ପଦାରେ ପଡ଼ିଲା ପାକିସ୍ତାନ, କ୍ୟାମେରା ଆଗରେ ସତ ଉଗାରିଲା ଆତଙ୍କୀ

ଶ୍ରୀନଗର: ପୁଣି ଥରେ ପଦାରେ ପଡ଼ିଛି ପାକିସ୍ତାନର ଆତଙ୍କବାଦୀ ଚେହେରା। କିପରି ଆତଙ୍କବାଦୀଙ୍କୁ ପୃଷ୍ଟ ପୋଷକତା ଦେଉଛି ପାକ୍? ତାର ଗୋଟି ଗୋଟି କଥା କ୍ୟାମେରା ସମ୍ମୁଖରେ ବଖାଣିଛି ଉରୀ ସେକ୍ଟରରୁ ଧରାପଡ଼ିଥିବା ୧୯ ବର୍ଷିୟ ଅତଙ୍କବାଦୀ ଅଲି ବାବର। ଭାରତୀୟ ସେନା ପକ୍ଷରୁ ପଚରାଉଚରା ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ବାବର୍‌ର୍କ ଅଣା ଯାଇଥିଲା। ପାକିସ୍ତାନରେ ବସିଥିବା ଆତଙ୍କୀ ଆକା କିପରି ତାକୁ ଟ୍ରେନିଂ ଦେଇଥିଲେ ସେ କଥା କ୍ୟାମେରା ସାମ୍ନାରେ ବଖାଣିଛି ବାବର୍। ପାକିସ୍ତାନ […]

terrorist-1

Madhupriya Mistry
  • Published: Wednesday, 29 September 2021
  • , Updated: 29 September 2021, 01:23 PM IST

ଶ୍ରୀନଗର: ପୁଣି ଥରେ ପଦାରେ ପଡ଼ିଛି ପାକିସ୍ତାନର ଆତଙ୍କବାଦୀ ଚେହେରା। କିପରି ଆତଙ୍କବାଦୀଙ୍କୁ ପୃଷ୍ଟ ପୋଷକତା ଦେଉଛି ପାକ୍? ତାର ଗୋଟି ଗୋଟି କଥା କ୍ୟାମେରା ସମ୍ମୁଖରେ ବଖାଣିଛି ଉରୀ ସେକ୍ଟରରୁ ଧରାପଡ଼ିଥିବା ୧୯ ବର୍ଷିୟ ଅତଙ୍କବାଦୀ ଅଲି ବାବର।

ଭାରତୀୟ ସେନା ପକ୍ଷରୁ ପଚରାଉଚରା ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ବାବର୍‌ର୍କ ଅଣା ଯାଇଥିଲା। ପାକିସ୍ତାନରେ ବସିଥିବା ଆତଙ୍କୀ ଆକା କିପରି ତାକୁ ଟ୍ରେନିଂ ଦେଇଥିଲେ ସେ କଥା କ୍ୟାମେରା ସାମ୍ନାରେ ବଖାଣିଛି ବାବର୍।

ପାକିସ୍ତାନ ଖାଇବର୍ପକତୁନ୍ନା ଅଞ୍ଚଳର ୫ରୁ ୬ ଯୁବକଙ୍କୁ ବାଛିଥିଲେ ଆତଙ୍କବାଦୀ। ସେଥିରେ ଥିଲା ବାବର୍। ଗୁଳି ଗୁଳା, ବନ୍ଧୁକ ଚାଲଣା, ଅନୁପ୍ରବେଶ କରିବା ଏବଂ ପରିଚୟ ବଦଳାଇବା ଭଳି ଏକାଧିକ ଗୁଇନ୍ଦାଗିରି ସମ୍ପର୍କରେ ତାକୁ ଟ୍ରେନିଂ ଦିଆଯାଇଥିଲା। ବାବର୍‌କୁ ୨୦ ହଜାର ଦିଆଯାଇଥିବା ବେଳେ ତା'ପରିବାରକୁ ୩୦ ହଜାର ଟଙ୍କା ଦିଆଯାଇଥିଲା।  ଭାରତୀୟ ସେନା, ଭାରତୀୟଙ୍କୁ କ୍ଷତି ପହଞ୍ଚାଇବା ଥିଲା ବାବରର ଲକ୍ଷ୍ୟ।

ଉରୀ ସେକ୍ଟରରେ ପୂର୍ବରୁ ଯେପରି ଆକ୍ରମଣ କରାଯାଇଛି ତାର ଅତଙ୍କୀ ଷଡ଼ଯନ୍ତ୍ର ହୋଇଥିଲା। ହେଲେ ତା'ପୂର୍ବରୁ ଭାରତୀୟ ସେନାର ଅଦମ୍ୟ ସାହାସ ଯୋଗୁଁ ଏସବୁ ବିଫଳ ହୋଇଛି। ଅନୁପ୍ରବେଶ କରିବା ପରେ ହିଁ ତାକୁ କାବୁ କରି ନେଇଛି ସେନା। ବାବର୍‌ ହେଉଛି ପଞ୍ଜାବର ଓକାରା ବାସିନ୍ଦା। ତା'ବୟସ ୧୯ ବର୍ଷ। ତାକୁ ପାକିସ୍ତାନର ଗଡ ହବିବୁଲ୍ଲାହରୁ ଆତଙ୍କୀ ଟ୍ରେନିଂ ମିଳିଥିଲା। ପଟ୍ଟନ ଅଞ୍ଚଳକୁ ହତିଆର ପଠାଇବା ପାଇଁ ବାବରକୁ ଦାୟିତ୍ୱ ଦିଆଯାଇଥିଲା।

ଆତଙ୍କବାଦୀ ବାବର୍‌ ଗିରଫ ପରେ ତା'ଠାରୁ ୭ଟି ଏକେ ସିରିଜ୍, ୯ଟି ପିସ୍ତଲ, ୮୦ ଗ୍ରେନେଡ୍ ଓ ପାକିସ୍ତାନୀ ମୁଦ୍ରା ଜବତ କରାଯାଇଛି। ଗିରଫ ଆତଙ୍କବାଦୀ ନିକଟରୁ ସୀମାପାର ଆତଙ୍କବାଦ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ମିଳିଛି।

Related story