ଭାରତରୁ ଠାବ ହେଲା ପାକିସ୍ତାନୀ ମୋବାଇଲ ନେଟୱର୍କ ସିଗ୍ନାଲ୍ସ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ହିମାଚଳପ୍ରଦେଶର ଧର୍ମଶାଳା ଅନ୍ତର୍ଗତ କଙ୍ଗ୍ରା ଜିଲ୍ଲାରୁ ଠାବ ହେଇଛି ପାକିସ୍ତାନୀ ସେଲୁଲାର ନେଟୱର୍କ ସିଗ୍ନାଲ୍ସ। କଙ୍ଗ୍ରା ଜିଲ୍ଲାର କାରେରି ଅଞ୍ଚଳରେ ପାକିସ୍ତାନୀ ମୋବାଇଲ ଫୋନ୍‌ ନେଟୱର୍କ ଉପଲବ୍ଧ ହେଉଥିବା କଥାକୁ ପ୍ରଶାସନ ଟେଲିକମ୍ୟୁନିକେସନ ବିଭାଗକୁ ଜଣାଇ ଦେଇଛି। ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ କାରେରି ହ୍ରହ୍‌କୁ ଟ୍ରେକିଂ ପାଇଁ ଯାଇଥିବା ଲୋକଙ୍କ ଫୋନ୍‌ରେ ପାକିସ୍ତାନୀ ନେଟୱର୍କ ସିଗ୍ନାଲ୍ସ ଠାବ ହୋଇଛି। ଏହି ହ୍ରଦ ସମୁଦ୍ର ପତନରୁ ୨୯୦୦ ମିଟିର ଉପରେ ରହିଥିବା ବେଳେ ଧର୍ମଶାଳାଠାରୁ ୨୬ […]

Mobile

Hemant Lenka
  • Published: Thursday, 15 April 2021
  • , Updated: 15 April 2021, 05:25 PM IST

ନୂଆଦିଲ୍ଲୀ: ହିମାଚଳପ୍ରଦେଶର ଧର୍ମଶାଳା ଅନ୍ତର୍ଗତ କଙ୍ଗ୍ରା ଜିଲ୍ଲାରୁ ଠାବ ହେଇଛି ପାକିସ୍ତାନୀ ସେଲୁଲାର ନେଟୱର୍କ ସିଗ୍ନାଲ୍ସ। କଙ୍ଗ୍ରା ଜିଲ୍ଲାର କାରେରି ଅଞ୍ଚଳରେ ପାକିସ୍ତାନୀ ମୋବାଇଲ ଫୋନ୍‌ ନେଟୱର୍କ ଉପଲବ୍ଧ ହେଉଥିବା କଥାକୁ ପ୍ରଶାସନ ଟେଲିକମ୍ୟୁନିକେସନ ବିଭାଗକୁ ଜଣାଇ ଦେଇଛି।

ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ କାରେରି ହ୍ରହ୍‌କୁ ଟ୍ରେକିଂ ପାଇଁ ଯାଇଥିବା ଲୋକଙ୍କ ଫୋନ୍‌ରେ ପାକିସ୍ତାନୀ ନେଟୱର୍କ ସିଗ୍ନାଲ୍ସ ଠାବ ହୋଇଛି। ଏହି ହ୍ରଦ ସମୁଦ୍ର ପତନରୁ ୨୯୦୦ ମିଟିର ଉପରେ ରହିଥିବା ବେଳେ ଧର୍ମଶାଳାଠାରୁ ୨୬ କିମି ଦୂର। ହ୍ରହକୁ ଯାଇଥିବା ଲୋକମାନେ ଅଧିକାରୀମାନଙ୍କୁ କହିଛନ୍ତି ଯେ ହଠାତ୍‌ ଭାରତରେ ମିଳୁଥିବା ସିଗ୍ନାଲ୍ସ ବନ୍ଦ ହୋଇଯିବାକୁ ସେମାନଙ୍କ ଫୋନ୍‌ରେ ପାକିସ୍ତାନୀ ନେଟୱର୍କର ସିଗ୍ନାଲ୍ସ ଉପଲବ୍ଧ ହୋଇଥିଲା।

ଉକ୍ତ ସିଗ୍ନାଲ ଏତେ ଶକ୍ତିଶାଳୀ ଥିଲା ଯେ ସେଠାରେ ଉପସ୍ଥିତ ଲୋକଙ୍କ ଫୋନ୍‌ ଭାରତୀୟ ସମୟ ବଦଳରେ ପାକିସ୍ତାନ ସମୟ ଦେଖାଇବା ଆରମ୍ଭ କରିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଧର୍ମଶାଳା ଠାରୁ ପାକିସ୍ତାନ ସୀମା ପ୍ରାୟ ୧୪୦ କିମି। ଅନ୍ତର୍ଜାତୀୟ ନିୟମ ଅନୁସାରେ ସୀମାନ୍ତର ୫୦୦ ମିଟିର ଦୂରତା ମଧ୍ୟରେ ହିଁ ଗୋଟିଏ ଦେଶର ନେଟୱର୍କ ଅନ୍ୟ ଦେଶରେ ମିଳିପାରିବ। କିନ୍ତୁ ୧୪୦ କିମି ଦୂରରେ କେମିତି ପାକିସ୍ତାନ ନେଟୱର୍କ ମିଳୁଛି, ତା’କୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ପ୍ରଥମଥର ପାଇଁ ଯେ ଧର୍ମଶାଳାରେ ପାକିସ୍ତାନ ସିଗ୍ନାଲ୍ସ ଉପଲବ୍ଧ ହୋଇନାହିଁ। ଏହା ପୂର୍ବରୁ ୨୦୧୮ରେ ପାକିସ୍ତାନରେ ସେବା ଯୋଗାଉଥିବା Zong and Ufone କମ୍ପାନୀର ମୋବାଇଲ ନେଟୱର୍କ ସିଗ୍ନାଲ୍ସ ଧର୍ମଶାଳାର ଟ୍ରିଉଣ୍ଡ ଓ ଧର୍ମକୋଟରେ ଠାବ ହୋଇଥିଲା। ଭାରତ-ପାକିସ୍ତାନ ସୀମାରେ ସିଗ୍ନାଲ୍ସ ମିଳିବା ଗୋଟିଏ ସାଧାରଣ କଥା। ହେଲେ ଧର୍ମଶାଳାରେ ନେଟୱର୍କ ଠାବ ହୋଇଥିବାରୁ ପ୍ରଶାସନର ଚିନ୍ତା ବଢ଼ିଛି।

Related story