ଇସ୍କନ ରାଧାକାନ୍ତ ମନ୍ଦିର ଭଙ୍ଗାରୁଜା, ୨୦୦ ଆହତ  

ଢାକା: ବଂଲାଦେଶରେ ହିନ୍ଦୁ ଏବଂ ହିନ୍ଦୁ ଧର୍ମର ସମର୍ଥକମାନେ ଅସୁରକ୍ଷିତ ହୋପଡ଼ିଛନ୍ତି। ଗତ କିଛି ମାସ ହେବ ସେମାନଙ୍କ ଉପରେ ଧାର୍ମିକ ଆକ୍ରମଣ ଜାରି ରହିଛି। ଗୁରୁବାର ହୋଲି ଅବସରରେ ଢାକାର ୨୨୨ ଲାଲମୋହନ ଶାହା ଷ୍ଟ୍ରିଟ୍‌ରେ ଥିବା ଇସ୍କନ ରାଧାକାନ୍ତ ମନ୍ଦିରରେ ଭଙ୍ଗାରୁଜା ହେବା ସହ ୨୦୦ ଜଣଙ୍କୁ ଆକ୍ରମଣ କରାଯାଇଛି। ଏଥିସହ ସେମାନଙ୍କଠାରୁ ଲୁଟପାଟ ହୋଇଥିବା ଅଭିଯୋଗ ହୋଇଛି।  ଆକ୍ରମଣରେ ସୁମନ୍ତ୍ର ଚନ୍ଦ୍ର ଶ୍ରବଣ, ନିହା ହାଲଦାର ଏବଂ ରାଜିବ ଭଦ୍ରା  ଆହତ ହୋଇଥିବା […]

violence

Tapas Behera
  • Published: Friday, 18 March 2022
  • , Updated: 18 March 2022, 12:26 PM IST

ଢାକା: ବଂଲାଦେଶରେ ହିନ୍ଦୁ ଏବଂ ହିନ୍ଦୁ ଧର୍ମର ସମର୍ଥକମାନେ ଅସୁରକ୍ଷିତ ହୋପଡ଼ିଛନ୍ତି। ଗତ କିଛି ମାସ ହେବ ସେମାନଙ୍କ ଉପରେ ଧାର୍ମିକ ଆକ୍ରମଣ ଜାରି ରହିଛି। ଗୁରୁବାର ହୋଲି ଅବସରରେ ଢାକାର ୨୨୨ ଲାଲମୋହନ ଶାହା ଷ୍ଟ୍ରିଟ୍‌ରେ ଥିବା ଇସ୍କନ ରାଧାକାନ୍ତ ମନ୍ଦିରରେ ଭଙ୍ଗାରୁଜା ହେବା ସହ ୨୦୦ ଜଣଙ୍କୁ ଆକ୍ରମଣ କରାଯାଇଛି। ଏଥିସହ ସେମାନଙ୍କଠାରୁ ଲୁଟପାଟ ହୋଇଥିବା ଅଭିଯୋଗ ହୋଇଛି।  ଆକ୍ରମଣରେ ସୁମନ୍ତ୍ର ଚନ୍ଦ୍ର ଶ୍ରବଣ, ନିହା ହାଲଦାର ଏବଂ ରାଜିବ ଭଦ୍ରା  ଆହତ ହୋଇଥିବା ଅଭିଯୋଗ ହୋଇଛି ।

ହାଜି ସଫିଉଲ୍ଲା ସଙ୍ଗଠନର ଲୋକମାନେ ଏହି  ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗତ ବର୍ଷ ଦୁର୍ଗା ପୂଜା ବେଳେ ଧାର୍ମିକ ଆକ୍ରୋଶ ଦେଖିବାକୁ ମିଳିଥିଲା। ଦୁର୍ଗାପୂଜା ପେଣ୍ଡାଲ ଭଙ୍ଗାରୁଜା ହେବା ସହ ୩ ଜଣଙ୍କୁ ହତ୍ୟା କରାଯାଇଥିଲା।

ଦୁର୍ଗାପୂଜା ପେଣ୍ଡାଲରେ କୋରାନଙ୍କୁ ଅପମାନିତ କରାଯାଇଥିବା ଖବର ସୋଶାଲ ମିଡିଆରେ ପ୍ରଚାରିତି ହେବା ପରେ ପ୍ରତିପକ୍ଷ ଗୋଷ୍ଠୀ ଉତ୍ତ୍ୟକ୍ତ ହୋଇ ଥିଲା। ବାଂଲାଦେଶର କୋମିଲା ଟାଉନ୍‌ରେ ନାନୁର ଦିଘି ଲେକ୍‌ରେ ଏହି ଅଭାବନୀୟ ଘଟଣା ଘଟିଥିଲା। ପୂର୍ବରୁ ଢାକାର  ଟିପୁସୁଲତାନ ରୋଡ଼ରେ ସମାନ ଢଙ୍ଗରେ  ହିଂସା ଘଟିଥିଲା।

Related story