ଆନ୍ଧ୍ର ଓ ତେଲେଙ୍ଗାନାରେ ଘାଣ୍ଟିଲା ଏନଆଇଏ, ୨୦ରୁ ଅଧିକ ସ୍ଥାନରେ ରେଡ୍‌

ହାଇଦ୍ରାବାଦ: ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ଆଜି ସକାଳୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ଏକାଧିକ ଜିଲ୍ଲାରେ ରେଡ୍‌ କରିଛି। ହିଂସା ଓ ବେଆଇନ କାର୍ଯ୍ୟକଳାପ ପାଇଁ ଚାଲିଥିବା ଯୋଜନା ସମ୍ପର୍କରେ ଖବର ପାଇ ଏନଆଇଏର ୨୩ଟି ଟିମ୍‌ ଏକାକାଳୀନ ରେଡ୍‌ କରିଛନ୍ତି। ସେହିପରି ଏକାଧିକ ପପୁଲାର ଫ୍ରଣ୍ଟ ଫ ଇଣ୍ଡିଆ(ପିଏଫଆଇ)ର ସଦସ୍ୟଙ୍କୁ ଉଠାଇ ନେଇ ଜେରା କରାଯାଉଛି। ଆଜି ସକାଳୁ ଏନଆଇଏର ଅଧିକାରୀମାନେ ଆନ୍ଧ୍ର ପ୍ରଦେଶର କୁରନୁଲ, ନେଲ୍ଲୋର, ଗୁଣ୍ଠୁର ଓ ନନ୍ଦୟାଲ […]

NIA

  • Published: Sunday, 18 September 2022
  • , Updated: 18 September 2022, 12:16 PM IST

ହାଇଦ୍ରାବାଦ: ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ଆଜି ସକାଳୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ଏକାଧିକ ଜିଲ୍ଲାରେ ରେଡ୍‌ କରିଛି। ହିଂସା ଓ ବେଆଇନ କାର୍ଯ୍ୟକଳାପ ପାଇଁ ଚାଲିଥିବା ଯୋଜନା ସମ୍ପର୍କରେ ଖବର ପାଇ ଏନଆଇଏର ୨୩ଟି ଟିମ୍‌ ଏକାକାଳୀନ ରେଡ୍‌ କରିଛନ୍ତି। ସେହିପରି ଏକାଧିକ ପପୁଲାର ଫ୍ରଣ୍ଟ ଫ ଇଣ୍ଡିଆ(ପିଏଫଆଇ)ର ସଦସ୍ୟଙ୍କୁ ଉଠାଇ ନେଇ ଜେରା କରାଯାଉଛି।

ଆଜି ସକାଳୁ ଏନଆଇଏର ଅଧିକାରୀମାନେ ଆନ୍ଧ୍ର ପ୍ରଦେଶର କୁରନୁଲ, ନେଲ୍ଲୋର, ଗୁଣ୍ଠୁର ଓ ନନ୍ଦୟାଲ ଜିଲ୍ଲାର ଏକାଧିକ ସ୍ଥାନରେ ଚଢ଼ଉ କରିଛନ୍ତି। ସେହିପରି ତେଲେଙ୍ଗାନାର ନିଜାମବାଦରେ ମଧ୍ୟ ରେଡ ହୋଇଛି। ଏସବୁ ଅଞ୍ଚଳରେ ଆତଙ୍କବାଦ କାର୍ଯ୍ୟକ୍ରମ ସକ୍ରିୟ ହୋଇଥିବା ଜଣାପଡ଼ିବା ପରେ ଏନଆଇଏ ଏପରି ପଦକ୍ଷେପ ଗ୍ରହଣ କରିଛି।

ଏନଆଇଏ ଅଧିକାରୀମାନେ ରେଡ୍‌ ବେଳେ ପିଏଫଆଇର ଜିଲ୍ଲା ସଂଯୋଜକ ଶାହଦୁଲ୍ଲା, ସଦସ୍ୟ ମହମ୍ମଦ ଇମରାନ ଓ ମହମ୍ମଦ ଅବଦୁଲ ମୋବିନିଙ୍କୁ ଉଠାଇ ନେଇ ଜେରା କରୁଛନ୍ତି। କରାଟେ ତାଲିମ ନାଁରେ ଏମାନେ ହିଂସା ଓ ବେଆଇନ କାର୍ଯ୍ୟକଳାର ତାଲିମ ଦେଉଥିବା ଅଭିଯୋଗ ହୋଇଛି। ତେବେ ଅଧିକାରୀମାନଙ୍କୁ ରେଡ ବେଳେ ବିରୋଧର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିଛି।

ଆନ୍ଧ୍ରର ବିଭିନ୍ନ ଜିଲ୍ଲାରେ ଏନଆଇଏ ଅଧିକାରୀମାନେ ପହଞ୍ଚିବା ପରେ ଲୋକମାନେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ଫେରିଯିବାକୁ ନାରାବାଜୀ କରିଛନ୍ତି। ଏହି ଛକାପଞ୍ଝା ଭିତରେ ରେଡ ଜାରି ରହିଛି। ନେଲ୍ଲୋରର ଖାଜା ନଗର ଅଞ୍ଚଳରେ ଆଜି ଭୋରରୁ ରେଡ୍‌ ଆରମ୍ଭ ହୋଇଥିଲା।

ଇଲିୟାଜ ନାମକ ଜଣେ ଯୁବକର ଘରେ ଛାନଭିନ ଜାରି ରହିଛି। ସେ ୩ ମାସ ହେଲା ନିଖୋଜ ରହିଥିବା ବେଳେ ଆଜି ଏନଆଇଏ ତାଙ୍କ ଘରେ ପହଞ୍ଚି ଯାଞ୍ଚ କରୁଛି। ଇଲିୟାଜ ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ଥିବା ଏନଆଇଏ ସନ୍ଦେହ କରୁଛି।

ସେହିପରି ତେଲେଙ୍ଗାନର ନିଜାମବାଦରେ ରହୁଥିବା ଶାହିଦ ଚୌଶି ନାମକ ଜଣେ ବ୍ୟକ୍ତିଙ୍କ ଘରେ ରେଡ୍ କରାଯାଇଛି। ଏନଆଇଏ ଅଧିକାରୀମାନେ ତାଙ୍କ ପାସପୋର୍ଟ ଓ ବ୍ୟାଙ୍କ ବହି ଜବତ କରିଛନ୍ତି। ସୋମବାର ତାଙ୍କୁ ହାଇଦ୍ରାବାଦରେ ଥିବା ଏନଆଇଏ ଅଫିସ ଆସିବାକୁ ନୋଟିସ ମଧ୍ୟ କରାଯାଇଛି। ଶାହିଦ କହିଛନ୍ତି, “ସେମାନେ ଦୁଇଟି ଫୋନ, ଗୋଟିଏ ପାସପୋର୍ଟ ଓ ପାସବୁକ ନେଇଛନ୍ତି। ଏହାର ଯାଞ୍ଚ କରାଯିବ। ସେମାନେ ମୋତେ ଆଉ କିଛି କହିବାର ଅଛି କି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମୁଁ ଗୋଟିଏ ସର୍ଭିସ ସେଣ୍ଟର ଚଳାଉଥିବା ତାଙ୍କୁ କହିଛି। ଏହା ଛଡ଼ା ଆଉ କିଛି ନାହିଁ। ସେମାନେ ମୋତେ ସୋମବାର ହାଇଦ୍ରାବାଦ ଆସିବାକୁ କହିଛନ୍ତି ଓ ଗୋଟିଏ ନୋଟିସ ଧରା ଚାଲି ଯାଇଛନ୍ତି।”

ଗତ ମାସରେ ମଧ୍ୟ ଏନଆଇଏ ବିହାରର ପ୍ରାୟ ୨୦ଟି ସ୍ଥାନରେ ରେଡ୍‌ କରି ଅନେକ ଆପତ୍ତିଜନକ ସାମଗ୍ରୀ ଓ ଡିଜିଟାଲ ଉପକରଣ ଜବତ କରିଥିଲା।

Related story