ଦେଶବ୍ୟାପି ଏନଆଇଏର ମେଗା ରେଡ୍‌, ୧୦୦ ପିଏଫଆଇ ସଦସ୍ୟ ଗିରଫ

ନୂଆଦିଲ୍ଲୀ: ପିଏଫଆଇ ବିରୋଧରେ ବଡ଼ଧରଣର ଆକ୍ସନ୍ ନେଇଛି  ଏନଆଇଏ।  ଦେଶର ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି ଏନଆଇଏ।  ଏହି ରେଡ୍‌ରେ ଇଡି ମଧ୍ୟ ସାମିଲ ରହିଛି। ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ସହ ଏକାଧିକ ସ୍ଥାନରେ ଖୋଳତାଡ଼ କରିଛି  ଏନଆଇଏ।  ପ୍ରାୟ ୧୦୦ ଜଣ ପିଏଫଆଇ ସଦସ୍ୟ ଏବଂ ଏହି ସଙ୍ଗଠନ ସହ ଜଡ଼ିତ କିଛି ଲୋକଙ୍କୁ  ଇଡି ଗିରଫ କରିଛି। କେନ୍ଦ୍ର ଗୃହମନ୍ତ୍ରଣାଳାୟ ପକ୍ଷରୁ ଏହି ଅପରେଶନ ଉପରେ ତୀକ୍ଷ୍ଣ ନଜର […]

nia

  • Published: Thursday, 22 September 2022
  • , Updated: 22 September 2022, 09:41 AM IST

ନୂଆଦିଲ୍ଲୀ: ପିଏଫଆଇ ବିରୋଧରେ ବଡ଼ଧରଣର ଆକ୍ସନ୍ ନେଇଛି  ଏନଆଇଏ।  ଦେଶର ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି ଏନଆଇଏ।  ଏହି ରେଡ୍‌ରେ ଇଡି ମଧ୍ୟ ସାମିଲ ରହିଛି। ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ସହ ଏକାଧିକ ସ୍ଥାନରେ ଖୋଳତାଡ଼ କରିଛି  ଏନଆଇଏ।  ପ୍ରାୟ ୧୦୦ ଜଣ ପିଏଫଆଇ ସଦସ୍ୟ ଏବଂ ଏହି ସଙ୍ଗଠନ ସହ ଜଡ଼ିତ କିଛି ଲୋକଙ୍କୁ  ଇଡି ଗିରଫ କରିଛି। କେନ୍ଦ୍ର ଗୃହମନ୍ତ୍ରଣାଳାୟ ପକ୍ଷରୁ ଏହି ଅପରେଶନ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଲକ୍ଷ୍ନୌରୁ ମଧ୍ୟ ୨ ଜଣ ପିଏଫ‌ଆଇ ସଦସ୍ୟଙ୍କୁ ଗିରଫ କରାଯାଇଛି। ତଦନ୍ତ ଇତିହାସରେ ଏହା ସବୁ ଠାରୁ ବଡ଼ଧରଣର ଅପରେଶନ ବୋଲି କୁହାଯାଉଛି। ଆତଙ୍କବାଦୀ ଫଣ୍ଡିଂ ସହ ଜଡ଼ିତ ଏବଂ ଅପରାଧିକ ତାଲିମ ଚଳାଇବା ଅଭିଯୋଗରେ ତଦନ୍ତାକାରୀ ସଂସ୍ଥା ପକ୍ଷରୁ ମେଗା ରେଡ୍‌ କରାଯାଉଛି। ଆତଙ୍କବାଦୀଙ୍କ ପାଣ୍ଠି ଯୋଗାଇବା, ତାଲିମ ଶିବିର ଆୟୋଜନ ଏବଂ ଲୋକଙ୍କୁ ସଂଗଠନରେ ସାମିଲ କରିବା ଅଭିଯୋଗରେ ଘର ଏବଂ  ଅଫିସରେ ଏହି ଅନୁସନ୍ଧାନ କରାଯାଉଛି। ଏହି ଟିମ୍‌ରେ ୨୦୦ରୁ ଅଧିକ  ଏନଆଇଏ ଅଧିକାରୀ ସାମିଲ ଅଛନ୍ତି। । ମାଙ୍ଗାଲୁରୁରେ ଏନଆଇଏ ଅଧିକାରୀଙ୍କୁ  ଆରକ୍ରମଣ ଅଭିଯୋଗ ହୋଇଛି।  କର୍ଣ୍ଣାଟକ ପୁଲିସ ପିଏଫଆଇ ଏବଂ ଏସଡିପିଆଇ ସଦସ୍ୟଙ୍କୁ ଅଟକ ରଖିଛି।

ସୂଚନା ଅନୁଯାୟୀ ଅଗଷ୍ଟ ୨୬ ତାରିଖରେ ଏନଆଇଏର ହାଇଦ୍ରାବାଦ ଶାଖାରେ ପିଏଫଆଇ ସହ ଜଡିତ ଏକ ମାମଲା ପଞ୍ଜୀକୃତ ହୋଇଥିଲା । ମାମଲା ପଞ୍ଜୀକୃତ ହେବା ପରେ ଏନଆଇଏ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟରେ ପ୍ରାୟ ୨୬ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି । ସେହି ଅଭିଯୋଗକୁ  ଭିତ୍ତିକରି ଏନଆଇଏ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନଆଇଏ ପକ୍ଷରୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଅନେକ ସ୍ଥାନରେ ଚଢ଼ାଉ କରାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଉଭୟ ରାଜ୍ୟର ପ୍ରାୟ ୨୩ଟି ସ୍ଥାନରେ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି ଚଢ଼ାଉ କରୁଛି ।

ଆନ୍ଧ୍ରପ୍ରଦେଶର କୁର୍ନୁଲ, ନେଲ୍ଲୋର, କଡପା, ଗୁଣ୍ଟୁରରେ ଚଢ଼ାଉ କରାଯାଥିବା ବେଳେ ତେଲେଙ୍ଗାନାର ନିଜାମାବାଦରେ ଜଣେ ସନ୍ଦିଗ୍ଧଙ୍କ ବାସଭବନରେ ଚଢ଼ାଉ ହୋଇଛି । ପିଏଫଆଇ ପକ୍ଷରୁ ନିଜ କ୍ୟାଡରମାନଙ୍କୁ କଠୋର ତାଲିମ ଦେବା ସହ ସେମାନଙ୍କ ମନରେ ମୌଳବାଦର ବୀଜ ବପନ କରାଯାଉଛି । ଭାରତରେ ଥିବା ମୁସଲିମ ବିରୋଧୀ ସଂଗଠନ ଓ ବ୍ୟକ୍ତିମାନଙ୍କୁ ହିଂସାତ୍ମକ ପଦ୍ଧତିରେ ଦମନ କରିବାକୁ ନିଜ କ୍ୟାଡରମାନଙ୍କୁ ତାଲିମ ଦେଉଛି ପିଏଫଆଇ । ଏହା ଫଳରେ ସେମାନେ ଅନ୍ୟ ଆତଙ୍କବାଦୀ ସଂଗଠନମାନଙ୍କ ନିମନ୍ତେ ଏକ ନିଯୁକ୍ତିସ୍ଥଳୀରେ ପରିଣତ ହୋଇଛି । ଅର୍ଥାତ ଆତଙ୍କବାଦୀ ସଂଗଠନମାନେ ଏହି କ୍ୟାଡରମାନଙ୍କୁ ଆତଙ୍କି କାର୍ଯ୍ୟକଳାପରେ ନିଯୁକ୍ତ କରୁଛନ୍ତି । ଏଭଳି କିଛି କାର୍ଯ୍ୟକଳାପ ସମ୍ପର୍କରେ ସୁରାଗ ପାଇ ଏନଆଇଏ ସତର୍କ ହୋଇଛି।

Related story