  ତାଙ୍କ ସ୍ଥାନରେ ଚରଣ ଜିତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲା କଂଗ୍ରେସ। ଏହା ପରେ ମଧ୍ୟ ସିଦ୍ଧୁ ଶାନ୍ତ ପଡ଼ିନଥିଲେ। ପରେ ଚନ୍ନିଙ୍କ ସହ ଶୀତଳ ଯୁଦ୍ଧ ତୀବ୍ର ହୋଇଥିଲା। ‌ଉଭୟଙ୍କ ମଧ୍ୟରେ କ୍ଷମତାକୁ ନେଇ ତିକ୍ତତା ବଢିବା ପରେ ସିଦ୍ଧୁ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ହେଲେ଼ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରାଯାଇ ନଥିଲା ।

ପରବର୍ତ୍ତୀ ସମୟରେ ପଞ୍ଜାବର ବିଧାନସଭା ନିର୍ବାଚନ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ଉଭୟଙ୍କ ମଧ୍ୟରେ ଛକାପଞ୍ଝା ହୋଇଥିଲା। କିନ୍ତୁ ଚନ୍ନିଙ୍କ ନାମରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ରାହୁଲ ଗାନ୍ଧି ମୋହର ମାରିବା ସିଦ୍ଧୁଙ୍କୁ ନିରାଶ କରିଥିଲା। ତେବେ ନିର୍ବାଚନରେ ଆପଠାରୁ କଂଗ୍ରେସ ପରାଜୟ ପରେ ସିଦ୍ଧୁଙ୍କୁ ସଭାପତି ଦାୟିତ୍ୱ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଗତକାଲି ସିଦ୍ଧୁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story