ଆଉ ନାହାନ୍ତି ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ଇଲା ଭଟ୍ଟ

ନୂଆଦିଲ୍ଲୀ: ପ୍ରଖ୍ୟାତ ମହିଳା ଅଧିକାରୀ କର୍ମୀ ତଥା ମାଇକ୍ରୋ ଫାଇନାନ୍ସ ଅଧିକାରୀ ଓ ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ଇଲା ଭଟ୍ଟ ଆଉ ନାହାନ୍ତି। ଆଜି ୮୯ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗାନ୍ଧିବାଦ ନୀତି ପାଇଁ ପରିଚିତ ଇଲା ସବୁବେଳେ ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ଦିଗରେ ଓକିଲାତି କରୁଥିଲେ। ଭାରତରେ ସେ ମହିଳାଙ୍କ ପାଇଁ ସେବା ନାଁରେ ଗୋଟିଏ ସଂସ୍ଥା ପ୍ରତିଷ୍ଠା କରିବା ସହ ଏହାର ମୁଖ୍ୟ ଭାବେ କାମ କରୁଥିଲେ। […]

ela-bhatt

  • Published: Wednesday, 02 November 2022
  • , Updated: 02 November 2022, 08:48 PM IST

ନୂଆଦିଲ୍ଲୀ: ପ୍ରଖ୍ୟାତ ମହିଳା ଅଧିକାରୀ କର୍ମୀ ତଥା ମାଇକ୍ରୋ ଫାଇନାନ୍ସ ଅଧିକାରୀ ଓ ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ଇଲା ଭଟ୍ଟ ଆଉ ନାହାନ୍ତି। ଆଜି ୮୯ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଗାନ୍ଧିବାଦ ନୀତି ପାଇଁ ପରିଚିତ ଇଲା ସବୁବେଳେ ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ଦିଗରେ ଓକିଲାତି କରୁଥିଲେ। ଭାରତରେ ସେ ମହିଳାଙ୍କ ପାଇଁ ସେବା ନାଁରେ ଗୋଟିଏ ସଂସ୍ଥା ପ୍ରତିଷ୍ଠା କରିବା ସହ ଏହାର ମୁଖ୍ୟ ଭାବେ କାମ କରୁଥିଲେ। ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ ଓ ସଶକ୍ତୀକରଣ କରିବାକୁ ଇଲା ୧୯୭୩ ମହାରେ ପ୍ରଥମ ମହିଳା ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ। ଏହାର ନାଁ କପୋରେଟିଭ ବ୍ୟାଙ୍କ ଅଫ ସେବା ରହିଥିଲା। ସେହିପରି ୧୯୭୯ରେ ପ୍ରଥମ ମହିଳା ବିଶ୍ୱ ବ୍ୟାଙ୍କ ଗଠନ କରିଥିଲେ।

୧୯୮୫ରେ ତାଙ୍କୁ ଭାରତର ୪ର୍ଥ ସର୍ବୋଚ୍ଚ ବେସାମାରିକ ସମ୍ମାନ ପଦ୍ମଶ୍ରୀ ମିଳିଥିଲା। ୧୯୮୬ରେ ସେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ। ବିଭନ୍ନ ଉଦ୍ୟୋଗ ଜରିଆରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସେ ଉଦ୍ୟମ କରୁଥିବାରୁ ତାଙ୍କୁ ୨୦୧୧ରେ ଗାନ୍ଧି ଶାନ୍ତି ପୁରସ୍କାର ମିଳିଥିଲା। କମ୍ୟୁନିଟି ଲିଡର୍ସଶିପ ପାଇଁ ୧୯୭୭ରେ ଇଲା ଭଟ୍ଟ ରମ ମେଗାସେସ ଆୱାର୍ଡ ପାଇଥିଲେ।


ବିଶ୍ୱସ୍ତରୀୟ ଅଣ ସରକାରୀ ସଂଗଠନ ଏଲଡର୍ସ ସହ ସେ କାମ ମଧ୍ୟ କରିଛନ୍ତି। ସେ ଏଲଡର୍ସର ପ୍ରତିଷ୍ଠାତା ସଦସ୍ୟ। ୨୦୦୭ରୁ ୨୦୧୬ ଏହି ସଂଗଠନ ସହ ମିଶି ଲିଙ୍ଗଭିତ୍ତିକ ସମାନତା ଓ ସମାଜରେ ଥିବା କୁପ୍ରଥା ଏବଂ ବାଲ୍ୟ ବିବାହ ବିରୋଧରେ କାମ କରିଥିଲେ।

ଆଜି ତାଙ୍କ ଦେହାନ୍ତରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡେଗଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Related story