ନୂଆଦିଲ୍ଲୀ: ୱିଙ୍ଗ୍ କମାଣ୍ଡର ଅଭିଷେକ ପୂଜାରୀଙ୍କୁ ସମ୍ମାନଜନକ ମେନସନ୍ ଇନ୍ ଡେସପାଚ୍ ସମ୍ମାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିଛନ୍ତି। ଆଫଗାନିସ୍ତାନରେ ତାଲିବାନ୍ ଆକ୍ରମଣ ବେଳେ ଏରୋନଟିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିବା ଅଭିଷେକ ପୂଜାରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ଗତବର୍ଷ ଅଗଷ୍ଟ ୧୬ରେ ଅପରେସନ୍ ଦେବୀ ଶକ୍ତି ବେଳେ ମେଣ୍ଟେନାସ୍ ଟିମ୍ ଲିଡର ଭାବେ କାବୁଲ ଦୂତାବାସରେ ଥିବା ଷ୍ଟାଫ୍ ଓ ପ୍ରବାସୀ ଭାରତୀୟ ମାନଙ୍କୁ ସ୍ୱେଦେଶକୁ ଫେରାଇ ଆଣିଥିଲେ।
ଏଥିସହ କାନ୍ଦାହାର ଓ ମଜର ଇସରିଫରୁ ମଧ୍ୟ ସେ ଅନେକ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ୱିଙ୍ଗ କମାଣ୍ଡର ଅଭିଷେକ ପୂଜାରୀଙ୍କ ଏହି ଅସାଧାରଣ କୃତିତ୍ୱ ପାଇଁ ରାଷ୍ଟ୍ରପତି ମେନସନ୍ ଇନ୍ ଡେସପାଚ୍ ସମ୍ମାନରେ ସମ୍ମାନିତ କରିଛନ୍ତି। ମୁଖ୍ୟତଃ ଏହି ମିଶନରେ ତାଙ୍କୁ ଶତ୍ରୁ ପରିବେଶରେ ବିମାନ ଚଳାଚଳ କରିବାକୁ ପଡ଼ୁଥିଲା।