କରୋନାକୁ ନେଇ କେନ୍ଦ୍ରର ଚେତାବନୀ: ଆଗୁଆ ଯୋଜନା କର, ଆସନ୍ତା ୩ ସପ୍ତାହ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ଅସମ୍ଭାଳ କରୋନାର ଦ୍ୱିତୀୟ ଲହର ମଧ୍ୟରେ ଆଜି କେନ୍ଦ୍ର ସରକାର ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳକୁ ବଡ଼ ଚେତାବନୀ ଦେଇଛନ୍ତି। କରୋନା ବିରୋଧରେ ଚାଲିଥିବା ଲଢ଼େଇ ପାଇଁ ଆସନ୍ତା ୩ ସପ୍ତାହ ବେଶ ଗୁରୁତ୍ୱପୂର୍ଣ୍ଣ। ତେଣୁ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ନିଜର କଣ୍ଟେନେମେଣ୍ଟ ଶୈଳୀକୁ ଆଗୁଆ ପ୍ରସ୍ତୁତ କରନ୍ତୁ ବୋଲି ସରକାର କହିଛନ୍ତି। କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଓ ପୁଲିସ୍‌ମାନଙ୍କୁ ନେଇ ଆଜି କେନ୍ଦ୍ର ସରକାର ଜରୁରୀ ବୈଠକ କରିଥିଲେ। ଏଥିରେ […]

centre

Hemant Lenka
  • Published: Tuesday, 20 April 2021
  • , Updated: 20 April 2021, 05:44 PM IST

ନୂଆଦିଲ୍ଲୀ: ଅସମ୍ଭାଳ କରୋନାର ଦ୍ୱିତୀୟ ଲହର ମଧ୍ୟରେ ଆଜି କେନ୍ଦ୍ର ସରକାର ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳକୁ ବଡ଼ ଚେତାବନୀ ଦେଇଛନ୍ତି। କରୋନା ବିରୋଧରେ ଚାଲିଥିବା ଲଢ଼େଇ ପାଇଁ ଆସନ୍ତା ୩ ସପ୍ତାହ ବେଶ ଗୁରୁତ୍ୱପୂର୍ଣ୍ଣ। ତେଣୁ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ନିଜର କଣ୍ଟେନେମେଣ୍ଟ ଶୈଳୀକୁ ଆଗୁଆ ପ୍ରସ୍ତୁତ କରନ୍ତୁ ବୋଲି ସରକାର କହିଛନ୍ତି।

କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଓ ପୁଲିସ୍‌ମାନଙ୍କୁ ନେଇ ଆଜି କେନ୍ଦ୍ର ସରକାର ଜରୁରୀ ବୈଠକ କରିଥିଲେ। ଏଥିରେ ଯୋଗଦେଇଥିବା ନୀତି ଆୟୋଗ(ସ୍ୱାସ୍ଥ୍ୟ) ସଦସ୍ୟ ଡା ଭିକେ ପଲ୍‌ କହିଛନ୍ତି, ଆସନ୍ତା ୩ ସପ୍ତାହ କରୋନା ସଂକ୍ରମଣକୁ ରୋକିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ତେଣୁ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସଂକ୍ରମଣକୁ କେମିତି ରୋକା ଯାଇପାରିବ, ତା’ର ବ୍ୟବସ୍ଥା ସମୟ ପୂର୍ବରୁ କରିବା ଦରକାର। ସେମାନେ ବଡ଼ବଡ଼ ସର୍ଭେ କରି ପଜିଟିଭ କେସ୍‌କୁ ଚିହ୍ନଟ କରିବା ଉଚିତ।

ବୈଠକରେ ଉପସ୍ଥିତ ଥିବା କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଅଜୟ ଭାଲ୍ଲା କହିଛନ୍ତି, ବର୍ତ୍ତମାନ ସମଗ୍ର ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ୁଛି। ଜାନୁଆରୀ ୧ରେ ଦୈନିକ ସଂକ୍ରମଣ ୨୦ ହଜାର ଥିବା ବେଳେ ଏବେ ଏହା ୧୦ ଗୁଣରୁ ଅଧିକ ବୃଦ୍ଧି ପାଇଛି। ଗତ ୧୧ ଦିନ ମଧ୍ୟରେ ସଂକ୍ରମଣ ହାର ଦୁଇ ଗୁଣ ବଢ଼ିଛି। ଏପ୍ରିଲ ୯ରେ ୧.୭୩ ଲକ୍ଷ କେସ୍‌ ଥିବା ବେଳେ ଏପ୍ରିଲ ୨୦ରେ ଏହା ୨.୭୩ ଲକ୍ଷ ହୋଇଯାଇଛି।

ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ନିଜର ଟେଷ୍ଟିଂ ସଂଖ୍ୟାକୁ ଆଶାତୀତ ବୃଦ୍ଧି କରିବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଛି। ଏଥିସହ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ କଣ୍ଟେନମେଣ୍ଟ ଜୋନ ଓ କରୋନା କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ କେନ୍ଦ୍ର ସରକାର କହିଛନ୍ତି। ଆସନ୍ତା ୩ ସପ୍ତାହ ପାଇଁ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ନିଜର ହସ୍ପିଟାଲଗୁଡ଼ିକୁ ଠିକ୍‌ ଭାବେ ପ୍ରସ୍ତୁତ କରି ରଖିବାକୁ ମଧ୍ୟ ବୈଠକରେ ସମସ୍ତଙ୍କୁ କୁହାଯାଇଛି।

ବୈଠକରେ ଅଧିକାଂଶ କେନ୍ଦ୍ର ଶାସିତ ଅଞ୍ଚଳର ଶାସନ ସଚିବ କହିଛନ୍ତି ଯେ ସେମାନେ ସଂକ୍ରମଣକୁ ରୋକିବା ପାଇଁ ନାଇଟ୍‌ କର୍ଫ୍ୟୁ ସହ ଏକାଧିକ କଟକଣା ଲାଗୁ କରିଛନ୍ତି। ଚଣ୍ଡିଗଡ଼ କହିଛି ଯେ ଅଧିକାରୀମାନେ ଦ୍ୱାର ଦ୍ୱାର ବୁଲି ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରିବାକୁ କାଉନସେଲିଂ କରୁଛନ୍ତି। ଏଠାରେ ୯୦% କୋଭିଡ୍‌ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିଛନ୍ତି। ସେମାନଙ୍କ ଉପରେ ମୋବାଇଲ ଟିମ୍ ଜରିଆରେ ନଜର ରଖାଯାଇଛି।

ବୈଠକରେ ଦିଲ୍ଲୀରେ ଦେଖାଯାଇଥିବା ବେଡ୍‌ର ଅଭାବ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।

Related story