ଗିରଫ ହୋଇପାରନ୍ତି ମନୀଷ ସିସୋଦିଆ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆପ୍ ନେତାଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ।  ଏକଥା ମାସେ ଆଗରୁ ମୁଁ ଜାଣିଛି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।  ଦେଶରେ ନୂଆ ସିଷ୍ଟମ ବର୍ତ୍ତମାନ ଚାଲିଛି, କେଉଁମାନଙ୍କୁ ଜେଲ ପଠାଯିବ ସେମାନେ ନିଷ୍ପତ୍ତି ନେଉଛନ୍ତି ବୋଲି କହିଛନ୍ତି କେଜ୍ରିୱାଲ ।   ଦିଲ୍ଲୀର କେଜ୍ରିୱାଲ ସରକାର ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମୁହାଁମୁହିଁ ପରେ ଏନେଇ ସେ  ମନ୍ତବ୍ୟ ରଖିଛନ୍ତି ।  ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି […]

Kejriwal

  • Published: Friday, 22 July 2022
  • , Updated: 22 July 2022, 09:45 PM IST

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆପ୍ ନେତାଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ।  ଏକଥା ମାସେ ଆଗରୁ ମୁଁ ଜାଣିଛି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।  ଦେଶରେ ନୂଆ ସିଷ୍ଟମ ବର୍ତ୍ତମାନ ଚାଲିଛି, କେଉଁମାନଙ୍କୁ ଜେଲ ପଠାଯିବ ସେମାନେ ନିଷ୍ପତ୍ତି ନେଉଛନ୍ତି ବୋଲି କହିଛନ୍ତି କେଜ୍ରିୱାଲ ।   ଦିଲ୍ଲୀର କେଜ୍ରିୱାଲ ସରକାର ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମୁହାଁମୁହିଁ ପରେ ଏନେଇ ସେ  ମନ୍ତବ୍ୟ ରଖିଛନ୍ତି ।  ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ବିରୋଧରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନା  ।

ଆଇନ ଭଙ୍ଗ ସହିତ ଲାଇସେନ୍ସ ପାଇଥିବା ବ୍ୟକ୍ତିଙ୍କୁ ଅନେକ ଅହେତୁକ ଅନୁକମ୍ପା ପ୍ରଦାନ କରାଯାଇଥିବା କହିଛନ୍ତି ଏଲଜି।  ସିଧାସଳଖ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାଁ ନେଇ ଲେଫ୍ଟନାଣ୍ଟ ଗଭର୍ଣ୍ଣର କହିଛନ୍ତି, ସିସୋସିଆ ଆଇନର ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ଯାହା ଦ୍ୱାରା କି ବହୁତ ଆର୍ଥିକ କ୍ଷତି ହୋଇଛି।   ଏହା ଦ୍ୱାରା କେତେକ ବଡ଼ ବଡ଼ ନେତାଙ୍କୁ ଆର୍ଥିକ ଫାଇଦା ମିଳିଥିବା କହିଛନ୍ତି ଲେଫ୍ଟନାଣ୍ଟ ଗଭର୍ଣ୍ଣର ।  ୨୦୨୧ ନଭେମ୍ବରରୁ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ହୋଇଛି ।  ନୂଆ ଆଇନ ଜରିଆରେ ୩୨ ଜୋନ୍‌ରେ ୮୪୯ଟି ମଦ ବିକ୍ରି ଲାଇସେନ୍ସ ଦିଆଯାଇଛି ।

ଏହାକୁ ବିରୋଧ ତଦନ୍ତ ପାଇଁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟରେ ଦାବି କରିଥିଲେ କଂଗ୍ରେସ ଓ ବିଜେପି। ନିକଟରେ କେଜ୍ରିୱାଲଙ୍କ ସିଙ୍ଗାପୁର ଗସ୍ତକୁ ଅନୁମତି ଦେଇନଥିଲେ ବିନୟ ସକ୍ସେନା  । ତା ଆଗରୁ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଛି ଇଡି।   ସେ ଏବେ ଜେଲରେ ଅଛନ୍ତି ।  ସେତେବେଳେ କେଜ୍ରିୱାଲ ଭବିଷ୍ୟବାଣୀ କରିଥିଲେ, କେନ୍ଦ୍ରର ପରବର୍ତ୍ତୀ ଟାର୍ଗେଟ ହୋଇପାରନ୍ତି ମନୀଷ ସିସୋଦିଆ, ଯାହା ଏବେ ସତ ହେବାକୁ ଯାଉଛି ।

Related story