ପାଣ୍ଡୋରା ପେପର ଲିକ୍‌କୁ ନେଇ ହଇଚଇ, ତାଲିକାରେ ସଚିନ ତେନ୍ଦୁଲକରଙ୍କ ନାଁ

ନୂଆଦିଲ୍ଲୀ: ପାନାମା ଲିକ୍ ପରେ ଏବେ ପାଣ୍ଡୋରା ପେପରକୁ ନେଇ ହଇଚଇ ଆରମ୍ଭ ହୋଇଛି। ପାଣ୍ଡୋରା ପେପରରେ ଭାରତ ସମେତ ବିଶ୍ୱର ବହୁ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଗୁପ୍ତ କାରବାର ସମ୍ପର୍କରେ ତଥ୍ୟ ରହିଛି। ଦୁବାଇ, ମୋନାକୋ, ସ୍ୱିଜରଲ୍ୟାଣ୍ଡ ଓ କେମାନ ଭଳି ଦ୍ୱୀପପୁଞ୍ଜରେ କେମିତି ବିଶ୍ୱର ବିଭିନ୍ନ ବ୍ୟକ୍ତି ଟିକସ ଫାଙ୍କିବା ପାଇଁ ନିଜର ସମ୍ପତ୍ତି ଲୁଚା ରଖିଛନ୍ତି, ସେ ବିଷୟରେ ଲିକ୍‌ ପେପରରୁ ଜଣାପଡ଼ିଛି। ପ୍ରାୟ ୧ କୋଟି ଗୁପ୍ତ ଫାଇଲକୁ ଯାଞ୍ଚ […]

Pandora

Pandora

Hemant Lenka
  • Published: Monday, 04 October 2021
  • Updated: 04 October 2021, 10:54 AM IST

Sports

Latest News

ନୂଆଦିଲ୍ଲୀ: ପାନାମା ଲିକ୍ ପରେ ଏବେ ପାଣ୍ଡୋରା ପେପରକୁ ନେଇ ହଇଚଇ ଆରମ୍ଭ ହୋଇଛି। ପାଣ୍ଡୋରା ପେପରରେ ଭାରତ ସମେତ ବିଶ୍ୱର ବହୁ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଗୁପ୍ତ କାରବାର ସମ୍ପର୍କରେ ତଥ୍ୟ ରହିଛି। ଦୁବାଇ, ମୋନାକୋ, ସ୍ୱିଜରଲ୍ୟାଣ୍ଡ ଓ କେମାନ ଭଳି ଦ୍ୱୀପପୁଞ୍ଜରେ କେମିତି ବିଶ୍ୱର ବିଭିନ୍ନ ବ୍ୟକ୍ତି ଟିକସ ଫାଙ୍କିବା ପାଇଁ ନିଜର ସମ୍ପତ୍ତି ଲୁଚା ରଖିଛନ୍ତି, ସେ ବିଷୟରେ ଲିକ୍‌ ପେପରରୁ ଜଣାପଡ଼ିଛି। ପ୍ରାୟ ୧ କୋଟି ଗୁପ୍ତ ଫାଇଲକୁ ଯାଞ୍ଚ କରିବା ପରେ ତାଲିକାରେ ଥିବା ଲୋକଙ୍କ ନାଁ ସାମ୍ନାକୁ ଆସିଛି।

ଦି ଗାର୍ଡିଆନ୍ ନ୍ୟୁଜ୍ ଅନୁଯାୟୀ, ପାଣ୍ଡୋରା ପେପରରେ ବର୍ତ୍ତମାନର ଓ ପୂର୍ବତନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଦେଶର ମୁଖ୍ୟଙ୍କ ସମେତ ୩୫ ଜଣ ବିଶ୍ୱ ନେତାଙ୍କ ନାମ ରହିଛି। ଏହା ବ୍ୟତୀତ ମନ୍ତ୍ରୀ, ଅଧିକାରୀ, ବିଚାରପତି, ମେୟର, ସାମରିକ ଜେନେରାଲ ଭଳି ୯୦ ଦେଶର ୩୦୦ ଜଣଙ୍କ ନାଁ ରହିଥିବା କୁହାଯାଉଛି।

ପାଣ୍ଡୋରା ପେପର ଲିକରେ ଭାରତର ପ୍ରାୟ ୩୦୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ରହିଛି। ଏମାନଙ୍କ ମଧ୍ୟରେ କିଛି ପୂର୍ବତନ ସାଂସଦ ରହିଛନ୍ତି। ଆର୍ଥିକ ସ୍ତରରେ କାଙ୍ଗାଳା ହୋଇଯାଇଥିବା ପାକିସ୍ତାନର ସର୍ବାଧିକ ୭୦୦ ଜଣ ବ୍ୟକ୍ତିଙ୍କ ନାଁ ବି ପାଣ୍ଡୋରା ପେପର ଲିକ୍‌ରେ ସାମ୍ନାକୁ ଆସିଛି।

ଆଇସିଆଇଜି ଦ୍ୱାରା ପ୍ରସ୍ତୁତ ଦସ୍ତାବିଜ୍‌ରେ ୧୦୦ ଧନୀ ବ୍ୟକ୍ତିଙ୍କ ବ୍ୟତୀତ ରୁଷ, ଭାରତ, ପାକିସ୍ତାନ, ବ୍ରିଟେନ ଓ ମେକ୍ସିକୋର ସେଲିବ୍ରିଟିଙ୍କ ନାଁରେ ବିଦେଶରେ କମ୍ପାନୀ ଥିବା କୁହାଯାଇଛି। ପାଣ୍ଡୋରା ପେପର୍ସରେ ଜୋର୍ଡାନର ରାଜା, ୟୁକ୍ରେନ, କେନିଆର ରାଷ୍ଟ୍ରପତି, ଚେକ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଓ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଟନି ବ୍ଲେୟାରଙ୍କ ଗୁପ୍ତ ସମ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ଆସନ୍ତା କିଛି ଦିନ ମଧ୍ୟରେ ପାଣ୍ଡୋରା ପେପର ଲିକ୍ ବିଷୟରେ ବିସ୍ତୃତ ସୂଚନା ଆସିବ।


ବିଶ୍ୱର ପ୍ରାୟ ୧.୯ କୋଟି ଦସ୍ତାବିଜ୍‌କୁ ଯାଞ୍ଚ କରିବା ପରେ ଏହି ଆର୍ଥିକ ହେରଫେର ସମ୍ପର୍କରେ ସୂଚନା ମିଳିଛି। ଆଇସିଆଇଜେ କହିଛି ଯେ ପାଣ୍ଡୋରା ପେପରର ଅନୁସନ୍ଧାନରେ ୧୧୭ଟି ଦେଶର ୬୦୦ରୁ ଅଧିକ ସାମ୍ବାଦିକ ସାମିଲ ରହିଥିଲେ। ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନିଜକୁ ବ୍ରିଟେନ କୋର୍ଟରେ ଦେବାଳିଆ ବୋଲି ଦାବି କରୁଥିବା ଅନୀଲ ଅମ୍ବାନୀଙ୍କର ବିଦେଶରେ ମଧ୍ୟ ୧୮ଟି କମ୍ପାନୀ ରହିଛି।

ଏଥି ସହିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ହଜାରେ କୋଟି ଟଙ୍କା ଋଣ ଜାଲିଆତି କରିଥିବା ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଭଉଣୀ ଦେଶ ଛାଡ଼ିବାର ମାସକ ପୂର୍ବରୁ ବିଦେଶରେ ଗୋଟିଏ ଟ୍ରଷ୍ଟ ଗଠନ କରିଥିଲେ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ପାନାମା ପେପର ଲିକ୍ ହେବା ପରେ ଭାରତୀୟମାନେ ସେମାନଙ୍କର ସମ୍ପତ୍ତିକୁ ରିଅର୍ଗାନାଇଜ୍‌ କରିବା ଆରମ୍ଭ କରିଥିଲେ।

ଏହିକ୍ରମରେ କ୍ରିକେଟର ଭଗବାନ ସଚିନ୍ ତେନ୍ଦୁଲକର ମଧ୍ୟ ପାନାମା ପେପର ଲିକର ତିନି ମାସ ପରେ ବ୍ରିଟିଶ୍ ଭର୍ଜିନ ଦ୍ୱୀପପୁଞ୍ଜରେ ତାଙ୍କ ସମ୍ପତ୍ତି ବିକ୍ରି କରିବା ଆରମ୍ଭ କରିଥିଲେ। ତେବେ ଏହା ପଛର କାରଣ କ’ଣ ସେକଥା ଜଣାପଡ଼ିନି।

ରିପୋର୍ଟରେ କୁହାଯାଇଛି ଯେ ୩୦୦ରୁ ଅଧିକ ଭାରତୀୟଙ୍କ ନାଁ ସାମ୍ନାକୁ ଆସିବା ପରେ ୬୦ ଜଣଙ୍କ ବିଷୟରେ ଯାଞ୍ଚ କରାଯାଇଥିଲା। ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଆଗାମୀ ଦିନରେ ପ୍ରକାଶ ପାଇବ। ଏମାନେ ଟିକସ ଫାଙ୍କିବା ପାଇଁ କେମିତି ଷଡ଼ଯନ୍ତ୍ର କରିଥିଲେ, ତା’ର ଖୁଲାସା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos