ଗଙ୍ଗାରେ କେତେ କୋଭିଡ ଆକ୍ରାନ୍ତଙ୍କ ମୃତଦେହ ପଡିଛି? ସରକାରଙ୍କ ପାଖରେ ହିସାବ ନାହିଁ!

ନୂଆଦିଲ୍ଲୀ: ଗଙ୍ଗାରେ ଭାସୁଥିଲା କରୋନା ଆକ୍ରାନ୍ତଙ୍କ କୁଢ଼ କୁଢ଼ ମୃତଦେହ। କରୋନାର ଦ୍ୱିତୀୟ ଲହର ବେଳେ ଏଭଳି କିଛି ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଥିଲା, ଯାହ ସମସ୍ତଙ୍କୁ କରିଦେଇଥିଲା ଚକିତ। ସେହି ସମୟରେ ଏହି ଘଟଣାକୁ ନେଇ ବିବାଦ ଉପୁଜି ଥିଲା। ମୃତଦେହକୁ ଉଚିତ ସମ୍ମାନ ମିଳୁନଥିବା ଅଭିଯୋଗ ହୋଇଥିଲା। କିନ୍ତୁ ସେହି ସମୟରେ ଗଙ୍ଗା ନଦୀରେ କେତେ ଜଣ କରୋନା ଆକ୍ରାନ୍ତଙ୍କ ମୃତଦେହ ଭସା ଯାଇଛି ସେନେଇ କୌଣସି ତଥ୍ୟ ସରକାରଙ୍କ ପାଖରେ ନାହିଁ। ଏନେଇ […]

Ganga river

Ganga river

Madhupriya Mistry
  • Published: Monday, 07 February 2022
  • Updated: 07 February 2022, 05:56 PM IST

ନୂଆଦିଲ୍ଲୀ: ଗଙ୍ଗାରେ ଭାସୁଥିଲା କରୋନା ଆକ୍ରାନ୍ତଙ୍କ କୁଢ଼ କୁଢ଼ ମୃତଦେହ। କରୋନାର ଦ୍ୱିତୀୟ ଲହର ବେଳେ ଏଭଳି କିଛି ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଥିଲା, ଯାହ ସମସ୍ତଙ୍କୁ କରିଦେଇଥିଲା ଚକିତ। ସେହି ସମୟରେ ଏହି ଘଟଣାକୁ ନେଇ ବିବାଦ ଉପୁଜି ଥିଲା। ମୃତଦେହକୁ ଉଚିତ ସମ୍ମାନ ମିଳୁନଥିବା ଅଭିଯୋଗ ହୋଇଥିଲା। କିନ୍ତୁ ସେହି ସମୟରେ ଗଙ୍ଗା ନଦୀରେ କେତେ ଜଣ କରୋନା ଆକ୍ରାନ୍ତଙ୍କ ମୃତଦେହ ଭସା ଯାଇଛି ସେନେଇ କୌଣସି ତଥ୍ୟ ସରକାରଙ୍କ ପାଖରେ ନାହିଁ। ଏନେଇ ରାଜ୍ୟସଭାରେ ଆଜି ଖୋଦ୍‌ ନିଜେ ଏ କଥା ସ୍ୱୀକାର କରିଛନ୍ତି କେନ୍ଦ୍ର ସରକାର।

ଟିଏମ୍‌ସି ସାଂସଦ ଡରେକ୍‌ ଓବ୍ରାୟନ୍‌ ଦ୍ୱିତୀୟ ଲହର ବେଳେ ଶହ ଶହ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଗଙ୍ଗା ନଦୀରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ଉଠାଇଥିଲେ। ତେବେ କେତେ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଗଙ୍ଗା ନଦୀରେ ଫିଙ୍ଗା ଯାଇଛି ତାହାର ହିସାବା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ କହିଥିଲେ ଟିଏମ୍‌ସି ସାଂସଦ। ଏହାର ଜାବବରେ ଦ୍ୱିତୀୟ ଲହରରେ ଗଙ୍ଗା ନଦୀରେ କେତେ ଜଣ କରୋନା ମୃତକଙ୍କୁ ଭସା ଯାଇଛି ସେନେଇ କୌଣସି ତଥ୍ୟ ନାହିଁ ବୋଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ କହିଥିଲେ।

କରୋନା ଦ୍ୱିତୀୟ ଲହରରେ ଗଙ୍ଗାରେ କେତେ ମୃତଦେହ ଭସା ଯାଇଥିବା ଏବଂ ଏଗୁଡିକୁ ଉଦ୍ଧାର କରିବା ପାଇଁ ସରକାରଙ୍କ ତରଫରୁ କ’ଣ କ’ଣ ପଦକ୍ଷେପଣ ଗ୍ରହଣ କରାଯାଇଥିଲା ବୋଲି ଟିଏମସି ସାଂସଦ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳ ଶକ୍ତି ରାଜ୍ୟ ମନ୍ତ୍ରୀ କହିଥିଲେ, ଏନେଇ କେନ୍ଦ୍ର ସରକାରଙ୍କ ରାଜ୍ୟ ସରକାରଙ୍କ ସହ ଆଲୋଚନା ଚାଲିଛି। କରୋନା ପ୍ରଟୋକଲ ଅନୁଯାୟର କିଛି ଉଦ୍ଧାର ହୋଇଥିବା ମୃତଦେହ ଗୁଡିକୁ ସଠିକ ଭାବେ ଅନ୍ତିମ ସଂସ୍କାର କରାଯାଇଛି।

ଗଙ୍ଗା ନଦୀରେ ଅନେକ ଅଜଣା ମୃତଦେହ, ପୋଡ଼ି ଯାଇଥିବା ତଥା ଆଂଶିକ ପୋଡ଼ି ଯାଇଥିବା ମୃତଦେହ ଗୁଡ଼ିକ ଭାସୁଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ନ୍ୟାସନାଲ ମିଶନ ଫର କ୍ଲିନ୍ ଗଙ୍ଗା (NMGC), ଜାଲ ଶକ୍ତି ମନ୍ତ୍ରଣାଳୟ ଭାସୁଥିବା ମୃତଦେହ ଉପରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ମାଗିଛନ୍ତି ଏବଂ ନଦୀର ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ମୃତଦେହର ଉପଯୁକ୍ତ ପରିଚାଳନା ଓ ସଂସ୍କାର କରିବାକୁ କୁହାଯାଇଛି।

ଗତ ବର୍ଷ ଏପ୍ରିଲ-ମେ' ମାସରେ ଗଙ୍ଗା ନଦୀରେ ଅନେକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। କରୋନାରେ ଏମାନଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିଲା। ଚାରିଆଡୁ ଏହାକୁ ନେଇ ବିବାଦ ଉପୁଜିବା ସହ ପ୍ରଶ୍ନ ଉଠିଥିଲା। ଏହାକୁ ନେଇ ସରକାରଙ୍କୁ ବିରୋଧୀଙ୍କ କଡା ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story