ପ୍ରବଳ ଖରାରେ ଟ୍ରେନିଂ ଚାଲିଥିବା ବେଳେ ଯବାନ ମୃତ, ଅନେକ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପ୍ରବଳ ଖରା ଓ ଗୁଳୁଗୁଳି ମଧ୍ୟରେ ସେନା ଯବାନଙ୍କ ସାମରିକ ଟ୍ରେନିଂ କରିବା ମହଙ୍ଗା ପଡ଼ିଛି। ଖରାପ ପାଗରେ ହେଉଥିବା ଟ୍ରେନିଂ ବେଳେ ଜଣେ ଯବାନ ପ୍ରାଣ ହରାଇଛନ୍ତି। ସେହିପରି ଅନେକ ଯବାନ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପଞ୍ଜାବର ପଠାନକୋଟ୍‌ ନିକଟରେ ଥିବା ମାମୁନ ମିଲିଟାରୀ ଷ୍ଟେସନରେ ଟ୍ରେନିଂ ଚାଲିଥିବା ବେଳେ ଏପରି ଅଘଟଣ ଘଟିଛି। ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି, ଶନିବାର ପ୍ରବଳ ଖରା ଓ ଗୁଳୁଗୁଳି ମଧ୍ୟରେ ଟ୍ରେନିଂ […]

Army

Hemant Lenka
  • Published: Saturday, 21 August 2021
  • , Updated: 21 August 2021, 06:55 PM IST

ନୂଆଦିଲ୍ଲୀ: ପ୍ରବଳ ଖରା ଓ ଗୁଳୁଗୁଳି ମଧ୍ୟରେ ସେନା ଯବାନଙ୍କ ସାମରିକ ଟ୍ରେନିଂ କରିବା ମହଙ୍ଗା ପଡ଼ିଛି। ଖରାପ ପାଗରେ ହେଉଥିବା ଟ୍ରେନିଂ ବେଳେ ଜଣେ ଯବାନ ପ୍ରାଣ ହରାଇଛନ୍ତି। ସେହିପରି ଅନେକ ଯବାନ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପଞ୍ଜାବର ପଠାନକୋଟ୍‌ ନିକଟରେ ଥିବା ମାମୁନ ମିଲିଟାରୀ ଷ୍ଟେସନରେ ଟ୍ରେନିଂ ଚାଲିଥିବା ବେଳେ ଏପରି ଅଘଟଣ ଘଟିଛି।

ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି, ଶନିବାର ପ୍ରବଳ ଖରା ଓ ଗୁଳୁଗୁଳି ମଧ୍ୟରେ ଟ୍ରେନିଂ ହେଉଥିଲା। ଭାରତୀୟ ସେନାର ୯ କର୍ପସ ପକ୍ଷରୁ ଏହି ଟ୍ରେନିଂ କାର୍ଯ୍ୟକ୍ରମ କରାଯାଉଥିଲା। ଖରାରେ ଟ୍ରେନିଂ ଚାଲୁଥିବା ବେଳେ ଯବାନମାନେ ପ୍ରଥମେ ଅସୁସ୍ଥତା ଅନୁଭବ କରିଥିଲେ। ତଥାପି ବେଶ କିଛି ଘଣ୍ଟା ଧରି କଷ୍ଟ ଓ ଯନ୍ତ୍ରା ସହ୍ୟ କରି ସେମାନେ ସବୁ ପ୍ରକାରର ଟ୍ରେନିଂ କରିଥିଲେ। ହେଲେ ସମୟ ବଢ଼ିବା ସହ ସେମାନେ ମଧ୍ୟ ଅସୁସ୍ଥ ହେବାରେ ଲାଗିଥିଲେ। ଜଣଙ୍କ ପରେ ଜଣେ ଯବାନ ଅସୁସ୍ଥ ହୋଇ ତଳେ ପଡ଼ିବାରୁ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ।

ସେମାନଙ୍କୁ ଏପରି ଅବସ୍ଥାରେ ପଠାନକୋଟ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତରମାନେ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଅସୁସ୍ଥ ଯବାନମାନଙ୍କୁ ସେଠାରେ ସବୁ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।

Related story