ଚିନ୍ତା ବଢ଼ାଇଲା ପ୍ରଦୂଷଣ, ୩୦% ଗାଡ଼ି କମ ବ୍ୟବହାର କରିବାକୁ ସବୁ ଅଫିସକୁ ପରାମର୍ଶ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସମସ୍ତଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି। ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଏଥର ସ୍ଥିତି ଆହୁରି ସାଂଘାତିକ ହେଲାଣି। ଆଗକୁ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ଥିବାରୁ ବଡ଼ଧରଣର ପରାମର୍ଶ ଦେଇଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବା ସିପିସିବି। ରାଜଧାନୀ ଦିଲ୍ଲୀରେ ଥିବା ସମସ୍ତ ସରକାରୀ ଓ ଘରୋଇ ଅଫିସଗୁଡ଼ିକ ୩୦% କମ ଗାଡ଼ି ବ୍ୟବହାର କରିବାକୁ ସିପିସିବି ପରାମର୍ଶ ଦେଇଛି। ଏଥିସହ ୱାର୍କଫର୍ମ ହୋମ କରିବା ସହ କାର୍‌ର […]

Delhi

Hemant Lenka
  • Published: Friday, 12 November 2021
  • , Updated: 12 November 2021, 08:51 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସମସ୍ତଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି। ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଏଥର ସ୍ଥିତି ଆହୁରି ସାଂଘାତିକ ହେଲାଣି। ଆଗକୁ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ଥିବାରୁ ବଡ଼ଧରଣର ପରାମର୍ଶ ଦେଇଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବା ସିପିସିବି।

ରାଜଧାନୀ ଦିଲ୍ଲୀରେ ଥିବା ସମସ୍ତ ସରକାରୀ ଓ ଘରୋଇ ଅଫିସଗୁଡ଼ିକ ୩୦% କମ ଗାଡ଼ି ବ୍ୟବହାର କରିବାକୁ ସିପିସିବି ପରାମର୍ଶ ଦେଇଛି। ଏଥିସହ ୱାର୍କଫର୍ମ ହୋମ କରିବା ସହ କାର୍‌ର କମ ବ୍ୟବହାର ଓ ଫିଲ୍ଡ ଭ୍ରମଣ ଆଦିକୁ କମ କରିବାକୁ ମଧ୍ୟ କହିଛି। ଶୁକ୍ରବାର ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।

ଏହାପରେ ସିପିସିବି ପକ୍ଷରୁ ଏପରି କୁହାଯାଇଛି। କେବଳ ସରକାରୀ କିମ୍ବା ଘରୋଇ ଅଫିସକୁ ନୁହେଁ ଦିଲ୍ଲୀବାସୀଙ୍କୁ ମଧ୍ୟ ଯଥା ସମ୍ଭବ ଘରେ ରହିବାକୁ କୁହାଯାଇଛି। ଦୂଷିତ ବାୟୁ ସଂସ୍ପର୍ଶରେ ସେମାନେ ଯେତେ କମ ଆସିବେ ସେତେ ଭଲ ହେବ ବୋଲି ସିପିସିବି କହିଛି।

ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ଓ ଏନସିଆରରେ ଥିବା ସମସ୍ତ ଉତ୍ତପ୍ତ ମିକ୍ସ ପ୍ଲାଣ୍ଟ ଓ ଷ୍ଟୋନ କ୍ରସରକୁ ବନ୍ଦ କରାଯିବ। ଏଥିସହ ପିକ୍‌ ସମୟରେ ଗାଡ଼ିରେ କମ ବ୍ୟବହାର କରିବାକୁ ଲୋକଙ୍କୁ କୁହାଯାଇଛି। ଆଗକୁ ଦିଲ୍ଲୀକୁ ଚାଷୀମାନେ ଜାଳୁଥିବା ନଡ଼ାର ଧୂଆଁ ଆସିବ। ସେହିପରି ଶୀତ ମଧ୍ୟ ବଢ଼ିବ। ଏହି ସମୟରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାର ଆଶଙ୍କା ରହିଛି। ପ୍ରଦୂଷଣକୁ କମ କରିବା ପାଇଁ ଦିଲ୍ଲୀ ସରକାର ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସିଛି।

ଏବେ ଦିଲ୍ଲୀରେ ବାୟୁର ଗୁଣବତ୍ତା ବା ଏକ୍ୟୁଆଇ ୪୭୧ ରହିଛି। ଯାହା ଅତ୍ୟନ୍ତ ଘାତକ। ଗୁରୁବାର ଏକ୍ୟୁଆଇ ୪୧୧ ରହିଥିଲା। ଆଜି ଫରିଦାବାଦରେ ଏକ୍ୟୁଆଇ ୪୬୦, ଗାଜିଆବାଦରେ ଏକ୍ୟୁଆଇ ୪୭୮, ଗୁରୁଗ୍ରାମରେ ଏକ୍ୟୁଆଇ୪୪୮ ଓ ନୋଏଡାରେ ଏକ୍ୟୁଆଇ ୪୮୮ ରହିଛି।

Related story