୪୫ ବର୍ଷ ପରେ ରାମପୁର ଆସନରୁ ଆଜମ ଖାନଙ୍କ ପରିବାର ଲୋକେ ନିର୍ବାଚନ ଲଢ଼ିବେନି

ନୂଆଦିଲ୍ଲୀ: ୪୫ ବର୍ଷ ପରେ ପ୍ରଥମଥର ପାଇଁ  ଉତ୍ତରପ୍ରଦେଶର ରାମପୁର ବିଧାନସଭା ଆସନରୁ ସମାଜବାଦୀ ପାର୍ଟିର ଆଜମ ଖାନଙ୍କ ପରିବାରରୁ କେହି ନିର୍ବାଚନ ଲଢ଼ିବେ ନାହିଁ। ୧୯୭୭ ପରଠାରୁ  ଆଜମ ଖାନଙ୍କ ପରିବାର ଳୋକେ ଉକ୍ତ ଆସନରୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।  ଆସନ୍ତା ଡିସେମ୍ବର ୫ ତାରିଖରେ ଏଠାରେ ଉପନିର୍ବାଚନ ହେବ। ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଜମଖାନ୍‌ଙ୍କ ସଭ୍ୟ ପଦ ରଦ୍ଦ ହୋଇଥିଲା। ତେଣୁ ଏଠାରେ ଉପ ନିର୍ବାଚନ ହେଉଛି। ଆଜମଖାନ୍‌ଙ୍କ […]

Azam Khan

  • Published: Thursday, 17 November 2022
  • , Updated: 17 November 2022, 09:24 AM IST

ନୂଆଦିଲ୍ଲୀ: ୪୫ ବର୍ଷ ପରେ ପ୍ରଥମଥର ପାଇଁ  ଉତ୍ତରପ୍ରଦେଶର ରାମପୁର ବିଧାନସଭା ଆସନରୁ ସମାଜବାଦୀ ପାର୍ଟିର ଆଜମ ଖାନଙ୍କ ପରିବାରରୁ କେହି ନିର୍ବାଚନ ଲଢ଼ିବେ ନାହିଁ। ୧୯୭୭ ପରଠାରୁ  ଆଜମ ଖାନଙ୍କ ପରିବାର ଳୋକେ ଉକ୍ତ ଆସନରୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।  ଆସନ୍ତା ଡିସେମ୍ବର ୫ ତାରିଖରେ ଏଠାରେ ଉପନିର୍ବାଚନ ହେବ। ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଜମଖାନ୍‌ଙ୍କ ସଭ୍ୟ ପଦ ରଦ୍ଦ ହୋଇଥିଲା। ତେଣୁ ଏଠାରେ ଉପ ନିର୍ବାଚନ ହେଉଛି। ଆଜମଖାନ୍‌ଙ୍କ ପତ୍ନୀ ତନଜିନ୍ ଫତିମା, ବୋହୂଙ୍କୂ ଏଠାରେ ସମାଜବାଦୀ ପକ୍ଷରୁ ଟିକେଟ ମିଳି ନାହିଁ।  ୧୯୭୭ରୁ  ଆଜମଖାନ୍‌ଙ୍କ ପରିବାର ଏହି ଆସନକୁ ନିଜ ଅକ୍ତିଆରରେ ରଖି ଆସିଥିଲେ।

୧୯୭୭ରୁ ୨୦୨୨ ପର୍ଯ୍ୟନ୍ତ  ଆଜମଖାନ୍‌ ୧୨ଟି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ସେ ମାତ୍ର ୨ ଥର ହାରିଛନ୍ତି।  ନିକଟରେ ହେଟ୍ ସ୍ପିଚ୍ ମାମଲାରେ ଆଜମ ଖାନ୍‌ଙ୍କୁ ତିନି ବର୍ଷ ଦଣ୍ଡ ହୋଇଛି। ଏହି ଦଣ୍ଡ ଘୋଷଣା ହେବା ପରେ ଆଜମ ଖାନଙ୍କ ବିଧାନସଭା ସଦସ୍ୟ ପଦ ରଦ୍ଦ ହୋଇଥିଲା । ଆଜମ ଖାନଙ୍କୁ ଅଯୋଗ୍ୟ ଘୋଷଣା ପରେ ଖାଲି ପଡିଥିବା ରାମପୁର ସଦର ଆସନରେ ଉପନିର୍ବାଚନ ଅନୁଷ୍ଠିତ ପାଇଁ ପଥ ପରିଷ୍କାର ହୋଇଥିଲା । ୭୦ ଓ ୮୦ ଦଶକରେ ଏହି ଆସନରେ କଂଗ୍ରେସ ଶକ୍ତିଶାଳୀ ଥିଲା।

୧୯୮୦ ରୁ ୧୯୯୩ ମଧ୍ୟରେ ଶ୍ରୀ ଖାନ କ୍ରମାଗତ ଭାବରେ ପାଞ୍ଚଟି ବିଧାନସଭା ନିର୍ବାଚନରେ ​​ଜିତିଥିଲେ । କିନ୍ତୁ ୧୯୯୬ନିର୍ବାଚନରେ ​​କଂଗ୍ରେସର ଆଫ୍ରୋଜ ଅଲି ଖାନ ତାଙ୍କୁ ହରାଇଥିଲେ। ଏହା ପରେ ଆଜମ ଖାନଙ୍କୁ ରାଜ୍ୟସଭାକୁ ପଠାଯାଇଥିଲା। ପରେ ସେ ୨୦୦୨ ରୁ ୨୦୨୨ମଧ୍ୟରେ କ୍ରମାଗତ ପାଞ୍ଚଟି ନିର୍ବାଚନରେ ​​ଜିତିଥିଲେ।

Related story