ହିଜାବ ବିବାଦ: ମୁଣ୍ଡ ନଖେଳେଇବାକୁ ପାକିସ୍ତାନକୁ ଚେତାବନୀ ଦେଲେ ଓୱେସୀ

ନୂଆଦିଲ୍ଲୀ: ଭାରତର ମହିଳା ମାନଙ୍କ ଶିକ୍ଷା ବ୍ୟବସ୍ଥାକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମୁଦ୍‌ କୁରେସି ଦେଇଥିବା ଟିପ୍ପଣୀ ଉପରେ କଡ଼ା ଜବାବ ରଖିଛନ୍ତି ଏଆଇଏମଏଆଏମ ସୁପ୍ରିମୋ ଆସାଦୁଦ୍ଦିନ ଓୱେସୀ। ଉତ୍ତରପ୍ରଦେଶର ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ଓୱେସୀ କହିଛନ୍ତି ଯେ, ପାକିସ୍ତାନ ତାର ନିଜ କଥା ବୁଝୁ। ସେ କହିଛନ୍ତି ଯେ, ଯେଉଁ ଦେଶ ମଲାଲାଙ୍କୁ ସୁରକ୍ଷା ଦେଇପାରିଲା ନାହିଁ ସେମାନେ ଭାରତର ଝିଅମାନଙ୍କ ଶିକ୍ଷା ବ୍ୟବସ୍ଥା ଉପରେ ବାଣୀ ଦେବା ଅନୁଚିତ। Listen […]

Asaduddin Owaisi

Tapas Behera
  • Published: Wednesday, 09 February 2022
  • , Updated: 09 February 2022, 05:50 PM IST

ନୂଆଦିଲ୍ଲୀ: ଭାରତର ମହିଳା ମାନଙ୍କ ଶିକ୍ଷା ବ୍ୟବସ୍ଥାକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମୁଦ୍‌ କୁରେସି ଦେଇଥିବା ଟିପ୍ପଣୀ ଉପରେ କଡ଼ା ଜବାବ ରଖିଛନ୍ତି ଏଆଇଏମଏଆଏମ ସୁପ୍ରିମୋ ଆସାଦୁଦ୍ଦିନ ଓୱେସୀ। ଉତ୍ତରପ୍ରଦେଶର ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ଓୱେସୀ କହିଛନ୍ତି ଯେ, ପାକିସ୍ତାନ ତାର ନିଜ କଥା ବୁଝୁ। ସେ କହିଛନ୍ତି ଯେ, ଯେଉଁ ଦେଶ ମଲାଲାଙ୍କୁ ସୁରକ୍ଷା ଦେଇପାରିଲା ନାହିଁ ସେମାନେ ଭାରତର ଝିଅମାନଙ୍କ ଶିକ୍ଷା ବ୍ୟବସ୍ଥା ଉପରେ ବାଣୀ ଦେବା ଅନୁଚିତ।

https://twitter.com/Milan_reports/status/1491363127791079427?s=20&t=lWNROTpWny0rAHjqsjntpQ

ଭାରତ ମହିଳାମାନଙ୍କ ଶିକ୍ଷା ପ୍ରସଙ୍ଗରେ ପାକିସ୍ତାନ ମୁଣ୍ଡ ଖେଳାଇବା ଅନାବଶ୍ୟକ । ସେ କହିଛନ୍ତି ଯେ, ଆପଣ ଦେଶରେ ମଲାଲାଙ୍କୁ ଗୁଳି ମରାଗଲା। ତୁମେ ସରୁକ୍ଷା ଦେଇ ପାରିଲ ନାହିଁ। ଏବେ ଭାରତ ଉପରେ ଜ୍ଞାନ ବାଣ୍ଟିବାକୁରୁ ଆସିଛ ବୋଲି ଓୱେସୀ କଡ଼ା ଭାସାରେ ଶୁଣାଇଥିଲେ। ହିଜାବ ବିବାଦକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମୁଦ୍‌ କୁରେସି ଏକ ଟ୍ୱିଟ୍ କରିଥିଲେ। ସେ କହିଥିଲେ ଯେ, ଭାରତରେ ମୁସଲିମ ଝିଅଙ୍କ ମାନବିକ ଅଧିକାର ଉଲ୍ଲଂଘନ ହେଉଛି। ସେମାନଙ୍କୁ ଶିକ୍ଷାରୁ ବଞ୍ଚିତ କରି ମୌଳିକ ଅଧିକାରରରୁ ବଞ୍ଚିତ କରାଯାଉଛି ବୋଲି ସେ କହିଥିଲେ । ମୁସଲିମ ଝିଅମାନେ ହିଜାବ ପିନ୍ଧିବାରୁ ଧମକ ଚମକ ଦିଆଯାଉଛି।

ଏ ସମ୍ପର୍କରେ ବିଶ୍ୱ ଚିନ୍ତାପ୍ରକଟ କରିବା ଉଚିତ ବୋଲି ମହମୁଦ୍‌ କୁରେସି ଟ୍ୱିଟ୍ କରିଥିଲେ। ଜବାବରେ ଓୱେସୀ କହିଛନ୍ତି ଯେ, କର୍ଣ୍ଣାଟକର ହିଜାବ ମାମଲା ଏହା ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ। ବହାର ଲୋକ ଏଥିରେ ହସ୍ତକ୍ଷେପ କରିବା ଅନୁଚିତ୍। ନିଜର ଅନ୍ତଃକଳହ ବିଷୟା ପାକିସ୍ତାନ ଧ୍ୟାନ ଦେବା ଉଚିତ୍। ଏହା ହେଉଛି ଆମ ପ୍ରସଙ୍ଗ ଏଥିରେ ମୁଣ୍ଡଖେଳେଇବା ଅନାବଶ୍ୟକ ବୋଲି ସେ କହିଛନ୍ତି । ଗତକାଲି ମୁସ୍କାନ ନାମ୍ନୀ ଜଣେ ଯୁବତୀଙ୍କୁ ଘେରାବନ୍ଦୀ କରିବା ପ୍ରସଙ୍ଗରେ ସେ ତାଙ୍କ ପରିବାର ସହ କଥା ହୋଇଥିବା କହିଛନ୍ତି।

Related story