ନୂଆ ଭାରିଏଣ୍ଟ XEକୁ ନେଇ ଆତଙ୍କ: ଭୟଭୀତ ନହେବାକୁ NTAGI ମୁଖ୍ୟଙ୍କ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ ପୁଣି ପ୍ରବେଶ କରିଛି କରୋନାର ନୂଆ ଭାରିଏଣ୍ଟ। ଓମିକ୍ରନର ସବ୍‌ ଭାରିଏଣ୍ଟ ଏକ୍ସଇକୁ ନେଇ ଭାରତରେ ଖେଳିଯାଇଛି ଆତଙ୍କ। ଗୁଜରାଟ ଓ ମୁମ୍ବାଇରୁ କରୋନାର ଏକ୍ସଇ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଚିହ୍ନଟ ହେବା ପରେ ଏବେ ଏହାକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି। ଏହି ଭାରିଏଣ୍ଟ ଭାରତରେ ପୁଣି କରୋନାର ଚତୁର୍ଥ ଲହର ଆଣିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଏହାରି ଭିତରେ କୋଭିଡର ଏହି ନୂଆ ଏକ୍ସ-ଇ ଭାରିଏଣ୍ଟକୁ ନେଇ ଭୟଭୀତ […]

covid19

Madhupriya Mistry
  • Published: Monday, 11 April 2022
  • , Updated: 11 April 2022, 02:41 PM IST

ନୂଆଦିଲ୍ଲୀ: ଦେଶରେ ପୁଣି ପ୍ରବେଶ କରିଛି କରୋନାର ନୂଆ ଭାରିଏଣ୍ଟ। ଓମିକ୍ରନର ସବ୍‌ ଭାରିଏଣ୍ଟ ଏକ୍ସଇକୁ ନେଇ ଭାରତରେ ଖେଳିଯାଇଛି ଆତଙ୍କ। ଗୁଜରାଟ ଓ ମୁମ୍ବାଇରୁ କରୋନାର ଏକ୍ସଇ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଚିହ୍ନଟ ହେବା ପରେ ଏବେ ଏହାକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି। ଏହି ଭାରିଏଣ୍ଟ ଭାରତରେ ପୁଣି କରୋନାର ଚତୁର୍ଥ ଲହର ଆଣିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଏହାରି ଭିତରେ କୋଭିଡର ଏହି ନୂଆ ଏକ୍ସ-ଇ ଭାରିଏଣ୍ଟକୁ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଏନଟିଏଜିଆଇ(National Technical Advisory Group on Immunisation) ମୁଖ୍ୟ ଏନକେ ଅରୋରା ।

ସେ କହିଛନ୍ତି ଓମିକ୍ରନ୍ ଏକ୍ସ-ଇ ପରି ଅନେକ ନୂଆ ଭାରିଏଣ୍ଟ ସୃଷ୍ଟି କରିବ। ତେବେ ଏସବୁ ଭାରିଏଣ୍ଟ ମାରାତ୍ମକ ନୁହନ୍ତି। ଏହା କୌଣସି ଗମ୍ଭୀର ରୋଗ ସୃଷ୍ଟି କରିବ ନାହିଁ। ଏହି ଭାରିଏଣ୍ଟ ଦ୍ରୁତ ସଂକ୍ରାମକ କରିପାରିବ ନାହିଁ। ଭାରତୀୟ ଡାଟା ଅନୁସାରେ, ଏହାର ସଂକ୍ରମଣ ବେଗ ମଧ୍ୟ କମ୍‌ ବୋଲି କହିଛନ୍ତି ଏନକେ ଅରୋରା।

https://twitter.com/ANI/status/1513383978916790274?s=20&t=FEg5Z_d5e3nmj79s24wuXQ

ସୂଚନା ମୁତାବକ,  ଓମିକ୍ରନର ଏହି ସବ୍ ଭାରିଏଣ୍ଟ ଭାରତରେ ଚିହ୍ନଟ ହୋଇସାରିଛି । ମହାରାଷ୍ଟ୍ର ଓ ଗୁଜରାଟରୁ ଏହି ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରର ମୁମ୍ବାଇରେ ଟିକାର ଦୁଇଟି ଡୋଜ୍‌ ନେଇ ସାରିଥିବା ଜଣେ ୬୭ ବର୍ଷିୟ ବୃଦ୍ଧ ‘ଏକ୍ସଇ’ ଭାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି। ସେପଟେ ଏହି ଭୂତାଣୁ ଦ୍ୱାରା ଗୁଜରାଟରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଜଣକ ସପ୍ତାହକ ମଧ୍ୟରେ ସୁସ୍ଥ ହୋଇଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କହିଛି।

ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ହଜାରେ ତଳେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କରୋନାରେ ଆକ୍ରାନ୍ତ ହୋଇ ୬ ଜଣ ପ୍ରାଣ ହରାଇଛନ୍ତି।

Related story