ମୁମ୍ବାଇ: କରୋନା ଭାଇରସ ପରେ ମହରାଷ୍ଟ୍ରରେ ଏବେ ବାର୍ଡ଼ ଫ୍ଲୁ ସମସ୍ୟା ଦେଖାଦେଇଛି। ଆଉ ବାର୍ଡ଼ ଫ୍ଲୁକୁ ନିୟନ୍ତ୍ରଣ କରିବା ପାଇଁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି। ମହାରାଷ୍ଟ୍ରର ଥାଣେ ଏବଂ ପାଲଘର ଜିଲ୍ଲାରେ ବାର୍ଡ଼ ଫ୍ଲୁ ଆତଙ୍କ। ଉଭୟ ଜିଲ୍ଲାର ହଟ୍ସ୍ପଟ ଅଞ୍ଚଳରୁ ଏକ କିଲୋମିଟିର ବ୍ୟବଧାନ ମଧ୍ୟରେ ୨୫,୦୦୦ ବ୍ରଏଲର କୁକୁଡ଼ାକୁ ମାରିବା ପାଇଁ ନିଷ୍ପତ୍ତି ହୋଇଥିଲା। ମହାରାଷ୍ଟ୍ରର ପଶୁ ସମ୍ପଦ ମନ୍ତ୍ରୀ ଦୁନିଲ କେଦାର କହିଛନ୍ତି ଯେ, ସଂକ୍ରମିତ କୁକୁଡ଼ା ଫାର୍ମ ଗୁଡ଼ିକରେ କାମ କରୁଥିବା ଶ୍ରମିକମାନଙ୍କୁ ଆଇଶୋଲେଟ୍ କରି ରଖାଯାଇଛି। ଥାଣେ ଏବଂ ପାଲଘର ଜିଲ୍ଲାରେ କେତା କୁକୁଡ଼ା ଫାର୍ମରେ ବାର୍ଡ଼ ଫ୍ଲୁ କେସ୍ ଚିହ୍ନଟ ହୋଇଥିଲା।
ଏହା ପରେ ଉକ୍ତ ଫାର୍ମଠାରୁ ୧ କିମି ଦୂର ମଧ୍ୟରେ ୨୫,୦୦୦ କୁକୁଡ଼ାକୁ ମରାଯାଇଛି। ଗତ ସପ୍ତାହରରେ ଥାଣେର ଶାହାପୁର ଜିଲ୍ଲାର ଭେଲହୋଲିରେ ବାର୍ଡ଼ ଫ୍ଲୁ ସଂକ୍ରମଣରେ ୩୦୦ କୁକୁଡ଼ାଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ଆସିଥିଲା। ଏହା ପରେ କୁକୁଡ଼ାଙ୍କ ସାମ୍ପୁଲ ପରୀକ୍ଷା ପାଇଁ ପୁଣେ ସ୍ଥିତ ଥିବା ଲାବ୍କୁ ପଠାଯାଇଥିଲା। ସେଠାରେ ରିପୋର୍ଟ ପଜିଟିଟିଭ୍ ଆସିଥିଲା।
H5N1 ଇନ୍ଫ୍ଲୁଏଞ୍ଜା କାରଣରୁ କୁକୁଡ଼ା ଗୁଡ଼ିକ ମୃତ୍ୟୁମୁଖରେ ପଡ଼ିଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି । ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଥାଣେ ଜିଲ୍ଲାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ୨୫,୦୦୦ବ୍ରଏଲର କୁକୁଡ଼ାଙ୍କୁ ହତ୍ୟା କରାଯାଇଛି। ସେହିପରି ହଜାର ହଜାର ଅଣ୍ଡା ମଧ୍ୟ ନଷ୍ଠ କରାଯାଇଛି।