ପାକିସ୍ତାନ ଉପରେ ଭାରତର 'ଡିଜିଟାଲ୍‌ ଷ୍ଟ୍ରାଇକ୍‌', ଟ୍ୱିଟର୍‌ ଆକାଉଣ୍ଟ ବ୍ୟାନ୍‌

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଭାରତର ‘ଡିଜିଟାଲ ଷ୍ଟ୍ରାଇକ’। ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ବ୍ୟାନ୍‌ କଲା ଭାରତ। କୁହାଯାଉଛି କି ଦେଶ ବିରୋଧୀ ଗତିବିଧି ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କିଛି ସଂଗଠନ ଭାରତରେ ରହି ଆତଙ୍କୀ ଗତିବିଧିକୁ ସଫଳ କରାଉଥିବା ଅଭିଯୋଗ ପରେ ଏଭଳି ଏକ ବଡ ପଦକ୍ଷେପ ନେଇଛନ୍ତି ଭାରତ ସରକାର। ସୋଶାଲ ମିଡିଆରେ, ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ସମର୍ଥନରେ କାନାଡାରେ ସ୍ଥିତ ପାକିସ୍ତାନ ଦୂତାବାସର ଏକ ଟ୍ୱିଟ୍‌ର ସ୍କ୍ରିନ୍‌ଶଟ୍‌ […]

Twitter account ban

Madhupriya Mistry
  • Published: Saturday, 01 October 2022
  • , Updated: 01 October 2022, 11:39 AM IST

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଭାରତର 'ଡିଜିଟାଲ ଷ୍ଟ୍ରାଇକ'। ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ବ୍ୟାନ୍‌ କଲା ଭାରତ। କୁହାଯାଉଛି କି ଦେଶ ବିରୋଧୀ ଗତିବିଧି ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କିଛି ସଂଗଠନ ଭାରତରେ ରହି ଆତଙ୍କୀ ଗତିବିଧିକୁ ସଫଳ କରାଉଥିବା ଅଭିଯୋଗ ପରେ ଏଭଳି ଏକ ବଡ ପଦକ୍ଷେପ ନେଇଛନ୍ତି ଭାରତ ସରକାର।

ସୋଶାଲ ମିଡିଆରେ, ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ସମର୍ଥନରେ କାନାଡାରେ ସ୍ଥିତ ପାକିସ୍ତାନ ଦୂତାବାସର ଏକ ଟ୍ୱିଟ୍‌ର ସ୍କ୍ରିନ୍‌ଶଟ୍‌ ଭାଇରାଲ ହୋଇଥିଲା। ଖବର ଅନୁଯାୟୀ, ନିଷିଦ୍ଧ ପିଏଫ୍‌ଆଇକୁ ସମର୍ଥନ କରି ପାକିସ୍ତାନର ବାଣିଜ୍ୟିକ ଦୂତାବାସ ବ୍ୟାଙ୍କୁବର ଅଫିସିଆଲ୍ ହ୍ୟାଣ୍ଡଲ୍‌ରୁ ଏହି ଟ୍ୱିଟ୍ କରାଯାଇଥିଲା। କେବଳ ଏତିକି ନୁହେଁ ଆପତ୍ତିଜନକ ଟୁଇଟ୍ ସହିତ ଏଥିରେ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ପାକିସ୍ତାନ ସରକାରଙ୍କୁ ମଧ୍ୟ ଟ୍ୟାଗ୍ କରାଯାଇଥିଲା। ଏହାପରେ ସୋସିଆଲ ମିଡିଆରେ ଏହି ଟୁଇଟ୍‌କୁ ଅନେକ ବିରୋଧ କରାଯାଇଥିଲା।

ନିକଟରେ ଗୃହମନ୍ତ୍ରାଳୟର ନିର୍ଦ୍ଦେଶ ପରେ ଏନଆଇଏ ଓ ଇଡି ସମେତ ଅନ୍ୟ ଏଜେନ୍ସି କିଛି ସଂଗଠନ ଉପରେ ଚଢାଉ କରିଛନ୍ତି। ଏହାସହ କିଛି ସନ୍ଧିଗ୍ଧଙ୍କୁ ମଧ୍ୟ ହେପାଜତକୁ ନେଇଛନ୍ତି। ଏହି ଘଟଣାରେ ପଚରାଉଚରା ଜାରି ରହିଛି।

ପାକିସ୍ତାନ ଉପରେ ଭାରତ ଡିଜିଟାଲ୍‌ ଷ୍ଟ୍ରାଇକ୍‌ କରିବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଜାତୀୟ ବିରୋଧୀ କଣ୍ଟେଣ୍ଟ ଥିବା ୫୫ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ଦୁଇଟି ୱେବସାଇଟ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲେ ମୋଦି ସରକାର। ଜାନୁଆରୀ ୨୦୨୨ ଏବଂ ଡିସେମ୍ବର ୨୦୨୧ରେ ଭାରତ ପାକିସ୍ତାନ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି।

Related story