କେନ୍ଦ୍ର ସହ ସ୍ୱର ମିଳାଇଲେ ଓଡ଼ିଶା ସମେତ ୧୨ ରାଜ୍ୟ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହର ବେଳେ ଦେଶରେ ଅକ୍ସିଜେନ ଅଭାବରୁ କେହି ବି ପ୍ରାଣ ହରାଇ ନାହାନ୍ତି। କେନ୍ଦ୍ର ସରକାରଙ୍କ ଏପରି ବୟାନ ସହ ଏକମତ ହୋଇଛନ୍ତି ଓଡ଼ିଶା ସମେତ ୧୨ଟି ଓ କେନ୍ଦ୍ର ଶାସିତ ଅଞ୍ଚଳ। କେନ୍ଦ୍ର ସରକାରଙ୍କ ଭଳି ୧୨ ରାଜ୍ୟର ସରକାର ମଧ୍ୟ ମହାମାରୀ କରୋନାର ପିକ୍‌ ବେଳେ ଅକ୍ସିଜେନ ଅଭାବରୁ କୌଣସି ରୋଗୀ ପ୍ରାଣ ହରାଇ ନାହାନ୍ତି ବୋଲି କହିଛନ୍ତି। ଏ ସଂକ୍ରାନ୍ତ ତଥ୍ୟ ମଧ୍ୟ ନିର୍ଦ୍ଦେଶ ଅନୁସାରେ ସେମାନେ […]

Oxygen-

Hemant Lenka
  • Published: Friday, 06 August 2021
  • , Updated: 06 August 2021, 06:46 PM IST

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହର ବେଳେ ଦେଶରେ ଅକ୍ସିଜେନ ଅଭାବରୁ କେହି ବି ପ୍ରାଣ ହରାଇ ନାହାନ୍ତି। କେନ୍ଦ୍ର ସରକାରଙ୍କ ଏପରି ବୟାନ ସହ ଏକମତ ହୋଇଛନ୍ତି ଓଡ଼ିଶା ସମେତ ୧୨ଟି ଓ କେନ୍ଦ୍ର ଶାସିତ ଅଞ୍ଚଳ। କେନ୍ଦ୍ର ସରକାରଙ୍କ ଭଳି ୧୨ ରାଜ୍ୟର ସରକାର ମଧ୍ୟ ମହାମାରୀ କରୋନାର ପିକ୍‌ ବେଳେ ଅକ୍ସିଜେନ ଅଭାବରୁ କୌଣସି ରୋଗୀ ପ୍ରାଣ ହରାଇ ନାହାନ୍ତି ବୋଲି କହିଛନ୍ତି। ଏ ସଂକ୍ରାନ୍ତ ତଥ୍ୟ ମଧ୍ୟ ନିର୍ଦ୍ଦେଶ ଅନୁସାରେ ସେମାନେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପଠା ଦେଇଛନ୍ତି।

ସୂଚନା ଅନୁସାରେ, ଅକ୍ସିଜେନ ଜନିତ ମୃତ୍ୟୁ ସମ୍ପର୍କରେ ମୋଟ ୧୩ଟି ରାଜ୍ୟ ତଥ୍ୟ ଦେଇଛନ୍ତି। ୧୩ଟି ରାଜ୍ୟ ମଧ୍ୟରୁ କେବଳ ପଞ୍ଜାବ ୪ ଜଣଙ୍କ ମୃତ୍ୟୁକୁ ସନ୍ଦେହ ଶ୍ରେଣୀରେ ରଖିଛି। ଏହାର ଅର୍ଥ ଅକ୍ସିଜେନ ଅଭାବରୁ ଏମାନଙ୍କ ମୃତ୍ୟୁ ଘଟି ଥାଇପାରେ କିମ୍ବା ନ ଘଟି ଥାଇପାରେ।

ବାକି ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଅକ୍ସିଜେନ ଅଭାବରରୁ କାହାର ମୃତ୍ୟୁ ଘଟି ନଥିବା କହିଛନ୍ତି। ଓଡ଼ିଶା, ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ନାଗାଲାଣ୍ଡ, ଆସାମ, ସିକ୍କିମ, ତ୍ରିପୁରା, ଝାରଖଣ୍ଡ, ହିମାଚଳ ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶ ଭଲି ରାଜ୍ୟର ସରକାରମାନେ ଅକ୍ସିଜେନ ଅଭାବରୁ କାହାର ମୃତ୍ୟୁ ଘଟି ନଥିବା କହିଛନ୍ତି। ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଓ ଜମ୍ମୁ-କଶ୍ମୀରରେ ମଧ୍ୟ ଅମ୍ଳଜାନ ଅଭାବରୁ କେହି ପ୍ରାଣ ହରାଇ ନଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଅବଗତ କରା ଯାଇଛି।

କିଛି ଦିନ ତଳେ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଅକ୍ସିଜେନ ଅଭାବରୁ କାହାର ମୃତ୍ୟୁ ଘଟିଛି କି ନାହିଁ, ତା’ର ତଥ୍ୟ ମାଗିଥିଲେ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ତଥ୍ୟ ଦେବା ପରେ କେନ୍ଦ୍ର ସରକାର ସଂସଦରେ ଏହାକୁ ଉପସ୍ଥାପନ କରିବେ। ଅଗଷ୍ଟ ୧୩ରେ ସଂସଦର ମୌସୁମୀ ଅଧିବେଶନ ଶେଷ ହେବ।

ତେଣୁ ଏହା ପୂର୍ବରୁ ରାଜ୍ୟଗୁଡ଼ିକ ଅକ୍ସିଜେନ ଅଭାବରୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟାକୁ ଯାଞ୍ଚ କରି କେନ୍ଦ୍ର ସରକାରଙ୍କୁ ପଠାଇଛନ୍ତି। ତଥାପି ଏବେ ଦିଲ୍ଲୀ, ଗୋଆ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଭଳି ସରକାରଙ୍କ ତଥ୍ୟ ହାସଲ ହୋଇ ନାହିଁ। ଏହି ସବୁ ରାଜ୍ୟରେ କରୋନାର ପିକ୍‌ ବେଳେ ଅନେକ ଲୋକ ଅକ୍ସିଜେନ ଅଭାବରୁ ପ୍ରାଣ ହରାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା।

କରୋନାର ଦ୍ୱିତୀୟ ଲହର ବେଳେ ସଂକ୍ରମଣ ଦ୍ରୁତି ଗତିରେ ବଢ଼ିଥିଲା। ଏହି କାରଣ ପାଇଁ ସମଗ୍ର ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ହସ୍ପିଟାଲରେ ବେଡ୍‌ ସରିଯିବା ସହ ଅକ୍ସିଜେନ ସଙ୍କଟ ଦେଖାଯାଇଥିଲା। ଲୋକମାନେ ଅକ୍ସିଜେନ ପାଇଁ ଡହଳ ବିକଳ ହୋଇଥିଲେ।

ଅନେକ ଲୋକ ଅକ୍ସିଜେନ ଅଭାବରୁ ପ୍ରାଣ ହରାଇଥିବା ସାରା ଦେଶର ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଥିଲା। ହେଲେ କେନ୍ଦ୍ର ସରକାର ନିକଟରେ ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ଦ୍ୱିତୀୟ ୱେଭ ବେଳେ ଅକ୍ସିଜେନ ଅଭାବରୁ କେହି ବି ପ୍ରାଣ ହରାଇଛନ୍ତି। ରାଜ୍ୟ ସରକାରମାନେ ନିର୍ଦ୍ଦିଷ୍ଟ ଭାବେ ଅକ୍ସିଜେନ ଅଭାବରୁ କେହି ପ୍ରାଣ ହରାଇଥିବାର ରିପୋର୍ଟ ଦେଇ ନାହାନ୍ତି।

ଏହି ବୟାନକୁ ନେଇ ବେଶ ବାଦବିବାଦ ହୋଇଥିଲା। ଅକ୍ସିଜେନ ସଙ୍କଟ ଯୋଗୁ ନିଜ ପ୍ରିୟଜନଙ୍କୁ ହରାଇଥିବା ଲୋକମାନେ ସରକାରଙ୍କ ଏପରି ବୟାନ ଶୁଣି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। କିନ୍ତୁ ଗୋଆର ଏକ ସରକାରୀ ହସ୍ପିଟାଲରେ ଅକ୍ସିଜେନ ଅଭାବରରୁ ମେ’ ମାସରେ ପ୍ରାୟ ୮୦ ଜଣଙ୍କ ମୃତ୍ୟୁ ଘଟିଥିଲା।

ଆନ୍ଧ୍ର ପ୍ରଦେଶର ତିରୁପତିରେ ଆଇସିୟୁରେ ଭର୍ତ୍ତି ହୋଇଥିବା ୧୧ ଜଣ ରୋଗୀ ଅକ୍ସିଜେନ ଯୋଗାଣ ବାଧାପ୍ରାପ୍ତ ହେବାରୁ ଜୀବନ ହରାଇଥିଲେ। ହାଇଦ୍ରାବାଦର ଏକ ହସ୍ପିଟାଲରେ ଦୁଇ ଘଣ୍ଟା ଅକ୍ସିଜେନ ଯୋଗାଣରେ ବିଭ୍ରାଟ ହେବାରୁ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଦିଲ୍ଲୀରେ ମଧ୍ୟ ଅକ୍ସିଜେନ ଅଭାବରୁ ୨୧ ଜଣ ପ୍ରାଣ ହରାଇଛନ୍ତି।

ଠିକ୍‌ ସମୟରେ ଅକ୍ସିଜେନ ମିଳୁ ନଥିବାରୁ ଏକାଧିକ ରାଜ୍ୟ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଏହାପରେ ଅକ୍ସିଜେନ ଯୋଗାଣ ପାଇଁ କେନ୍ଦ୍ର ସରକାର ଅକ୍ସିଜେନ ଏକ୍ସପ୍ରେସ ଚଳାଚଳ କରିଥିଲେ। ଏହି ସବୁ ଖବର ସତ୍ତ୍ୱେ ପ୍ରଥମେ କେନ୍ଦ୍ର ସରକାର ଓ ପରେ ୧୨ ରାଜ୍ୟର ସରକାର ଅକ୍ସିଜେନ ଅଭାବରୁ କାହାର ମୃତ୍ୟୁ ଘଟି ନଥିବା କହିଛନ୍ତି।

Related story