ଗଣଦୁଷ୍କର୍ମ ପରେ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ବିଜୁଳି ଖୁଣ୍ଟରେ ଝୁଲାଇ ଦେଲେ

ପାଟନା: ବିହାରର ସମସ୍ତୀପୁରର ବିଭୂତିପୁରରେ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଘଟିଛି। ଏଠାକାର ଗୋଟିଏ ଗାଁରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଏହା ପରେ ମହିଳା ଜଣଙ୍କ ମରିଯାଇଛନ୍ତି ଭାବି ତାଙ୍କୁ ଅଭିଯୁକ୍ତମାନେ ନିକଟସ୍ଥ ଗୋଟିଏ ବିଜୁଳି ଖୁଣ୍ଟରେ ଝୁଲାଇ ଦେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୂରା ହଇଚଇ ସୃଷ୍ଟି ହୋଇଛି। ସକାଳୁ ଗାଁ ଲୋକମାନେ ବିଜୁଳି ଖୁଣ୍ଟରେ ଉଲଗ୍ନ ଅବସ୍ଥାରେ ମହିଳାଙ୍କୁ ଦେଖି ଭିଡ଼ ଜମାଇଥିଲେ। ତାଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର […]

Stop

Hemant Lenka
  • Published: Wednesday, 26 May 2021
  • , Updated: 26 May 2021, 11:40 AM IST

ପାଟନା: ବିହାରର ସମସ୍ତୀପୁରର ବିଭୂତିପୁରରେ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ଘଟିଛି। ଏଠାକାର ଗୋଟିଏ ଗାଁରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଏହା ପରେ ମହିଳା ଜଣଙ୍କ ମରିଯାଇଛନ୍ତି ଭାବି ତାଙ୍କୁ ଅଭିଯୁକ୍ତମାନେ ନିକଟସ୍ଥ ଗୋଟିଏ ବିଜୁଳି ଖୁଣ୍ଟରେ ଝୁଲାଇ ଦେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୂରା ହଇଚଇ ସୃଷ୍ଟି ହୋଇଛି।

ସକାଳୁ ଗାଁ ଲୋକମାନେ ବିଜୁଳି ଖୁଣ୍ଟରେ ଉଲଗ୍ନ ଅବସ୍ଥାରେ ମହିଳାଙ୍କୁ ଦେଖି ଭିଡ଼ ଜମାଇଥିଲେ। ତାଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥାରେ ସୁଧାର ନ ଆସିବାରୁ ଡାକ୍ତର ତାଙ୍କୁ ସଦର ମୁଖ୍ୟାଳୟକୁ ପଠାଇ ଦେଇଛନ୍ତି। ସେଠାରେ ମହିଳା ଜଣଙ୍କ ଏବେ ନିଜ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି।

ସୂଚନା ଅନୁସାରେ, ସୋମବାର ଗାଁରେ ଗୋଟିଏ ବିବାହ ଭୋଜିର ଆୟୋଜନ କରାଯାଉଥିଲା। ଏହି ବିବାହ ଉତ୍ସବରେ ଟେଣ୍ଟ ଓ ବାଜା ବଜାଇବା କାମ ପାଇଁ ବାହାରୁ ଲୋକମାନେ ଆସିଥିଲେ। ମଙ୍ଗଳବାର ଭୋର ସମୟରେ ଜଣେ ମହିଳା ଏକାକୀ ଶୌଚ ପାଇଁ ଯାଇଥିଲେ। ତାଙ୍କୁ ଏକାକୀ ଦେଖି ଟେଣ୍ଟ ଓ ବାଜା କାମ କରିବାକୁ ଆସିଥିବା କିଛି ଲୋକ ତାଙ୍କ ପିଛା କରିଥିଲେ।

ମହିଳା ଜଣଙ୍କ ପଡ଼ିଆରେ ପହଞ୍ଚିବା କ୍ଷଣି ତାଙ୍କୁ ସେମାନେ ଆକ୍ରମଣ କରିଥିଲେ। ମହିଳା ଜଣଙ୍କ ପିନ୍ଧିଥିବା ଅଳଙ୍କାର ଓ ଲୁଗାକୁ ସେମାନେ ଜୋରଜବରଦସ୍ତ ବାହାର କରିଦେଇଥିଲେ। ଏହାକୁ ବିରୋଧ କରିବାରୁ ସେମାନେ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏହାପରେ ଜଣଙ୍କ ପରେ ଜଣେ ତାଙ୍କୁ ଦୁଷ୍କର୍ମ କରିଥିବା କୁହାଯାଉଛି।

ବାରମ୍ବାର ଦୁଷ୍କର୍ମ ଯୋଗୁ ମହିଳା ଜଣଙ୍କ ଅଚେତ ହୋଇଯାଇଥିଲେ। ଅଭିଯୁକ୍ତମାନେ ସେ ମରି ଯାଇଛନ୍ତି ଭାବି ସେଇଭଳି ଉଲଗ୍ନ ଅବସ୍ଥାରେ ତାଙ୍କୁ ନିକଟସ୍ଥ ବିଜୁଳି ଖୁଣ୍ଟରେ ଟାଙ୍ଗି ଦେଇ ଫେରାର ହୋଇଯାଇଥିଲେ। ସକାଳୁ ଲୋକମାନେ ଏହା ଦେଖି ଟେଣ୍ଟ କାମ କରିବାକୁ ଆସିଥିବା ବ୍ୟକ୍ତିମାନଙ୍କ ଉପରେ ସନ୍ଦେହ କରିଥିଲେ।

ସେମାନଙ୍କୁ ପଚରାଯିବା ପରେ ୭ ଜଣଙ୍କୁ ଗାଁ ଲୋକ ଗୋଟିଏ ଘରେ ପୂରାଇ ବନ୍ଦ କରିଦେଇଥିଲେ। ପୁଲିସ୍‌ ଏହାପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆଗକୁ ବଢ଼ାଇଛି। ତେବେ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କ ବୟାନ ପୁଲିସ୍‌ ରେକର୍ଡ କରିପାରିନାହିଁ।

Related story