ଆତଙ୍କବାଦୀଙ୍କ ଗୁଳିରେ ଆହତ ପୁଲିସ କର୍ମଚାରୀ ସହିଦ୍‌

ଜମ୍ମୁ: ସ୍ୱାଧୀନତା ଦିବସର ଗୋଏ ଦିନ ପୂର୍ବରୁ ସୀମାରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିୟମ ହୋଇଥଲା । ତେବେ ଏଥିରେ ଆହତ ହୋଇଥିବା ଜଣେ ପୁଲିସ କର୍ମଚାରୀଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ  ମୃତ୍ୟୁ ଘଟିଛି।  ଜମ୍ମୁ-କଶ୍ମୀରିର ଶ୍ରୀନଗରରେ ଏହି ଘଟଣା ଘଟିଛି। ଏ ସମ୍ପର୍କରେ କଶ୍ମୀର ଜୋନ୍ ପୋଲିସ ସୂଚନା ଦେଇଛି।  ରବିବାର ଏନକାଉଣ୍ଟର ବେଳେ କନଷ୍ଟେବଳ ସରଫରାଜ ଅହମ୍ମଦ ନାମକ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିଲେ।  ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ଏହି ଘଟଣାରେ […]

terrorist

  • Published: Monday, 15 August 2022
  • , Updated: 15 August 2022, 04:31 PM IST

ଜମ୍ମୁ: ସ୍ୱାଧୀନତା ଦିବସର ଗୋଏ ଦିନ ପୂର୍ବରୁ ସୀମାରେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିୟମ ହୋଇଥଲା । ତେବେ ଏଥିରେ ଆହତ ହୋଇଥିବା ଜଣେ ପୁଲିସ କର୍ମଚାରୀଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ  ମୃତ୍ୟୁ ଘଟିଛି।  ଜମ୍ମୁ-କଶ୍ମୀରିର ଶ୍ରୀନଗରରେ ଏହି ଘଟଣା ଘଟିଛି। ଏ ସମ୍ପର୍କରେ କଶ୍ମୀର ଜୋନ୍ ପୋଲିସ ସୂଚନା ଦେଇଛି।  ରବିବାର ଏନକାଉଣ୍ଟର ବେଳେ କନଷ୍ଟେବଳ ସରଫରାଜ ଅହମ୍ମଦ ନାମକ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିଲେ।  ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ଏହି ଘଟଣାରେ ଜଣେ ଆତଙ୍କବାଦୀ ମଧ୍ୟ ଆହତ ହୋଇଛନ୍ତି।

ପୁଲିସର ସୂଚନାନୁସାରେ, ଘଟଣାସ୍ଥଳରୁ ଆତଙ୍କବାଦୀଙ୍କ ଦ୍ୱାରା ବ୍ୟବହୃତ ଏକ ସ୍କୁଟର ଜବତ କରାଯାରଇଛି। ଏହି ଆତଙ୍କବାଦୀମାନେ  ଲଶ୍କର-ଇ-ତୋଇବାର (ଏଲଇଟି) ଗୋଷ୍ଠୀର ବୋଲି ଜଣାପଡ଼ଛି। ଏଥିସହ ସେମାନଙ୍କଠାରୁ   ଗୋଟିଏ AK-74 ରାଇଫଲ ଏବଂ ଦୁଇଟି ଗ୍ରେନେଡ ଜବତ କରାଯାଇଛି। । ପୁଲିସ ସର୍ଚ୍ଚ ଅପରେଶନକୁ ଜୋରଦାର କରିଛି।

ରବିବାର ବିଳମ୍ୱିତ ରାତିରେ ରାଜୌରିରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ରଜୌରୀର କାଣ୍ଡ୍ରା ହିଲ୍ରେ ଆତଙ୍କୀ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ଏହା ପୂର୍ବରୁ ଦକ୍ଷିଣକାଶ୍ମୀରର କୋଇମୋହ ଅଞ୍ଚଳରେ ଶନିବାର ରାତିରେ ପୁଲିସ ଉପରେ ଗ୍ରେନେଡ୍ ମାଡ଼ ହୋଇଥିଲା। ଏଥିରେ ଜଣେ ଯବାନହିଦ ହୋଇଛନ୍ତି

Related story