ପୁଲିସ୍‌ ଓ ସେନାର ମିଳିତ ଅପରେସନ, ଟଳିଲା ଜୈଶ ଆତଙ୍କବାଦୀ

ଶୋପିଆନ: ଜମ୍ମୁ-କଶ୍ମୀର ପୁଲିସ୍‌ ଓ ସେନା ପକ୍ଷରୁ ଶୋପିଆନର କାପରେନ ଅଞ୍ଚଳରେ ଜାରି ରହିଥିବା ଅପରେସନକୁ ବଡ଼ ସଫଳତା ମିଳିଛି। ବର୍ତ୍ତମାନ ସୁଦ୍ଧା ଏହି ମିଳିତ ଅପରେସନର ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ଜଣେ ଆତଙ୍କବାଦୀ ନିହତ ହୋଇଛି। ଉକ୍ତ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି। କଶ୍ମୀର ଜୋନ ପୁଲିସ୍‌ର ସୂଚନା ଅନୁଯାୟୀ, କାପରେନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା […]

terror

  • Published: Friday, 11 November 2022
  • , Updated: 11 November 2022, 12:14 PM IST

ଶୋପିଆନ: ଜମ୍ମୁ-କଶ୍ମୀର ପୁଲିସ୍‌ ଓ ସେନା ପକ୍ଷରୁ ଶୋପିଆନର କାପରେନ ଅଞ୍ଚଳରେ ଜାରି ରହିଥିବା ଅପରେସନକୁ ବଡ଼ ସଫଳତା ମିଳିଛି। ବର୍ତ୍ତମାନ ସୁଦ୍ଧା ଏହି ମିଳିତ ଅପରେସନର ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ଜଣେ ଆତଙ୍କବାଦୀ ନିହତ ହୋଇଛି। ଉକ୍ତ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବାରୁ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି।

କଶ୍ମୀର ଜୋନ ପୁଲିସ୍‌ର ସୂଚନା ଅନୁଯାୟୀ, କାପରେନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସେନା ଓ ପୁଲିସ୍‌ ପକ୍ଷରୁ ମିଳିତ ଅପରେସନ ଆଜି ଭୋର ସମୟରେ ଆରମ୍ଭ ହୋଇଥିଲା। ଏହି ସମୟରେ ଆତଙ୍କବାଦୀମାନଙ୍କ ସହ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ଜୈଶ ପାଇଁ କାମ କରୁଥିବା ଆତଙ୍କବାଦୀ କମରାନ ଭାଇ ଓରଫ ହାନୀସର ମୃତ୍ୟୁ ଘଟିଛି।

ସେ କୁଲଗା ଓ ଶୋପିଆନ ଅଞ୍ଚଳରେ ସକ୍ରିୟ ଭାବେ ଆତଙ୍କବାଦ କାର୍ଯ୍ୟକଳାପରେ ସାମିଲ ଥିଲା। ତା’ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏବେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ପୁଲିସ୍‌ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇନି।

Related story