ନୂଆଦିଲ୍ଲୀ: ଧୀରେ ଧୀରେ ତଳମୁହାଁ ହେଉଛି କରୋନା। ଦେଶରେ କମିଲାଣି ଦୈନିକ ସଂକ୍ରମଣ। ହେଲେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ କିନ୍ତୁ ବ୍ରେକ ଲାଗୁନି। ଏହା ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ କରୋନାର ୬୭,୦୮୪ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି ଦିନକରେ କରୋନା ଆକ୍ରାନ୍ତ ହୋଇ ୧୨୪୧ ଜଣ ପ୍ରାଣ ହରାଇଛନ୍ତି, ଯାହା ବେଶ୍ ଚିନ୍ତାଜନକ ରହିଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ବର୍ତ୍ତମାନର କରୋନାର ପଜିଟିଭିଟି ହାର କମ୍ ରହିଛି। ବୁଧବାର ତୁଳନାରେ ଗୁରୁବାର ୬ ପ୍ରତିଶତ କମିଛି କରୋନା ପଜିଟିଭିଟି ହାର। ଦେଶରେ ଦୈନିକ ପଜିଟିଭିଟି ହାର ୪.୪୪% ରହିଛି। ବର୍ତ୍ତମାନ ଯାଏ ଦେଶରେ କରୋନା ଯୋଗୁ ପ୍ରାୟ ୫ ଲକ୍ଷରୁ ଅଧିକ ଲୋକେ ଆଖିବୁଜି ସାରିଲେଣି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦେଶରେ ୯୬.୯୫ ପ୍ରତିଶତ ଲୋକେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୫ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୭୯୦୭୮୯ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୧୦ ଲକ୍ଷ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୫,୦୬,୫୨୦ ସଂକ୍ରମିତ ପ୍ରାଣ ହରାଇଛନ୍ତି।
https://twitter.com/ANI/status/1491619414525243392?s=20&t=cNkanDNuJmZ_icKP2wtdSA