ମୁଁ ବି ବାହା ହେବି: ଆପ୍‌ ସାଂସଦ ରାଘବ ଚଢ଼ା

ଚଣ୍ଡିଗଡ଼: ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଡାକ୍ତର ଗୁରପ୍ରୀତ କୌରଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି । ଚଣ୍ଡୀଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନରେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମାନଙ୍କ ଆନନ୍ଦ କାରଜ ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପସ୍ଥିତ ଥିଲେ। କେଜ୍ରିୱାଲଙ୍କ ବ୍ୟତୀତ ରାଜ୍ୟସଭା ସାଂସଦ ରାଘବ ଚଢ଼ା ଓ ସଞ୍ଜୟ ସିଂହ ଉପସ୍ଥିତ ଥିଲେ । ତେବେ ଉଭୟଙ୍କ ବିବାହ ଉତ୍ସ ରାଜ୍ୟସଭା ସାଂସଦ ରାଘବ ଚଢ଼ା ଆୟୋଜନ କରିଥିବା କହିଛନ୍ତି। ଏକ […]

raghab

Tapas Behera
  • Published: Thursday, 07 July 2022
  • , Updated: 08 July 2022, 12:52 PM IST

ଚଣ୍ଡିଗଡ଼: ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଡାକ୍ତର ଗୁରପ୍ରୀତ କୌରଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି । ଚଣ୍ଡୀଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନରେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମାନଙ୍କ ଆନନ୍ଦ କାରଜ ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପସ୍ଥିତ ଥିଲେ। କେଜ୍ରିୱାଲଙ୍କ ବ୍ୟତୀତ ରାଜ୍ୟସଭା ସାଂସଦ ରାଘବ ଚଢ଼ା ଓ ସଞ୍ଜୟ ସିଂହ ଉପସ୍ଥିତ ଥିଲେ । ତେବେ ଉଭୟଙ୍କ ବିବାହ ଉତ୍ସ ରାଜ୍ୟସଭା ସାଂସଦ ରାଘବ ଚଢ଼ା ଆୟୋଜନ କରିଥିବା କହିଛନ୍ତି।

ଏକ ଦୀର୍ଘ ସମୟର ବ୍ୟବଧାନ ପରେ ମାନଙ୍କ ପରିବାର ପାଇଁ ଅତ୍ୟନ୍ତ ଖୁସି ଓ ଆନନ୍ଦର ଦିନ। ସବୁଠାରୁ ବେଶୀ ଖୁସି ମୁଖ୍ୟମନ୍ତ୍ରୀଙ୍କ ମା ବୋଲି ରାଘବ କହିଛନ୍ତି।  ବିବାହରେ ସମସ୍ତେ ମୋତେ ପଚାରିଥିଲେ ଆପଣ କେବେ ବିବାହ କରିବେ? ତେଣୁ ମୁଁ ସମସ୍ତଙ୍କୁ କହିଦେବାକୁ ଚାହେଁ ଯେ, ମୁଁ ଶୀଘ୍ର ବିବାହ କରିବି।  ଖୁସି ମିଜାଜରେ ରାଘବ ଚଢ଼ା କହିଥିବା ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଜିରମାନଙ୍କ ବାହାଘରରେ  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବାପା ସାଜି ଉଭୟଙ୍କ କନ୍ୟାଦାନ କରିଥିଲେ ।

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ଦ୍ୱିତୀୟ ବିବାହ। ପ୍ରଥମ ପତ୍ନୀଙ୍କର ଦୁଇ ସନ୍ତାନ ଅଛନ୍ତି। ଦୁହେଁ ବିଦେଶରେ ରୁହନ୍ତି। ୨୦୧୫ରେ ପ୍ରଥମ ପତ୍ନୀଙ୍କ ଠାରୁ ଛାଡପତ୍ର ନେଇଥିଲେ ଭଗୱନ୍ତ ମାନ୍। ୨୦୧୫ରେ ଛାଡପତ୍ର ପରେ ମାନ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେଆର କରିଥିଲେ। ଏଥିରେ ସେ କହିଥିଲେ ଯେ ସେ ନିଜ ପରିବାରକୁ ପଛ କରି ପଞ୍ଜାବକୁ ବାଛିଛନ୍ତି। ରାଜନୀତି ପାଇଁ ସେ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହେଉଛନ୍ତି।

Related story