ମହାରାଷ୍ଟ୍ରରେ ପୁଣି ୨ ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ୨ ଜଣ କରୋନାର ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରୁ ଆସିଥିବା ଜଣେ ୩୭ ବର୍ଷିୟ ବ୍ୟକ୍ତିଙ୍କଠାରେ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଛି । ସେହିଭଳି ତାଙ୍କର ୩୬ ବର୍ଷିୟ ବନ୍ଧୁଠାରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି।  । ସେ ନଭେମ୍ବର ୨୫ ତାରିଖରେ ଆମେରିକାରୁ ଆସିଥିଲେ।  ବଡକଥା ହେଉଛି ଦୁଇ ସଂକ୍ରମିତଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ । ସେମାନଙ୍କୁ ମୁମ୍ବାଇର ସେଭେନ ହେଲ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି […]

covid

Tapas Behera
  • Published: Monday, 06 December 2021
  • , Updated: 06 December 2021, 09:19 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ୨ ଜଣ କରୋନାର ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରୁ ଆସିଥିବା ଜଣେ ୩୭ ବର୍ଷିୟ ବ୍ୟକ୍ତିଙ୍କଠାରେ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଛି । ସେହିଭଳି ତାଙ୍କର ୩୬ ବର୍ଷିୟ ବନ୍ଧୁଠାରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି।  । ସେ ନଭେମ୍ବର ୨୫ ତାରିଖରେ ଆମେରିକାରୁ ଆସିଥିଲେ।  ବଡକଥା ହେଉଛି ଦୁଇ ସଂକ୍ରମିତଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ । ସେମାନଙ୍କୁ ମୁମ୍ବାଇର ସେଭେନ ହେଲ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁଇଜଣ ବ୍ୟକ୍ତି କୋଭିଡ ଟିକା ଫାଇଜରର ଉଭୟ ଡୋଜ ନେଇସାରିଥିଲେ ।

ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ନୂଆ ପ୍ରଜାତିକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ଏହାକୁ ଚିନ୍ତାଜନକ ଶ୍ରେଣୀ (ଭ୍ୟାରିଆଣ୍ଟ ଅଫ୍‌ କନ୍‌ସର୍ଣ୍ଣ)ରେ ରଖିଛି। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଦକ୍ଷିଣ ଆଫ୍ରିକାର ଗୋତଙ୍ଗେ ଅଞ୍ଚଳରେ ପ୍ରାୟ ୯୦ ପ୍ରତିଶତ ରୋଗୀ ଏହି ନୂତନ ପ୍ରଜାତିର କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି।

ସଂକ୍ରମଣ ଏତେ ଦ୍ରୁତ ଗତିରେ ବ୍ୟାପିଛି ଯେ, ସେଠାରେ ତାଲାବନ୍ଦ ଲଗାଇବା ସ୍ଥିତି ଉପୁଜିଲାଣି। ଶିକ୍ଷାନୁଷ୍ଠାନ ବନ୍ଦ ସହ ପରୀକ୍ଷା ବାତିଲ ମଧ୍ୟ କରାଯାଇଛି। ସେଠାରେ ପ୍ରତ୍ୟେକ ଜନତାଙ୍କର ଏବେ ନମୁନା ପରୀକ୍ଷା କରାଯାଉଛି ଓ ବିଶ୍ୱର ଅନ୍ୟ ରାଷ୍ଟ୍ରକୁ ସେଠାରୁ ବିମାନ ଉଡାଣ ମଧ୍ୟ ବାତିଲ କରିଦିଆଯାଇଛି।

Related story