କାୟା ମେଲାଉଛି କରୋନାର ନୂଆ ରୂପ, ରାଜସ୍ତାନରୁ ୯ ଚିହ୍ନଟ

ଜୟପୁର: ଦେଶରେ କାୟା ମେଲାଉଛି ଓମିକ୍ରନ୍‌ ଭ୍ୟାରିଆଣ୍ଟ। ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡ଼ୁଛି ଏହି ପ୍ରଜାତି। ଆଜି ଦିଲ୍ଲୀ ପରେ ରାଜସ୍ତାନରେ ୯ ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛନ୍ତି।  ସମ୍ପୃକ୍ତ ୯ ଜଣଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜୟପୁରର ଆଦର୍ଶ ନଗରର ଏକ ପରିବାରର ୯ ଜଣ ସଦସ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏଥିସହ ଦେଶର ଓମିକ୍ରନ୍‌ ଭ୍ୟାରିଆଣ୍ଟ ଆକ୍ରନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଆଜି […]

covid-19

Tapas Behera
  • Published: Sunday, 05 December 2021
  • , Updated: 05 December 2021, 08:40 PM IST

ଜୟପୁର: ଦେଶରେ କାୟା ମେଲାଉଛି ଓମିକ୍ରନ୍‌ ଭ୍ୟାରିଆଣ୍ଟ। ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡ଼ୁଛି ଏହି ପ୍ରଜାତି। ଆଜି ଦିଲ୍ଲୀ ପରେ ରାଜସ୍ତାନରେ ୯ ଜଣ ଓମିକ୍ରନ୍‌ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛନ୍ତି।  ସମ୍ପୃକ୍ତ ୯ ଜଣଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜୟପୁରର ଆଦର୍ଶ ନଗରର ଏକ ପରିବାରର ୯ ଜଣ ସଦସ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏଥିସହ ଦେଶର ଓମିକ୍ରନ୍‌ ଭ୍ୟାରିଆଣ୍ଟ ଆକ୍ରନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଆଜି  ମହାରାଷ୍ଟ୍ରରେ ଆଉ ଜଣ ୭ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହ ଉକ୍ତ ରାଜ୍ୟରେ  ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଚିହ୍ନଟଙ୍କ ମଧ୍ୟରେ ଗୋଟିଏ ପରିବାରର ୬ ଜଣ ସଦସ୍ୟ ଅଛନ୍ତି। ସୂଚନା ଅନୁଯାୟୀ ଜଣେ ୪୪ ବର୍ଷୀୟ ମହିଳା ଗତ ନଭେମ୍ବର ୨୪ରେ ନାଇଜେରିଆର ଲାଗୋରୁ ମହାରାଷ୍ଟ୍ରର ପିମ୍ପ୍ରି-ଚିଞ୍ଚୱାଡରେ ତାଙ୍କ ଭାଇଙ୍କୁ ଭେଟିବାକୁ ଆସିଥିଲେ। ସମ୍ପୃକ୍ତ ମହିଳାଙ୍କ ସହ ଦୁଇ ଝିଅ, ତାଙ୍କ ଭାଇ, ଭାଇର ଦୁଇ ଝିଅ ମୋଟ ୭ ଜଣ ପଜିଟିଭ୍‌ ଚିହ୍ନଟ ହୋଛନ୍ତି।

ପୁଣେର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ସେହିପରି ପୁଣେରେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠି ଜଣେ ୪୭ ବର୍ଷ ବୟସ୍କ ବ୍ୟକ୍ତି ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛନ୍ତି। ଆଜି ଦିଲ୍ଲୀରେ ଜଣେ ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି ।  ଦିଲ୍ଲୀରୁ ଚିହ୍ନଟ ବ୍ୟକ୍ତିଜଣକ ତାଞ୍ଜାନିଆରୁ ଫେରିଥିଲେ । ତାଙ୍କୁ ସଂପ୍ରତି ଲୋକନାୟକ ଜୟପ୍ରକାଶ ହସ୍ପିଟାଲ (ଏଲଏନଜେପି )ରେ  ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Related story