ମୁଁ ସୋନିଆ ଗାନ୍ଧିଙ୍କ ଗାଦିରେ ବସିବାକୁ ଚାହୁଁନି: ରାଜି ହେଉ ନାହାନ୍ତି ଶରଦ ପାୱାର

ନୂଆଦିଲ୍ଲୀ: ୟୁପିଏରେ ଅଧ୍ୟକ୍ଷ ହେବାର ମୋର ଆଶା ନାହିଁ କି ଅଭିଳାସ ନାହିଁ। ମୁଁ ସେହି ଆସନରେ ବସିବାକୁ ଇଚ୍ଛୁକ ମଧ୍ୟ ନୁହଁ। ଆଜି ଏନସିପି ମୁଖ୍ୟ ଶରଦ ପାୱାର ଏହା କହିଛନ୍ତି। କଂଗ୍ରେସ ନେତୃତାଧୀନ ମେଣ୍ଟ ଦଳ  ୟୁପିଏରେ ଅଧ୍ୟକ୍ଷ ହେବା ନେଇ ଶରଦ ପାୱାରଙ୍କ ନାଁ ଚର୍ଚ୍ଚାକୁ ଆସିବା ପରେ ସେ ଏହାର ଅବସାନ ଘଟାଇଛନ୍ତି । ଦିନକ ଆଗରୁ ଶରଦ ପାୱାର ୟୁପିଏରେ ଅଧ୍ୟକ୍ଷ  ହେବା ସପକ୍ଷରେ ଏନସିପି ଯୁବ ମୋର୍ଚ୍ଚା ଏକ […]

Sharad-Pawar

Tapas Behera
  • Published: Sunday, 03 April 2022
  • , Updated: 03 April 2022, 09:26 PM IST

ନୂଆଦିଲ୍ଲୀ: ୟୁପିଏରେ ଅଧ୍ୟକ୍ଷ ହେବାର ମୋର ଆଶା ନାହିଁ କି ଅଭିଳାସ ନାହିଁ। ମୁଁ ସେହି ଆସନରେ ବସିବାକୁ ଇଚ୍ଛୁକ ମଧ୍ୟ ନୁହଁ। ଆଜି ଏନସିପି ମୁଖ୍ୟ ଶରଦ ପାୱାର ଏହା କହିଛନ୍ତି। କଂଗ୍ରେସ ନେତୃତାଧୀନ ମେଣ୍ଟ ଦଳ  ୟୁପିଏରେ ଅଧ୍ୟକ୍ଷ ହେବା ନେଇ ଶରଦ ପାୱାରଙ୍କ ନାଁ ଚର୍ଚ୍ଚାକୁ ଆସିବା ପରେ ସେ ଏହାର ଅବସାନ ଘଟାଇଛନ୍ତି । ଦିନକ ଆଗରୁ ଶରଦ ପାୱାର ୟୁପିଏରେ ଅଧ୍ୟକ୍ଷ  ହେବା ସପକ୍ଷରେ ଏନସିପି ଯୁବ ମୋର୍ଚ୍ଚା ଏକ ପ୍ରସ୍ତାବ ପାରିତ କରିଥିଲା। ତେବେ ଏହାର ଆଜି ଉତ୍ତର ରଖିଛନ୍ତି ଶରଦ ପାୱାର। ସେ କହିଛନ୍ତି ଯେ, ବିଜେପି ବିରୋଧୀ ସାମ୍ମୁଖ୍ୟ ପକ୍ଷରୁ ସେ ନେତୃତ୍ୱ ନେବାକୁ  ଚାହୁଁନାହାନ୍ତି କି ୟୁପିଏରେ ଅଧ୍ୟକ୍ଷ ହେବାର ତାଙ୍କ ଇଚ୍ଛା ନାହିଁ। ତେବେ କେନ୍ଦ୍ରର ବିଜେପିର ବିକଳ୍ପ ହେବାକୁ ଯିଏ ଚେଷ୍ଟା କରିବେ ସେ ତାଙ୍କୁ ସମର୍ଥନ କରିବେ।

ହେଲେ ବିଜେପିର ବିକଳ୍ପ ଭାବେ ଯଦି କେହି ପ୍ରସ୍ତୁତ କରନ୍ତି ସେଥିରୁ କଂଗ୍ରେସକୁ ବାଦ ଦିଆଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି। କିନ୍ତୁ ବିଜେପି ବିରୋଧରେ ପାଗ ଭିଡ଼ୁଥିବା କୌଣସି ଦଳର ମୁଁ ନେତୃତ୍ୱ ନେବାକୁ ଚାହେଁ ନାହିଁ।  ବିଜେପି ବିରୋଧୀ ସାମ୍ମୁଖ୍ୟରେ କଂଗ୍ରେସ ନେତୃତ୍ୱ ନେବାର ଦକ୍ଷତା ବିଷୟରେ ପ୍ରଶ୍ନ ହେବାରୁ ପାୱାର କହିଥିଲେ ଯେ, ଯଦିଓ  ଏକ ପୁରଣା ଦଳ ଭାବେ କଂଗ୍ରେସ କ୍ଷମତାରେ ନାହିଁ ତେବେ ଏହା ଏକ ପାନ-ଇଣ୍ଡିଆ ଦଳ। ଆପଣମାନେ ପ୍ରତି ଗାଁ, ଜିଲ୍ଲାରେ କଂଗ୍ରେସ କର୍ମୀଙ୍କୁ ପାଇବେ। ସବୁରାଜ୍ୟରେ କଂଗ୍ରେସ କର୍ମୀ ଅଛନ୍ତି। କଂଗ୍ରେସର ବ୍ୟାପକ ଉପସ୍ଥିତି ରହିଛି।  ଯିଏ ବିଜେପିର ଏକ ବିକଳ୍ପ ଭାବେ ନିଜକୁ ପ୍ରସ୍ତୁତ କରିପାରିବ। ବିଜେପି ଶାସନ ସମୟରେ ଇଡିକୁ ବ୍ୟବହାର କରାଯାଉ ଥିବା ଅଭିଯୋଗ ହେଉଛି । ଚଢ଼ାଉ ପୂର୍ବରୁ ଏବଂ ପରେ ସେଟଲମେଣ୍ଟ ପାଇଁ ଡିଲ ହେଉଥିବା ଅଭିଯୋଗ ଉଠୁଛି।  ଯଦି ଏହା ସତ ହୋଇଥାଏ ତେବେ କେନ୍ଦ୍ର ସରକାର ଦୁର୍ନୀତି ସମୃକ୍ତ ରହୁଛି ନାହିଁ ସେ ବିଷୟରେ ଉତ୍ତର ରଖିବା ଉଚିତ। ସେହିପରି ବିଜେପି ଶାସନ ସମୟରେ ଦରଦାମ ବଢ଼ୁଛି। ପେଟ୍ରୋଲ ଏବଂ ଡିଜେଲ ଦାମ ପ୍ରତି ଦିନ ବଢ଼ୁଛି।

ଯାହା ସାଧାରଣ ଲୋକଙ୍କୁ ପ୍ରଭାବିତ କରିଛି। ପୂର୍ବରୁ ଯେ, ତେଲ ଦର ବଢ଼ୁନଥିଲା ସେ କଥା ନୁହଁ । କିନ୍ତୁ ବିଜେପି ଶାସନରେ ପ୍ରତିଦିନ ବଢ଼ୁଛି। ଏହା ଏକ ମୁଖ୍ୟ ପ୍ରସଙ୍ଗ ହୋଇଥିଲା ବେଳେ ସରକାର ଏହାକୁ ଅଣଦେଖା କରି ଚାଲିଛନ୍ତି। ସେହିପରି କାଶ୍ମୀର ଫାଇଲସ୍‌ ଉପରେ ମତ ରଖି ପାୱାର କହିଛନ୍ତି ଯେ , ଫିଲ୍ମଟିକୁ ଏଭଳି ଢ଼ଙ୍ଗରେ ପ୍ରସ୍ତୁତ କରାଯାଇଛି ଯେ, ଯାହା ଅନ୍ୟ ସମ୍ପ୍ରଦାୟକୁ କ୍ରୋଧିତ କରିଛି। କଶ୍ମୀର ପଣ୍ଡିତମାନେ ବିତାଡ଼ିତ ବେଳେ କେନ୍ଦ୍ରରେ ଭିପି ସିଂହ ସରକାର ଥିଲା। କଂଗ୍ରେସ କ୍ଷମତାରେ ନଥିଲା।

ବିଜେପି ସମର୍ଥନରେ ମୁଫତି ମହମ୍ମଦ ସୟଦ କେନ୍ଦ୍ର ଗୃହମନ୍ତ୍ରୀ ଥିଲେ। ପାକିସ୍ତାନ ପ୍ରରୋଚନାରେ ଏକ ଗୋଷ୍ଠୀ ଉଭୟ ମୁସଲମାନ ଏବଂ ହିନ୍ଦୁଙ୍କ ଉପରେ ଆକ୍ରମଣ କରିଥିଲା। ସେମାନଙ୍କୁ ସୁରକ୍ଷା ପାଇଁ ସେ ସମୟର ସରକାରଙ୍କ ଦାୟିତ୍ୱ ଥିଲା।  କିନ୍ତୁ ସେମାନଙ୍କୁ ସୁରକ୍ଷା ଦେବା ବଦଳରେ ହିନ୍ଦୁମାନଙ୍କୁ କଶ୍ମୀର ଭ୍ୟାଲି ଛାଡ଼ିବା ପାଇଁ ବାଧ୍ୟ କରାଯାଇ ଥିଲା । ଫିଲ୍ମଟି ତଥ୍ୟ ଉପରେ ଆଧାରିତ ନୁହଁ। ଏହା ଦେଶରେ ଘୃଣା ଏବଂ ବିଦ୍ୱେଷ ବିସ୍ତାର କରୁଛି। ଯଦି ଏଭଳି ଫିଲ୍ମକୁ  ଦେଶ ମୁଖ୍ୟ ପ୍ରୋତ୍ସାହିତ କରନ୍ତି ଏବଂ ତାଙ୍କ ଦଳ ଫ୍ରିରେ ଟିକେଟ ବାଣ୍ଟନ୍ତି ତେବେ ସେମାନେ ଦେଶକୁ ବିଭାଜନ କରୁଛନ୍ତି କୁହାଯିବ ବୋଲି ପାୱାର କହିଛନ୍ତି। ସୂଚନା ଅନୁଯାୟୀ ୟୁପିଏରେ ଏବେ ସୋନିଆ ଗାନ୍ଧି ଅଧ୍ୟକ୍ଷ ଅଛନ୍ତି।

Related story