Advertisment

ପଛୁଆ ବର୍ଗ ତାଲିକା ପ୍ରସ୍ତୁତ କରିବ ରାଜ୍ୟ, ଉଭୟ ଗୃହରେ ବିଲ୍‌ ପାରିତ

ନୂଆଦିଲ୍ଲୀ: ଓବିସି ବା ପଛୁଆ ବର୍ଗଙ୍କୁ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟମାନଙ୍କୁ କ୍ଷମତା ପ୍ରଦାନ କରୁଥିବା ୧୨୭ତମ ସାମ୍ବିଧାନିକ ସଂଶୋଧନ ବିଲ୍ ରାଜ୍ୟସଭାରେ ପାରିତ ହୋଇଛି। ଏହି ବିଲକୁ ରାଜ୍ୟସଭାରେ ମୋଟ୍ ୧୮୬ ସାଂସଦ ସମର୍ଥନ କରିଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା। ବର୍ତ୍ତମାନ ଏହି ବିଲ୍ ରାଷ୍ଟ୍ରପତିଙ୍କ ନିକଟରେ ଉପସ୍ଥାପିତ ହେବ। ରାଷ୍ଟ୍ରପତିଙ୍କ ଦସ୍ତଖତ ପରେ ଏହା ଆଇନରେ ପରିଣତ ହେବ। ଏହି ବିଲ୍ ଅନୁଯାୟୀ ଦେଶର ସମସ୍ତ […]

ଅଦ୍ୟତନ ହୋଇଛି
ପଛୁଆ ବର୍ଗ ତାଲିକା ପ୍ରସ୍ତୁତ କରିବ ରାଜ୍ୟ, ଉଭୟ ଗୃହରେ ବିଲ୍‌ ପାରିତ

rajya-sabha

Advertisment

ନୂଆଦିଲ୍ଲୀ: ଓବିସି ବା ପଛୁଆ ବର୍ଗଙ୍କୁ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟମାନଙ୍କୁ କ୍ଷମତା ପ୍ରଦାନ କରୁଥିବା ୧୨୭ତମ ସାମ୍ବିଧାନିକ ସଂଶୋଧନ ବିଲ୍ ରାଜ୍ୟସଭାରେ ପାରିତ ହୋଇଛି। ଏହି ବିଲକୁ ରାଜ୍ୟସଭାରେ ମୋଟ୍ ୧୮୬ ସାଂସଦ ସମର୍ଥନ କରିଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା। ବର୍ତ୍ତମାନ ଏହି ବିଲ୍ ରାଷ୍ଟ୍ରପତିଙ୍କ ନିକଟରେ ଉପସ୍ଥାପିତ ହେବ। ରାଷ୍ଟ୍ରପତିଙ୍କ ଦସ୍ତଖତ ପରେ ଏହା ଆଇନରେ ପରିଣତ ହେବ।

Advertisment

ଏହି ବିଲ୍ ଅନୁଯାୟୀ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଓବିସି ବା ପଛୁଆ ବର୍ଗ ସଂରକ୍ଷଣ ପାଇଁ ତାଲିକା ପ୍ରସ୍ତୁତ କରିବେ। ନିକଟରେ ମହାରାଷ୍ଟ୍ର ସରକାର ଦେଇଥିବା ମରାଠା କୋଟାକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିବା ପରେ କେନ୍ଦ୍ର ସରକାର ଏହି ବିଲ୍ ଆଣିଛନ୍ତି।

ମରାଠା ସଂରକ୍ଷଣ ଉପରେ ପ୍ରତିବନ୍ଧକ ଲଗାଇବାବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ରାଜ୍ୟ ସରକାର ଏହି ଉପାୟରେ ଓବିସି ତାଲିକାରେ କାହାରିକୁ ଅନ୍ତର୍ଭୁକ୍ତ କରିପାରିବେ ନାହିଁ। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ମହାରାଷ୍ଟ୍ରରେ ମରାଠା ସଂରକ୍ଷଣକୁ ନେଇ ଆନ୍ଦୋଳନ ହୋଇଥିଲା। ଏହା ପରେ ସରକାର ଏହି ବିଲ୍ ଆଣିଛନ୍ତି।

Advertisment

ଏବେ ମହାରାଷ୍ଟ୍ରରେ ମରାଠା ସଂରକ୍ଷଣର ରାସ୍ତାକୁ ସହଜ କରିବ। ଏହା ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ ରାଜ୍ୟ ସରକାର ଏପରି ପଛୁଆ ବର୍ଗ ତାଲିକା ପ୍ରସ୍ତୁତ କରିବାର ଅଧିକାର ପାଇବେ। ରାଜ୍ୟସଭାରେ ଏହି ବିଲ୍ ଉପରେ ବିତର୍କ ଚାଲିଥିବା ବେଳେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ସଂରକ୍ଷଣର ୫୦ ପ୍ରତିଶତ ସୀମା ହଟାଇବାକୁ ଦାବି କରିଛନ୍ତି।

ତେବେ ଏହି ବିଲ୍ ପାରିତ ହେବା ପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଧିବେଶନକୁ ସ୍ଥଗିତ ରଖାଯାଇଛି। ଓବିସି ବିଲ୍ ଉଭୟ ଗୃହରେ ବାଚନିକ ଭୋଟ୍ ମାଧ୍ୟମରେ ପାରିତ ହୋଇଛି। ଉଭୟ ଗୃହର କୌଣସି ସଦସ୍ୟ ଏହି ବିଲକୁ ବିରୋଧ କରିନଥିଲେ।

ବିଜେଡି ଫୋକସରେ ପଛୁଆବର୍ଗ

ସେପଟେ ଭୋଟ୍ ପଲିଟିକ୍ସ ପାଇଁ ଅଣ୍ଟା ଭିଡିଛି ରାଜ୍ୟ ବିଜେଡି। ଆଜି ଏହି ଘଟଣାକୁ ନେଇ ବିଜେଡି  ସାଂସଦମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟି ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା କରିବାକୁ ଦାବି କରିଛନ୍ତି। ଜାତିଭିତ୍ତିକ ଜନଗଣନା ହେଲେ ରାଜ୍ୟରେ ପଛୁଆବର୍ଗଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ିବ। ସେହି ଅନୁସାରେ ସେମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇ ପାରିବ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛି ବିଜେଡି। ତାସହ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କୁ  ମିଶାଇ ସମୁଦାୟ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ କରିବା ନେଇ ସୁପ୍ରିମକୋର୍ଟଙ୍କ ପ୍ରତିବନ୍ଧକ ରହିଛି। ତେଣୁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର  ଆଇନ୍ ଆଣି ରାଜ୍ୟମାନଙ୍କୁ  ପଛୁଆବର୍ଗ ଚିହ୍ନଟ ଓ ତାଲିକା ଜାରି କରିବା ସହ ସଂରକ୍ଷଣ ସୀମା ୫୦ ପ୍ରତିଶତ ଉପରକୁ କରିବା ପାଇଁ କ୍ଷମତା ପ୍ରଦାନ କରୁ ବୋଲି ଦାବି କରିଛି ବିଜେଡି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe