ଭାରତରେ ପହଞ୍ଚିଲା ଶେଷ ଯୁଦ୍ଧ ବିମାନ ରାଫେଲ

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲା ଯୁଦ୍ଧ ବିମାନ ରାଫେଲ। ଚୁକ୍ତି ଅନୁସାରେ ଫ୍ରାନ୍ସରୁ  ଭାରତୀୟ ବାୟୁ ସନାକୁ  ୩୬ଟି ଯୁଦ୍ଧ ବିମାନ ମିଳିବା ସମ୍ପୂର୍ଣ୍ଣ ହୋଇଛି।  ଫ୍ରାନ୍ସରୁ ଉଡ଼ାଣ ଭରି ଗୁରୁବାର ୩୬ ନମ୍ବର ତଥା ଶେଷ ରାଫେଲଟି ଭାରତରେ ପହଞ୍ଚିଥିବା ସୂଚନା ମିଳିଛି। ଫଳରେ  ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିମାନ ଡେଲିଭରି ନେଇ ହୋଇଥିବା ଚୁକ୍ତି ଅନୁସାରେ ସମସ୍ତ ଜାହାଜ ଯୋଗାଇ ଦିଆଯାଇଛି। ଯୁଦ୍ଧ ବିମାନ ପହଞ୍ଚିବା ପରେ ଅଧିକ ଉତ୍ସାହିତ ହୋଇଛି ଭାରତୀୟ ବାୟୁସେନା। […]

Rafale

  • Published: Thursday, 15 December 2022
  • , Updated: 15 December 2022, 05:29 PM IST

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲା ଯୁଦ୍ଧ ବିମାନ ରାଫେଲ। ଚୁକ୍ତି ଅନୁସାରେ ଫ୍ରାନ୍ସରୁ  ଭାରତୀୟ ବାୟୁ ସନାକୁ  ୩୬ଟି ଯୁଦ୍ଧ ବିମାନ ମିଳିବା ସମ୍ପୂର୍ଣ୍ଣ ହୋଇଛି।  ଫ୍ରାନ୍ସରୁ ଉଡ଼ାଣ ଭରି ଗୁରୁବାର ୩୬ ନମ୍ବର ତଥା ଶେଷ ରାଫେଲଟି ଭାରତରେ ପହଞ୍ଚିଥିବା ସୂଚନା ମିଳିଛି। ଫଳରେ  ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିମାନ ଡେଲିଭରି ନେଇ ହୋଇଥିବା ଚୁକ୍ତି ଅନୁସାରେ ସମସ୍ତ ଜାହାଜ ଯୋଗାଇ ଦିଆଯାଇଛି। ଯୁଦ୍ଧ ବିମାନ ପହଞ୍ଚିବା ପରେ ଅଧିକ ଉତ୍ସାହିତ ହୋଇଛି ଭାରତୀୟ ବାୟୁସେନା। ଏନେଇ ଆଇଏଏଫ ପକ୍ଷରୁ ଏକ ଟ୍ୱିଟ କରାଯାଇଛି। ସେଥିରେ ପ୍ୟାକ ସମ୍ପୂର୍ଣ୍ଣ ହୋଇଥିବା ଉଲ୍ଲେଖ ରହିଛି।
https://twitter.com/IAF_MCC/status/1603276297626882048?s=20&t=gBtqOHfARH0mh2-BZZ4SbA

୩୬ଟି ରାଫେଲ ଯୋଗାଣ ପାଇଁ ଭାରତ ଫ୍ରାନ୍ସ ସହ  ଚୁକ୍ତି କରିଥିଲା। ପୂର୍ବରୁ ଫ୍ରାନ୍ସ ପକ୍ଷରୁ ୩୫ଟି ଯୁଦ୍ଧ ବିମାନ ଯୋଗାଇ ଦିଆଯାଇଥିଲା । ତେବେ ଗୁରୁବାର୩୬ ନମ୍ବର ଜାହାଜଠି ପହଞ୍ଚିଛି। ସେ ଗୁଡ଼ିକୁ ହରିୟାଣାର ଆମ୍ବଲା, ପଶ୍ଚିମବଙ୍ଗର ହସିମରା  ସାମରିକ ବିମାନ ଷ୍ଟେସନରେ ରଖାଯାଇଛି । ରାଫେଲର ପ୍ରଥମ ବ୍ୟାଚ୍‌ ୨୦୨୦ ଜୁଲାଇ ୨୯ରେ ପହଞ୍ଚିଥିଲା।

ସୂଚନା ଅଦନୁଯାୟୀ, ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା । ନିକଟରେ ସରକାର ମୋଟ ରାଶିର ୭୫ ପ୍ରତିଶତ ପେମେଣ୍ଟ ଫ୍ରାନ୍ସ ସରକାରଙ୍କୁ ଦେଇଛନ୍ତି । ଏହି ଚୁକ୍ତି ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ହୋଇଥିବାରୁ ଭାରତ ସରକାର ଫ୍ରାନ୍ସ ସରକାରଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଫ୍ରାନ୍ସ ସରକାର ଏହି ଅର୍ଥ ଡାସଲଟ୍‌ ଆଭିଏସନକୁ ପ୍ରଦାନ କରିବେ ।

Related story