ବିଜେପି କଣ ହିନ୍ଦୁ ଧର୍ମର ଠିକା ନେଇଛି : ମହୁଆ ମୋଇତ୍ରା

କୋଲକାତା: ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’ର  ଆପତ୍ତିଜନକ ପୋଷ୍ଟରକୁ ନେଇ ବିବାଦ ଥମୁନି। ଏହି ପ୍ରସଙ୍ଗରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା ଦେଇଥିବା ବୟାନ ପ୍ରସଙ୍ଗକୁ ଆହୁରି ବିବାଦୀୟ କରିଛି। ଫଳରେ ମହୁଆଙ୍କୁ  ଘେରିଛି ବିଜେପି। ବିଜେପିକୁ ଜବାବ ଦେଇ ମହୁଆ କହିଛନ୍ତି ଯେ, ହିନ୍ଦୁ ଦେବାଦେବୀଙ୍କର ରକ୍ଷା କର୍ତ୍ତା ହିସାବରେ ବିଜେପି ଦାୟିତ୍ୱ ନେଇ ନାହିଁ। ଦେବାଦେବୀଙ୍କୁ ପୂଜା କରିବାର ପଦ୍ଧତି ବିଜେପି ବେଙ୍ଗଲିମାନଙ୍କୁ ଶିଖାଇବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।  ଉତ୍ତରଭାରତର ପୂଜାପଦ୍ଧତିର ପ୍ରକ୍ରିୟାକୁ […]

mahua

mahua

Tapas Behera
  • Published: Friday, 08 July 2022
  • Updated: 08 July 2022, 04:08 PM IST

କୋଲକାତା: ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’ର  ଆପତ୍ତିଜନକ ପୋଷ୍ଟରକୁ ନେଇ ବିବାଦ ଥମୁନି। ଏହି ପ୍ରସଙ୍ଗରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରା ଦେଇଥିବା ବୟାନ ପ୍ରସଙ୍ଗକୁ ଆହୁରି ବିବାଦୀୟ କରିଛି। ଫଳରେ ମହୁଆଙ୍କୁ  ଘେରିଛି ବିଜେପି। ବିଜେପିକୁ ଜବାବ ଦେଇ ମହୁଆ କହିଛନ୍ତି ଯେ, ହିନ୍ଦୁ ଦେବାଦେବୀଙ୍କର ରକ୍ଷା କର୍ତ୍ତା ହିସାବରେ ବିଜେପି ଦାୟିତ୍ୱ ନେଇ ନାହିଁ। ଦେବାଦେବୀଙ୍କୁ ପୂଜା କରିବାର ପଦ୍ଧତି ବିଜେପି ବେଙ୍ଗଲିମାନଙ୍କୁ ଶିଖାଇବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।  ଉତ୍ତରଭାରତର ପୂଜାପଦ୍ଧତିର ପ୍ରକ୍ରିୟାକୁ ନେଇ ବିଜେପି ତାର ନିଜସ୍ୱ ମନ୍ତବ୍ୟକୁ ଅନ୍ୟମାନଙ୍କ ଉପରେ ଲଦି ପାରିବ ନାହିଁ। ଦେଶର ବିଭିନ୍ନ ସ୍ଥାନରେ ପୂଜାପଦ୍ଧିତି ପ୍ରକ୍ରିୟା ଭିନ୍ନ ଭିନ୍ନ। ଭାରତୀୟ ଧର୍ମ ପରମ୍ପରାର ଏହା ହେଊଛି ସ୍ୱତନ୍ତ୍ରତା। ଯାହା ୨୦୦୦ ବର୍ଷ ଚଳି ଆସୁଛି ବୋଲି ମହୁଆ କହିଛନ୍ତି । ମହୁଆ କହିଛନ୍ତି ଯେ, ବିଜେପିର ତାର ହିନ୍ଦୁତ୍ୱ ଏଜେଣ୍ଡା ତଥା ଏକ ନିର୍ଦ୍ଦିଷ୍ଟ ବିଚାରାଧାରାକୁ ଲଦି ଦେବାକୁ ଚାହୁଁଛି।

ସେ କହିଛନ୍ତି ଯେ, ମୁଁ ଜଣେ ପରିପକ୍ୱ ରାଜନେତା ଭାବେ କାମ କରୁଛି। ଆମେ ଦୀର୍ଘ ଦିନ ହେବ ବିଜେପିର ହିନ୍ଦୁତ୍ୱ ଏଜେଣ୍ଡାକୁ ଆଡ଼େଇ ଦେଇ ଆସୁଛୁ। ଯାହା କେବଳ ଉତ୍ତର ଭାରତ କୈନ୍ଦ୍ରିକ। ଦଳ ତାର ନିର୍ଦ୍ଦିଷ୍ଟ ବିଚାରଧାରାକୁ ଦେଶର ଅନ୍ୟପ୍ରାନ୍ତ ଉପରେ ଲଦିବାରୁ ନିବୃତ୍ତି ରହିବା ଉଚିତ। ବିଗତ ଶହେ ବର୍ଷ ହେବ ବେଙ୍ଗଲର ହିନ୍ଦୁମାନେ ସେମାନଙ୍କ ଧର୍ମୀୟ ପରମ୍ପରାକୁ ଭଲ ଭାବେ ମାନି ଆସୁଛନ୍ତି। କାଳୀଙ୍କର ପୂଜାର କେମିତି ହେବ ବିଜେପି କିଏ ଆମକୁ ଶିଖାଇବାକୁ ବୋଲି ସେ ପ୍ରଶ୍ନ କରିଛନ୍ତି । ନା ଭଗବାନ ରାମ ନା ଭଗବାନ ହନୁମାନ କେହି ବିଜେପିର ଅଂଶ ନୁହନ୍ତି । ବିଜେପି କଣ ହିନ୍ଦୁ ଧର୍ମର ଠିକା ନେଇଛି କି ସେ ପ୍ରଶ୍ନ କରିଛନ୍ତି।

ଗତ ମଙ୍ଗଳବାର ଏକ କନ୍‌କ୍ଲେଭରେ ମହୁଆ ମୋଇତ୍ରା ସାମିଲ ହୋଇଥିଲେ। ଏହି ସମୟରେ ସେ ‘କାଳୀ’ ପୋଷ୍ଟରକୁ ନେଇ ଜାରି ବିବାଦ ଉପରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ‘କାଳୀଙ୍କ ଅନେକ ରୂପ ଅଛି। ମୋ ପାଇଁ କାଳୀ ଅର୍ଥ, ମାଂସ ଏବଂ ମଦ ଗ୍ରହଣ କରୁଥିବା ଦେବୀ ଅଟନ୍ତି।’ ମହୁଆଙ୍କ ଏଭଳି ବିବାଦୀୟ ବୟାନରୁ ଟିଏମସି ନିଜକୁ ଦୂରେଇ ରଖିବା ସହ ଏହାକୁ ନିନ୍ଦା ମଧ୍ୟ କରିଥିଲା।  ପଶ୍ଚିମବଙ୍ଗ ବିଜେପି ମହୁଆଙ୍କ ଏହି ବୟାନକୁ ଜୋରଦାର ବିରୋଧ କରିଛି। ବିଜେପି ନେତ୍ରୀ ରାଜଶ୍ରୀ ଲାହିରି କୋଲକାତାର ରବୀନ୍ଦ୍ର ସରୋବର ପୁଲିସ ଷ୍ଟେସନରେ ଟିଏମ୍‌ସି ସାଂସଦ ମହୁଆଙ୍କ ବିରୋଧରେ  ଅଭିଯୋଗ କରିଛନ୍ତି। ମୋଇତ୍ରା ଜାଣିଶୁଣି ଆମ ଧର୍ମ ଓ ଧାର୍ମିକ ବିଶ୍ୱାସକୁ ଆଘାତ ପହଞ୍ଚାଇଥିବା ସେ ନିଜ ଅଭିଯୋଗରେ କହିଛନ୍ତି। ଏଥିସହ ସାଂସଦ ମହୁଆ ମୋଇତ୍ରାଙ୍କୁ ଗିରଫ କରିବାକୁ ବିଜେପି ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos