ପାକିସ୍ତାନୀ ଆତଙ୍କବାଦୀକୁ ଶେଷ କରିଦେଲେ ସୁରକ୍ଷା କର୍ମୀ, ଯୋଜନା ପଣ୍ଡ

ଜମ୍ମୁ: ମଙ୍ଗଳବାର ଜମ୍ମୁ-କଶ୍ମୀର ସୀମାରେ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଅବୁ ଜରାର୍‌ ନାମକ ଜଣେ କୁଖ୍ୟାତ ପାକିସ୍ତାନୀ ଆତଙ୍କବାଦୀକୁ ସୁରକ୍ଷାବାହିନୀ ଏନ୍‌କାଉଣ୍ଟର କରିଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନିକଟରୁ ଏକେ-୪୭ ରାଇଫଲ, ଚାରୋଟି ପତ୍ରିକା, ଗୋଟିଏ ଗ୍ରେନେଡ ଏବଂ କିଛି ଭାରତୀୟ ମୁଦ୍ରା ଜବତ କରାଯାଇଛି। ଉଦ୍ଧାର ସାମଗ୍ରୀରୁ ଅବୁ ଜରାର୍‌ର ପାକିସ୍ତାନ ସହ ଲିଙ୍କ ଥିବା ସ୍ପଷ୍ଟ ହୋଇଛି। ଫଳରେ ଏକ ବଡ଼ଧରଣର ଆକ୍ରମଣ ଯୋଜନାକୁ ପଣ୍ଡ କରିଦିଆଯାଇଛି। […]

890

Tapas Behera
  • Published: Tuesday, 14 December 2021
  • , Updated: 14 December 2021, 06:05 PM IST

ଜମ୍ମୁ: ମଙ୍ଗଳବାର ଜମ୍ମୁ-କଶ୍ମୀର ସୀମାରେ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଅବୁ ଜରାର୍‌ ନାମକ ଜଣେ କୁଖ୍ୟାତ ପାକିସ୍ତାନୀ ଆତଙ୍କବାଦୀକୁ ସୁରକ୍ଷାବାହିନୀ ଏନ୍‌କାଉଣ୍ଟର କରିଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନିକଟରୁ ଏକେ-୪୭ ରାଇଫଲ, ଚାରୋଟି ପତ୍ରିକା, ଗୋଟିଏ ଗ୍ରେନେଡ ଏବଂ କିଛି ଭାରତୀୟ ମୁଦ୍ରା ଜବତ କରାଯାଇଛି। ଉଦ୍ଧାର ସାମଗ୍ରୀରୁ ଅବୁ ଜରାର୍‌ର ପାକିସ୍ତାନ ସହ ଲିଙ୍କ ଥିବା ସ୍ପଷ୍ଟ ହୋଇଛି। ଫଳରେ ଏକ ବଡ଼ଧରଣର ଆକ୍ରମଣ ଯୋଜନାକୁ ପଣ୍ଡ କରିଦିଆଯାଇଛି। ପୁଞ୍ଚ ଏବଂ ରାଜୌରୀ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସକ୍ରିୟ କରିବା ପାଇଁ ଅବୁ ଜରାରଙ୍କ ଉଦ୍ଦେଶ୍ୟ ମଧ୍ୟ ବିଫଳ ହୋଇଛି ବୋଲି କୁହାଯାଇଛି।

ବିଶେଷ କରି ଅବୁ ଜରାରକୁ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ପାଇଁ ପଠାଯାଥିଲା।  ଜରାର ଜଣେ ପାକିସ୍ତାନୀ ନାଗରିକ ହୋଇଥିବା ବେଳେ ଗତ ଅଗଷ୍ଟ ମାସରେ ପୁଞ୍ଚ ସେକ୍ଟରରେ ତାଙ୍କୁ ଚିହ୍ନଟ କରାଯାଇଥିଲା। ସେବେଠାରୁ ସେ ସୁରକ୍ଷା କର୍ମୀଙ୍କ ଟାର୍ଗେଟରେ ଥିଲେ। ଯାହାକୁ ସେନା ପକ୍ଷରୁ ମଙ୍ଗଳବାର ଏନ୍‌କାଉଣ୍ଟର କରାଯାଇଛି। ରଜୌରୀ ଏବଂ ପୁଞ୍ଚ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ  ଉପରେ ଆବୁ ଜରାର ଆକ୍ରମଣ କରିବା ଯୋଜନା ଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଚଳିତ ଅପରେଶନରେ ପୁଞ୍ଚ-ରଜୌରୀ ବେଲଟ୍‌ ତଥା ଏଲଓସିରେ ଆବୁ ଜରାର ନିହତ ହେବା ୮ ନମ୍ବର ଆତଙ୍କବାଦୀ। ଗତ ମାସରେ ଜଜି ଅଫାଜ୍‌ ନାମକ ଜଣେ କୁଖ୍ୟାତ ଆତଙ୍କବାଦୀକୁ ସୁରକ୍ଷା କର୍ମୀ ନିହତ କରିଥିଲେ। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ପିରପଞ୍ଚଲ ଅଞ୍ଚଳରେ ଆତଙ୍କବାଦୀ ବୃଦ୍ଧି ଏବଂ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ତାଙ୍କ ଗୋଷ୍ଟୀରେ ସାମିଲ କରିବା ଅବୁ ଜରାରର ଉଦ୍ଦେଶ୍ୟ ମଧ୍ୟ ଥିଲା।  ସ୍ଥାନୀୟ ଲୋକଙ୍କ ସହଯୋଗରେ ଭାରତୀୟ ସେନା ଏବଂ ଜମ୍ମୁ କଶ୍ମୀର ପୁଲିସର ମିଳିତ ପ୍ରୟାସରେ ଏହି ଯୋଜନା ବିଫଳ ହୋଇଛି। ତେବେ ଆଗକୁ ଆତଙ୍କବାଦୀଙ୍କ ବିରୋଧରେ ଅପରେଶନ ଜାରି ରହିବ ବୋଲି କୁହାଯାଇଛି।

Related story