ମହାଶପଥ: ଜୀବନ ସାରା ମଦ ନ ପିଇବାକୁ ପ୍ରତିଜ୍ଞା କଲେ ସବୁ ସରକାରୀ ବାବୁ

ପାଟନା: ମଦ ବ୍ୟାନ ଆଇନକୁ ଅଧିକ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ପୂରା ରାଜ୍ୟର ସରକାରୀ ବାବୁମାନେ ଆଜି ଶପଥ ନେଇଛି। ମଦ ବିରୋଧରେ ସମସ୍ତେ ମହାଶପଥ ନେଇ ଜୀବନ ସାରା ଏହାକୁ ପିଇବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି। ରାଜ୍ୟର ସମସ୍ତ କର୍ମଚାରୀ, ପୁଲିସ୍ କର୍ମୀ ଓ ବିଭିନ୍ନ ସଂଗଠନ ଏପରି ଶପଥ ନେଇ ମଦ୍ୟ ପାନରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ମଦ୍ୟ ପାନ ସ୍ୱାସ୍ଥ୍ୟ […]

Liquor

Hemant Lenka
  • Published: Friday, 26 November 2021
  • , Updated: 26 November 2021, 09:38 PM IST

ପାଟନା: ମଦ ବ୍ୟାନ ଆଇନକୁ ଅଧିକ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ପୂରା ରାଜ୍ୟର ସରକାରୀ ବାବୁମାନେ ଆଜି ଶପଥ ନେଇଛି। ମଦ ବିରୋଧରେ ସମସ୍ତେ ମହାଶପଥ ନେଇ ଜୀବନ ସାରା ଏହାକୁ ପିଇବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି।

ରାଜ୍ୟର ସମସ୍ତ କର୍ମଚାରୀ, ପୁଲିସ୍ କର୍ମୀ ଓ ବିଭିନ୍ନ ସଂଗଠନ ଏପରି ଶପଥ ନେଇ ମଦ୍ୟ ପାନରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ମଦ୍ୟ ପାନ ସ୍ୱାସ୍ଥ୍ୟ ଓ ସମାଜ ପାଇଁ କ୍ଷତିକାରକ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହା ବିରୋଧରେ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି।

ପାଟନାର ଜ୍ଞାନ ଭବନରେ ଆୟୋଜିତ ମଦ ବିରୋଧୀ ମହାଶପଥ କାର୍ଯ୍ୟକ୍ରମରେ ନୀତୀଶ କୁମାର କହିଛନ୍ତି,"ମଦ ବ୍ୟବହାର କେବଳ ଖରାପ ନୁହେଁ ବରଂ ବିପଦ ଜନନକ। ଏହି ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଜ୍ୟରେ ନିକଟରେ ଘଟିଥିବା ବିଷାକ୍ତ ମଦ ମୃତ୍ୟୁ ଘଟଣାକୁ ଲୋକଙ୍କୁ ପାଖରେ ପହଞ୍ଚାଇବାର ଆବଶ୍ୟକ ରହିଛି।”

ମଦ ବିରୋଧରେ ଶପଥ ପାଠ କରି ନୀତୀଶ କୁମାର କହିଛନ୍ତି, “ମୁଁ ନୀତୀଶ କୁମାର, ଆଜି ୨୦୨୧ ନଭେମ୍ବର ୨୬ରେ ଜ୍ଞାନ ଭବନ ପରିସରରେ ଶପଥ ନେଉଛି ଯେ ମୁଁ ସାରା ଜୀବନ ମଦ ପିଇବି ନାହିଁ। ମୁଁ ଡ୍ୟୁଟିରେ ଥାଏ କି ନଥାଏ ମଦକୁ ଛୁଇଁବି ନାହିଁ। ଦୈନନ୍ଦିନ ଜୀବନର ମଧ୍ୟ ମୁଁ ମଦ ସହ ଜଡ଼ିତ କୌଣସି କାର୍ଯ୍ୟକଳାପରେ ସାମିଲ ହେବିନି।”

ନୀତୀଶ କୁମାରଙ୍କ କ୍ୟାବିନେଟ୍ ସହଯୋଗୀ, ଜନ ପ୍ରତିନିଧି, ପୁଲିସ୍ ଅଧିକାରୀ ଓ ସରକାରୀ କର୍ମଚାରୀମାନେ ମଦ ବିରୋଧରେ ମହାଶପଥ ନେଇଛନ୍ତି। ଏହାବାଦ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷାର୍ଥୀ, ବିହାର ବିଧାନସଭା ସଚିବାଳୟର କର୍ମଚାରୀମାନେ ମଦ ପିଇବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି।

ଏହି ଅବସରରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଲୋକଙ୍କ ପାଖରେ ମଦ ବିରୋଧୀ ସଚେତନତା ସୃଷ୍ଟି କରିବା ପାଇଁ ଗୋଟିଏ ରଥ ଯାତ୍ରାକୁ ଶୁଭାରମ୍ଭ କରିଛନ୍ତି। ସେ କୌଣସି ଭେଦଭାବ ନ ରଖି ମଦ ବିରୋଧୀ ଆଇନକୁ ଅଧିକ ପ୍ରଭାବଶାଳୀ ଭାବେ ଲାଗୁ କରିବା ପାଇଁ କହିଛନ୍ତି। ଏଥିସହ ମଦ ଜନିତ କାର୍ଯ୍ୟକଳାପରେ ସାମିଲ ଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନୀତୀଶ କୁମାର ରାଜ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୬ରୁ ବିହାରରେ ମଦକୁ ସଂପୂର୍ଣ୍ଣ ଭାବେ ବ୍ୟାନ କରାଯାଇଛି। ତଥାପି ଅନେକ ସମୟରେ ବିଷାକ୍ତ ମଦ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି। ତେଣୁ ମଦ ଉପରେ ସଂପୂର୍ଣ୍ଣ ରୋକ ଲଗାଇବା ଓ ଏହାର ବ୍ୟବହାର ବନ୍ଦ କରିବାକୁ ବିହାର ସରକାର ଏପରି ଶପଥ ପାଠର ଆୟୋଜନ କରିଛନ୍ତି।

Related story