ଗିରଫ ପାକ୍‌ ଆତଙ୍କୀ କେମିତି ଦିଲ୍ଲୀରେ ପହଞ୍ଚିଲା?

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଧରା ପଡ଼ିଥିବା ପାକିସ୍ତାନ ଆତଙ୍କୀ ମହମ୍ମଦ ଅଶରଫ ଠାରୁ ଅନେକ ଅସମାହିତ ପ୍ରଶ୍ନର ଉତ୍ତର ହାସଲ କରିବା ଲକ୍ଷ୍ୟରେ ପୁଲିସ୍‌। ଏଥିପାଇଁ ତା’କୁ ୧୪ ଦିନିଆ ପୁଲିସ୍‌ ହେପାଜତକୁ ପଠାଇ ଦିଆଯାଇଛି ସୋମବାର ରାତି ୯.୩୦ରେ ତା’କୁ ଗିରଫ କରାଯିବା ପରେ ମଙ୍ଗଳବାର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତା’କୁ ୧୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ଏହି ସମୟରେ ପୁଲିସ୍‌ ଭାରତ ବିରୋଧରେ ପାକିସ୍ତାନ କରିଥିବା ଷଡ଼ଯନ୍ତ୍ରର ଖିଅ […]

Pak-terrorist

Pak-terrorist

Hemant Lenka
  • Published: Wednesday, 13 October 2021
  • Updated: 13 October 2021, 01:31 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଧରା ପଡ଼ିଥିବା ପାକିସ୍ତାନ ଆତଙ୍କୀ ମହମ୍ମଦ ଅଶରଫ ଠାରୁ ଅନେକ ଅସମାହିତ ପ୍ରଶ୍ନର ଉତ୍ତର ହାସଲ କରିବା ଲକ୍ଷ୍ୟରେ ପୁଲିସ୍‌। ଏଥିପାଇଁ ତା’କୁ ୧୪ ଦିନିଆ ପୁଲିସ୍‌ ହେପାଜତକୁ ପଠାଇ ଦିଆଯାଇଛି ସୋମବାର ରାତି ୯.୩୦ରେ ତା’କୁ ଗିରଫ କରାଯିବା ପରେ ମଙ୍ଗଳବାର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା।

କୋର୍ଟ ତା’କୁ ୧୪ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ଏହି ସମୟରେ ପୁଲିସ୍‌ ଭାରତ ବିରୋଧରେ ପାକିସ୍ତାନ କରିଥିବା ଷଡ଼ଯନ୍ତ୍ରର ଖିଅ ବାହାର କରିବ। ଗିରଫ ପାକ୍‌ ଆତଙ୍କୀ ଦୀର୍ଘ ବର୍ଷ ହେଲାଣି ନକଲି ଦସ୍ତାବିଜ ଜରିଆରେ ଭାରତରେ ରହି ଆସୁଥିଲା। ଏହି ସମୟରେ ସେ ଅନେକ ଲୋକଙ୍କ ସହ ସମ୍ପର୍କ ରଖିଥିଲା।

ଏପରି କି ସେ ଜଣେ ଭାରତୀୟ ମହିଳାଙ୍କୁ ବିବାହ ମଧ୍ୟ କରିଥିଲେ। ଭାରତ ବିରୋଧରେ ସେ କରୁଥିବା ‌ଆତଙ୍କୀ ଷଡ଼ଯନ୍ତ୍ରରେ ଆଉ କେଉଁମାନେ ରହିଛନ୍ତି, ସେକଥା ପୁଲିସ୍‌ ଜାଣିବାକୁ ଚେଷ୍ଟା କରୁଛି। ୧୪ ଦିନିଆ ରିମାଣ୍ଡ ସମୟରେ ତା’ଠାରୁ ସବୁ କଥା ଆଦାୟ କରାଯିବ।

ତେବେ ସେ ପାକିସ୍ତାନ ନାଗରିକ ହୋଇଥିବା ବେଳେ କେମିତି ଦିଲ୍ଲୀରେ ପହଞ୍ଚିଲା, ସେକଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିସହ ସେ ଦୀର୍ଘ ବର୍ଷ ହେଲାଣି ଭାରତରେ ରହୁଥିବା ବେଳେ କେମିତି ତା’କୁ କେହି ଠାବ କରି ପାରୁ ନଥିଲେ? ଏସବୁ ଭିତରେ ମହମ୍ମଦକୁ ନେଇ କିଛି ଅଜଣା ତଥ୍ୟ ସାମ୍ନାକୁ ଆସିଛି।

ମହମ୍ମଦ ଅଶରଫ ନିଜକୁ ଅହମଦ ନୁର ନାଁରେ ପରିଚିତ କରାଇଥିଲା। ଏଥିପାଇଁ ନକଲି ପରିଚୟପତ୍ର, ଆଧାର କାର୍ଡ ଓ ଅନ୍ୟାନ୍ୟ ଦସ୍ତାବିଜ ପ୍ରସ୍ତୁତ କରିଥିଲା। ଏହାପରେ ସେ ଦିଲ୍ଲୀର ଅରମ ପାର୍କ ନିକଟରେ ରହୁଥିଲା। ନିଜକୁ ପୀର ବାବା କହୁଥିବା ଅଶରଫ ପାର୍ବଣ ସମୟରେ ଭାରତରେ ବିସ୍ଫୋରଣ କରି ହିଂସାକାଣ୍ଡ ଘଟାଇବାକୁ ଲକ୍ଷ୍ୟ ରଖିଥିଲା।

ଅଶରଫ ବିହାରରେ ତା’ର ଫେକ ଆଇଡି ତିଆରି କରିଥିଲା ଓ ଗାଜିବାଦାର ବୈଶାଲୀରେ ଜଣେ ମହିଳାଙ୍କୁ ବିବାହ କରିଥିଲା। ଶିଲିଗୁଡ଼ିକୁ ଲାଗିଥିବା ବାଂଲାଦେଶ ସୀମାନ୍ତ ଦେଇ ସେ ଭାରତରେ ପ୍ରବେଶ କରିଥିଲା ବୋଲି ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ ମୁଖ୍ୟ କହିଛନ୍ତି।

ଭାରତରେ ପ୍ରବେଶ କରିବା ପରେ ଅଶରଫ ପ୍ରଥମେ ଆଜମେର ଯାଇଥିଲା। ସେଠାରେ ଥିବା ଗୋଟିଏ ମସଜିଦର ମୌଲବୀଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲା। ୨୦୦୬ ମସିହାରେ ସେ ମୌଲବୀଙ୍କୁ ଧରି ଦିଲ୍ଲୀ ଆସିଥିଲା। ମୌଲବୀଙ୍କ ଜଣେ ସମ୍ପର୍କୀୟଙ୍କ ଫ୍ୟାକ୍ଟ୍ରୀ ନିକଟରେ ଅଶରଫ ରହିଥିଲା। ସମୟକ୍ରମେ ମୌଲବୀଙ୍କ ସମ୍ପର୍କୀୟଙ୍କ ଆଇଡିକୁ ବ୍ୟବହାର କରି ଅଶରଫ ଆଇଏସଆଇ ହ୍ୟାଣ୍ଡେଲର ନାସିର ଠାରୁ ଟଙ୍କା ଆଣିବାରେ ଲାଗିଥିଲା। ଭାରତରେ ରହିବା ସମୟରେ ସେ ନିୟମିତ ଭାବେ ନାସିର ସହ ବିଭିନ୍ନ ମାଧ୍ୟମରେ ଯୋଗଯୋଗ ବି କରୁଥିଲା।

ପୁଲିସ୍‌ କହିଛି ଯେ ଅଶରଫ ୨୦୧୪ରେ ତା’ର ପାସପୋର୍ଟ ତିଆରି କରିଥିଲା। ସେ ତା’ର ଠିକଣାକୁ ୫ରୁ ୬ଥର ବଦଲାଇଛି। ଖାଲି ସେତିକି ନୁହେଁ, ସେ ପାକିସ୍ତାନ ହ୍ୟାଣ୍ଡେଲରଙ୍କ ସହ ବିଭିନ୍ନ ପ୍ରକାରର ସୋଶାଲ ମିଡିଆ ଆପ୍‌ ଜରିଆରେ ଯୋଗାଯୋଗ କରୁଥିଲା। ସେ ଅନେକ ନକଲି ପରିଚୟପତ୍ର ତିଆରି କରିଥିବା ପୁଲିସ୍‌ ଜାଣିବାକୁ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos