ଟେକ୍‌ ଅଫ୍‌ର ଠିକ୍‌ ପୂର୍ବରୁ ବିମାନରେ ବସିଥିବା ଯାତ୍ରୀ କହିଲେ ସେ କରୋନା ପଜିଟିଭ, ଆଉ ତା’ ପରେ

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନରେ ଅଭାବନୀୟ ଘଟଣା ଘଟିଛି। ବିମାନଟି ଯାତ୍ରୀଙ୍କୁ ଧରି ଉଡ଼ାଣ ଭରିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍‌ ଏହା ମଧ୍ୟରେ ବସିଥିବା ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଘୋଷଣା କରିଛନ୍ତି। ଏହାକୁ ନେଇ ପୂରା ବିମାନରେ ହଇଚଇ ସୃଷ୍ଟି ହେବାରୁ ପାଇଲଟ ଜଣଙ୍କ ବିମାନଟିକୁ ଉଡ଼ାଣ କରିବା ପରିବର୍ତ୍ତେ ପାର୍କିଂ ସ୍ଥାନକୁ ଆଣିଥିଲେ। ଦିଲ୍ଲୀରୁ ଇଣ୍ଡୋଗର ବିମାନ ୬ଇ-୨୮୬ ଯାତ୍ରୀଙ୍କୁ ଧରି ପୁଣେ ଅଭିମୁଖେ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିଲା। ଏଥିପାଇଁ ବିମାନ […]

Indigo

Hemant Lenka
  • Published: Friday, 05 March 2021
  • , Updated: 05 March 2021, 05:47 PM IST

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନରେ ଅଭାବନୀୟ ଘଟଣା ଘଟିଛି। ବିମାନଟି ଯାତ୍ରୀଙ୍କୁ ଧରି ଉଡ଼ାଣ ଭରିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍‌ ଏହା ମଧ୍ୟରେ ବସିଥିବା ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ଘୋଷଣା କରିଛନ୍ତି। ଏହାକୁ ନେଇ ପୂରା ବିମାନରେ ହଇଚଇ ସୃଷ୍ଟି ହେବାରୁ ପାଇଲଟ ଜଣଙ୍କ ବିମାନଟିକୁ ଉଡ଼ାଣ କରିବା ପରିବର୍ତ୍ତେ ପାର୍କିଂ ସ୍ଥାନକୁ ଆଣିଥିଲେ।

ଦିଲ୍ଲୀରୁ ଇଣ୍ଡୋଗର ବିମାନ ୬ଇ-୨୮୬ ଯାତ୍ରୀଙ୍କୁ ଧରି ପୁଣେ ଅଭିମୁଖେ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିଲା। ଏଥିପାଇଁ ବିମାନ ମଧ୍ୟରେ ଯାତ୍ରୀମାନେ ମଧ୍ୟ ବସି ସାରିଥିଲେ। ହେଲେ ଏହି ସମୟରେ ଜଣେ ବ୍ୟକ୍ତି ବିମାନର କ୍ୟାବିନ କ୍ରୁଙ୍କୁ ସେ କରୋନାରେ ଆକ୍ରାନ୍ତ ଥିବା କଥା କହିଥିଲେ।

ନିଜ କଥାକୁ ପ୍ରମାଣିତ କରିବା ପାଇଁ ସେ ପଜିଟିଭ ପ୍ରମାଣପତ୍ର ମଧ୍ୟ ଦେଖାଇଥିଲେ। ଖବର ମିଳିବା ପରେ ବିମାନର ପାଇଲଟ ଗ୍ରାଉଣ୍ଡ କଣ୍ଟ୍ରୋଲର୍ସଙ୍କ ସହ ଯୋଗାଯୋଗ କରିଥିଲେ ଓ ବିମାନଟିକୁ ରନୱେରୁ ପାର୍କିଂ ସ୍ଥଳକୁ ଆଣିଥିଲେ। ୬ରୁ ୮ ନଂ ସିଟ୍‌ ଯାଏ ୩ଟି ଯାକ ଧାଡ଼ିର ଯାତ୍ରୀମାନଙ୍କୁ ପ୍ରଥମେ ତଳକୁ ଓହ୍ଲାଇବା ସହ କଣ୍ଟେନମେଣ୍ଟ ପାଇଁ କୋଚ୍‌ରେ ଅପେକ୍ଷା କରିବାକୁ କୁହାଯାଇଥିଲା। କୋଭିଡ୍‌ ଆକ୍ରାନ୍ତ ଜଣଙ୍କ ଏହି ୩ଟି ଧାଡ଼ିରୁ ଗୋଟିଏରେ ବସିଥିଲେ।

ପୁନଃ ଉଡ଼ାଣ କରିବା ପୂର୍ବରୁ ବିମାନଟିକୁ ପ୍ରଥମେ ସାନିଟାଇଜ୍‌ କରାଯାଇଥିଲା ଓ ସିଟ୍‌ କଭରକୁ ମଧ୍ୟ ବଦଳା ଯାଇଥିଲା। ସେହିପରି ଆମ୍ବୁଲାନ୍ସ ଯୋଗେ କୋଭିଡ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଦକ୍ଷିଣ ଦିଲ୍ଲୀର ସଫଦର୍ଜଙ୍ଗ ହସ୍ପିଟାଲକୁ ପଠାଯାଇଥିଲା।

Related story