ଦେଶରେ ୩୦୦ ପାର୍ କଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶର ହୁହୁ ହୋଇ ବଢ଼ି ଚାଲିଛି ଓମିକ୍ରନରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟା। ସ୍ଥିତି ଏପରି ହୋଇଛି ଯେ ଆଜି ସନ୍ଧ୍ୟା ସୁଦ୍ଧା ଭାରତର ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ପାର କରିଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସକାଳ ସୁଦ୍ଧା ୨୩୬ ଜଣଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଥିବା କହିଥିଲା। ହେଲେ ଏହାପରେ ତାମିଲନାଡୁ, କେରଳ, ଗୁଜରାଟ, ମହାରାଷ୍ଟ୍ର, ଓଡ଼ିଶା ଓ କର୍ଣ୍ଣାଟକାରେ କିଛି ଲୋକ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆସନ୍ତାକାଲି ସ୍ୱାସ୍ଥ୍ୟ […]

Omicron2

Hemant Lenka
  • Published: Thursday, 23 December 2021
  • , Updated: 23 December 2021, 08:58 PM IST

ନୂଆଦିଲ୍ଲୀ: ଦେଶର ହୁହୁ ହୋଇ ବଢ଼ି ଚାଲିଛି ଓମିକ୍ରନରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟା। ସ୍ଥିତି ଏପରି ହୋଇଛି ଯେ ଆଜି ସନ୍ଧ୍ୟା ସୁଦ୍ଧା ଭାରତର ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ପାର କରିଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସକାଳ ସୁଦ୍ଧା ୨୩୬ ଜଣଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଥିବା କହିଥିଲା।

ହେଲେ ଏହାପରେ ତାମିଲନାଡୁ, କେରଳ, ଗୁଜରାଟ, ମହାରାଷ୍ଟ୍ର, ଓଡ଼ିଶା ଓ କର୍ଣ୍ଣାଟକାରେ କିଛି ଲୋକ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆସନ୍ତାକାଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତାଲିକା ଜାରି କରିବା ପୂର୍ବରୁ ରାଜ୍ୟ ସରକାରମାନେ ଓମିକ୍ରନ ତଥ୍ୟ କେନ୍ଦ୍ରକୁ ପଠାଇ ସାରିଛନ୍ତି।

ଏହାକୁ ହିସାବ କଲେ ଦେଶରେ ବର୍ତ୍ତମାନ ସୁଦ୍ଧା ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୩୦୦ ପାର କରିଥିବା ସ୍ପଷ୍ଟ ହୋଇଛି। ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ସର୍ବାଧିକ ୬୫ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ଏହି ସଂଖ୍ୟା ୬୪ ରହିଛି। ରାଜସ୍ଥାନ, ତାମିଲନାଡୁ ଓ ତେଲେଙ୍ଗାନାରେ ମଧ୍ୟ ନିୟମିତ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି।

ମନ୍ତ୍ରଣାଳୟର ତଥ୍ୟ ଦେଇ ସାରିବା ପରେ ତାମିଲନାଡୁରେ ଆଜି ଏକାଥରେ ୩୩ ଜଣଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଛି। ପୂର୍ବରୁ ଏଠାରେ ଜଣେ ବ୍ୟକ୍ତି ଓମିକ୍ରନରେ ଆକ୍ରାନ୍ତ ହୋଇଥିଲେ। ଏହାକୁ ମିଶାଇ ଦେଶରେ ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଥିଲା।

ଓଡ଼ିଶାରୁ ମଧ୍ୟ ଆଉ ୨ ଜଣଙ୍କ ଶରୀରରୁ ଓମିକ୍ରନ ଭୂତାଣୁ ମିଳିଛି। ପୂର୍ବରୁ ଏଠାରେ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାବାଦ ଗୁଜରାଟରେ ଆଜି ଆଉ ୭ ଜଣ ଓମିକ୍ରନ ସଂକ୍ରମିତ ଠାବ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି।

ମହାରାଷ୍ଟ୍ରରେ ମଧ୍ୟ ଆଜି ୨୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୮୮କୁ ବୃଦ୍ଧି ପାଇଛି। କର୍ଣ୍ଣାଟକାରୁ ଆଜି ଆଉ ୧୨ ଜଣ ଓମିକ୍ରନ ଆକ୍ରାନ୍ତ ସାମ୍ନାକୁ ଆସିଛନ୍ତି। ଏହାକୁ ମିଶାଇଲେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ପାର କରିଛି।

Related story