ଏପ୍ରିଲ ୩୦ ଯାଏ ପୂରା ରାଜ୍ୟରେ ନାଇଟ କର୍ଫ୍ୟୁ, ରାଜନୀତିକ ସମାବେଶ ବନ୍ଦ

ଅମୃତସର: କରୋନାର ଦ୍ୱିତୀୟ ଲହରୀ ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ପଞ୍ଜାବରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ। ଆଜିଠାରୁ ନାଇଟ କର୍ଫ୍ୟୁ ଲାଗୁ ହୋଇ ଏପ୍ରିଲ ୩୦ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହେବ। ପ୍ରତିଦିନ ରାତି ୯ଟାରୁ ସକାଳ ୫ଟା ଯାଏ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ ବୋଲି ଆଜି ପଞ୍ଜାବ ସରକାର ଘୋଷଣା କରିଛନ୍ତି। ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ସମଗ୍ର […]

Night-Curfew

Hemant Lenka
  • Published: Wednesday, 07 April 2021
  • , Updated: 07 April 2021, 03:29 PM IST

ଅମୃତସର: କରୋନାର ଦ୍ୱିତୀୟ ଲହରୀ ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ପଞ୍ଜାବରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ। ଆଜିଠାରୁ ନାଇଟ କର୍ଫ୍ୟୁ ଲାଗୁ ହୋଇ ଏପ୍ରିଲ ୩୦ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହେବ। ପ୍ରତିଦିନ ରାତି ୯ଟାରୁ ସକାଳ ୫ଟା ଯାଏ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ ବୋଲି ଆଜି ପଞ୍ଜାବ ସରକାର ଘୋଷଣା କରିଛନ୍ତି।

ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ସମଗ୍ର ରାଜ୍ୟରେ କୌଣସି ରାଜନୀତିକ ସମାବେଶ ହୋଇପାରିବ ନାହିଁ ବୋଲି କହିଛନ୍ତି। ପୂର୍ବରୁ ପଞ୍ଜାବ ସରକାର ଏପ୍ରିଲ ୧୦ ଯାଏ କରୋନା କଟକଣା ଲାଗୁ କରିଥିଲେ। ଏବେ ଏହାକୁ ଏପ୍ରିଲ ୩୦ ଯାଏ ବୃଦ୍ଧି କରାଯାଇଛି।

ସରକାର ପୂର୍ବରୁ ଜାରି କରିଥିବା ସଂଶୋଧିତ ଗାଇଡଲାଇନରେ ନାଇଟ କର୍ଫ୍ୟୁ ୯ ବଦଳରେ ୧୨ଟି ଜିଲ୍ଲାରେ ଲାଗୁ ହେବ ବୋଲି କହିଥିଲେ। ଏବେ ନାଇଟ କର୍ଫ୍ୟୁ ପୂରା ରାଜ୍ୟରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଲୁଧିଆନା ଓ ପଟିଆଲା ମଧ୍ୟ ରହିଛି। ଏହି ଦୁଇ ସ୍ଥାନରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି।

ନୂଆ ଗାଇଡଲାଇନରେ ସରକାର କହିଛନ୍ତି ଯେ ବାହାଘର, ଅନ୍ତିମ ସଂସ୍କାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଏକାଠି ହେଉଥିବା ଲୋକଙ୍କ ସଂଖ୍ୟା ହ୍ରାସ କରିବାକୁ କହିଛନ୍ତି। ଖୋଲା ସ୍ଥାନରେ ହେଉଥିବା କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣ ଓ ବନ୍ଦ କୋଠୋରୀରେ ହେଉଥିବା କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଜଣ ଯୋଗଦେଇପାରିବେ।

ସମସ୍ତ ସରକାରୀ ଅଫିସରେ କର୍ମଚାରୀଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ସରକାର ଏପ୍ରିଲ ୩୦ ଯାଏ ରାଜ୍ୟରେ ଥିବା ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରିଥିଲେ। ମଲ ମଧ୍ୟକୁ ଏକକାଳୀନ ୧୦୦ ଜଣ ଯାଇ ପାରିବେ ଓ ସିନେମା ହଲ ୫୦% ଦର୍ଶକଙ୍କୁ ନେଇ ଚାଲିପାରିବ ବୋଲି ଗାଇଡଲାଇନରେ କହିଥିଲେ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ କରୋନା ପଞ୍ଜାବରେ ୬୭ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ୨୯ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ଟିଭ କେସ୍‌ ମଧ୍ୟ ୨୫,୯୧୩କୁ ବୃଦ୍ଧି ପାଇଛି। ପଞ୍ଜାବ ପୂର୍ବରୁ ମହାରାଷ୍ଟ୍ର ଓ ଦିଲ୍ଲୀରେ ମଧ୍ୟ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିଲା।

Related story