Advertisment

ଇଦଗା ମୈଦାନରେ ଗଶେଶ ପୂଜା ନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଇଦଗା ପଡ଼ିଆରେ ହେବନି ଗଣେଶ ପୂଜା। ପୂର୍ବଭଳି ଏଠାରେ ସ୍ଥିତାବସ୍ଥା ବଜୟୀ ରଖିବା ପାଇଁ ଆଜି ସୁପ୍ରିମକୋର୍ଟ ଜରୁରିକାଳୀନ ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି। କର୍ଣ୍ଣାଟକା ସରକାର ଓ ହାଇକୋର୍ଟ ଏହି ବିବାଦୀୟ ଅଞ୍ଚଳରେ ଗଣେଶ ମହୋତ୍ସବ ପାଳନ କରିବାକୁ ଅନୁମତି ଦେଇଥିଲେ। ଏହାକୁ ବିରୋଧ କରି କର୍ଣ୍ଣାଟକା ୱାକଫ ବୋର୍ଡ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ଏହାର ଶୁଣାଣି ଆଜି ସୁପ୍ରିମକୋର୍ଟ ପ୍ରାୟ ୨ ଘଣ୍ଟା ଧରି କରିଥିଲେ। ଏହାପରେ କୋର୍ଟ ଗଣେଶ ମହୋତ୍ସବ […]

ଇଦଗା ମୈଦାନରେ ଗଶେଶ ପୂଜା ନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Idgha

Advertisment

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଇଦଗା ପଡ଼ିଆରେ ହେବନି ଗଣେଶ ପୂଜା। ପୂର୍ବଭଳି ଏଠାରେ ସ୍ଥିତାବସ୍ଥା ବଜୟୀ ରଖିବା ପାଇଁ ଆଜି ସୁପ୍ରିମକୋର୍ଟ ଜରୁରିକାଳୀନ ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି। କର୍ଣ୍ଣାଟକା ସରକାର ଓ ହାଇକୋର୍ଟ ଏହି ବିବାଦୀୟ ଅଞ୍ଚଳରେ ଗଣେଶ ମହୋତ୍ସବ ପାଳନ କରିବାକୁ ଅନୁମତି ଦେଇଥିଲେ।

Advertisment

ଏହାକୁ ବିରୋଧ କରି କର୍ଣ୍ଣାଟକା ୱାକଫ ବୋର୍ଡ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ଏହାର ଶୁଣାଣି ଆଜି ସୁପ୍ରିମକୋର୍ଟ ପ୍ରାୟ ୨ ଘଣ୍ଟା ଧରି କରିଥିଲେ। ଏହାପରେ କୋର୍ଟ ଗଣେଶ ମହୋତ୍ସବ ଉପରେ ରୋକ ଲଗାଇ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠରେ ଥିବା ଜଷ୍ଟିସ ଇନ୍ଦିରା ବାନାର୍ଜୀ କହିଛନ୍ତି, “ଭଗବାନ ଗଣେଶ ଆମକୁ କ୍ଷମା କରନ୍ତୁ। ଇଦଗା ମୈଦାନରେ ଗଣେଶ ମହୋତ୍ସବକୁ ଅନୁମତି ଦିଆଯାଇ ପାରିବ ନାହିଁ। ଏଠାରେ ସବୁ ଧର୍ମର ଲୋକ ସ୍ଥିତାବସ୍ଥା ବଜାୟୀ ରଖିବେ।”

ସରକାର ଇଦଗା ମୈଦାନାରେ ଗଣେଶ ପୂଜା କରିବାକୁ ଅନୁମତି ଦେଇଥିବାରୁ ଏହାକୁ ୱାକଫ ବୋର୍ଡର ଓକିଲ କପିଲ ଶିବଲ ସୁପ୍ରିମକୋର୍ଟରେ ବିରୋଧ କରିଥିଲେ। ସେ କହିଥିଲେ, ୨୦୦ ବର୍ଷ ହେଲାଣି ଏହି ସମ୍ପତ୍ତି ଆମ ପାଖରେ ରହିଛି। କୌଣସି ଅନ୍ୟ ଧର୍ମର ଲୋକ ଏଠାରେ କିଛି ବି ଧାର୍ମିକ କାର୍ଯ୍ୟକ୍ରମ କରି ନାହାନ୍ତି। ସୁପ୍ରିମକୋର୍ଟ ପୂର୍ବରୁ ମଧ୍ୟ ୱାକଫ ବୋର୍ଡ ସପକ୍ଷରେ ରାୟ ଦେଇଥିଲେ। ଏହାକୁ କେବେ ହେଲେ କେହି ଚ୍ୟାଲେଞ୍ଜ କରି ନଥିଲେ। କିନ୍ତୁ ୨୦୨୨ରେ ଏହାକୁ ବିବାଦୀୟ ଅଞ୍ଚଳ ବୋଲି କୁହାଯାଉଛି।

Advertisment

ଶୁଣାଣି ବେଳେ ଖଣ୍ଡପୀଠରେ ଥିବା ଜଷ୍ଟିସ ଅଭୟ ଏସ୍‌ ଓକା ପଚାରିଥିଲେ ଯେ ପୂର୍ବରୁ ଏଠାରେ ଧାର୍ମିକ କାର୍ଯ୍ୟକଳାପ ଆୟୋଜନ କରାଯାଇଥିଲା? ଏହାର ଉତ୍ତରେ ଶିବଲ କହିଥିଲେ ଯେ କେବେ ହେଲେ ସେମିତି ହୋଇନାହିଁ।

ସରକାରୀ ଓକିଲ ମୁକୁଲ ରୋହତଗୀ କହିଥିଲେ, “ଗୋଟିଏ କାର୍ଯ୍ୟକ୍ରମକୁ ବିରୋଧ କରାଯାଇ ପାରିବ ନାହିଁ। ୨୦୦ ବର୍ଷ ହେଲାଣି ଏହାକୁ ପିଲାମାନଙ୍କ ଖେଳ ପଡ଼ିଆ ଭାବେ ବିବେଚନା କରାଯାଉଥିଲା। ରାଜ୍ୟ ସରକାରଙ୍କ ନାଁରେ ସମସ୍ତ ରାଜସ୍ୱ ରହିଛି। ଦିଲ୍ଲୀରେ ଦଶହରା ବେଳେ ସବୁଆଡ଼େ ରାବଣପୋଡ଼ି ହେଉଛି। କ’ଣ ଲୋକେ କହିବେ କି ହିନ୍ଦୁ ପର୍ବ ପାଳନ କରନି? ଆମକୁ ଟିକିଏ ବଡ଼ ହୃଦୟ ଦେଖାଇବାକୁ ପଡ଼ିବ।

ଗୁଜରାଟରେ ପର୍ବପର୍ବାଣୀ ପାଇଁ ରାସ୍ତାଘାଟ ଜାମ କରି ଦିଆଯାଇଛି। ତେଣୁ ଇଦଗା ମୈଦାନରେ ୨ ଦିନ ପାଇଁ ଗଣେଶ ମହୋତ୍ସବ ପାଳନ କରିବାକୁ ଅନୁମତି ଦେଲେ କ’ଣ ଅସୁବିଧା ହେବ?”

କିନ୍ତୁ ବୋର୍ଡର ଅନ୍ୟତମ ଓକିଲ ଦୁଷ୍ୟନ୍ତ ଡାଭେ ଏହାକୁ କାଉଣ୍ଟର କରିଥିଲେ। ସେ କହିଥିଲେ, “ମୁଁ ଭାବୁଛି ଦେଶରେ ଏମିତି କିଛି ମନ୍ଦିର ରହିଛି କି ଯେଉଁଠାରେ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ପ୍ରବେଶ କରି ପ୍ରାର୍ଥନା କରିପାରିବେ? ୱାକଫ ଆଇନ ୧୯୯୫ ସମସ୍ତ ଅନ୍ୟ ଆଇନ ଉପରେ। ଏଥିରେ କୁହାଯାଇଛି ଯେ କୌଣସି ୱାକଫ ସମ୍ପତ୍ତିକୁ ସରକାରୀ ଏଜେନ୍ସି ଦଖଲ କରିଛି, ତା’ହେଲେ ଏହାକୁ ୱାକଫ ବୋର୍ଡକୁ ହସ୍ତାନ୍ତର କରିବାକୁ ପଡ଼ିବ। ଏହି ସମ୍ପତ୍ତିକୁ ଛୁଇଁବାର ଅଧିକାର ରାଜ୍ୟ ସରକାରଙ୍କ ପାଖରେ ନାହିଁ।”

ଏକାଧିକ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟୀ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଅର୍ଥ ଆସନ୍ତାକାଲି ଏଠାରେ ଗଣେଶ ପୂଜା ହେବନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe