ମାଞ୍ଝିଙ୍କ ଜିଭ କାଟିଲେ ୧୧ ଲକ୍ଷ ଟଙ୍କା ଘୋଷଣା କରି ଫସିଲେ ବିଜେପି ନେତା  

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା(ଏଚ୍‌ଓଏମ) ଜିତନ ରାମ ମାଞ୍ଝିଙ୍କ ବିରୋଧରେ ଧମକପୂର୍ଣ୍ଣ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି। ଜିତନ ରାମ ମାଞ୍ଝିଙ୍କ ଜିଭ କାଟିଦେଲେ ୧୧ ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିବା ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ବିବାଦୀୟ ମନ୍ତବ୍ୟ ଦେଇଥିବା ଗଜେନ୍ଦ୍ର ଝାଙ୍କୁ ବିଜେପିରୁ ବହିଷ୍କାର କରାଯାଇଛି। ଏଥିସହ ଗଜେନ୍ଦ୍ରଙ୍କୁ  ସ୍ପଷ୍ଟୀକରଣ ମଗାଯାଇଛି। ଏହି ପରିପ୍ରେକ୍ଷୀରେ  ବିହାରର ମାଧୁବାନୀଙ୍କ ବିଜେପି ଜିଲ୍ଲା ସଭାପତି ଶଙ୍କର […]

jitan-ram-manjhi

Tapas Behera
  • Published: Wednesday, 22 December 2021
  • , Updated: 22 December 2021, 09:50 AM IST

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା(ଏଚ୍‌ଓଏମ) ଜିତନ ରାମ ମାଞ୍ଝିଙ୍କ ବିରୋଧରେ ଧମକପୂର୍ଣ୍ଣ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଛି। ଜିତନ ରାମ ମାଞ୍ଝିଙ୍କ ଜିଭ କାଟିଦେଲେ ୧୧ ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିବା ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ବିବାଦୀୟ ମନ୍ତବ୍ୟ ଦେଇଥିବା ଗଜେନ୍ଦ୍ର ଝାଙ୍କୁ ବିଜେପିରୁ ବହିଷ୍କାର କରାଯାଇଛି। ଏଥିସହ ଗଜେନ୍ଦ୍ରଙ୍କୁ  ସ୍ପଷ୍ଟୀକରଣ ମଗାଯାଇଛି। ଏହି ପରିପ୍ରେକ୍ଷୀରେ  ବିହାରର ମାଧୁବାନୀଙ୍କ ବିଜେପି ଜିଲ୍ଲା ସଭାପତି ଶଙ୍କର ଝା ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ଆନ୍ତର୍ଜାତୀୟ ହିନ୍ଦୁ ମହାସଭାର ସାଧାରଣ ସମ୍ପାଦକ ଗଜେନ୍ଦ୍ରଙ୍କୁ ଦଳରୁ ବହିଷ୍କାର କରଯିବା ସହ ୧୫ ଦିନ ମଧ୍ୟରେ ସ୍ପଷ୍ଟୀକରଣ ମାଗିଛନ୍ତି। ବିଜେପି ଜିଲ୍ଲା ସଭାପତି  ଜାରି କରିଥିବା ବିବୃତ୍ତିରେ ଗଜେନ୍ଦ୍ରଙ୍କ ଆପତ୍ତିଜନକ ମନ୍ତବ୍ୟ ଦଳକୁ ଆଘାତ ଦେଇଛି। ତେଣୁ ତାଙ୍କୁ ଦଳରୁ ବରଖାସ୍ତ କରାଯାଇବା ଉଲ୍ଲେଖ ରହିଛି। ସୂଚନା ଅନୁଯାୟ, ଭୂୟାଁ ମୁସହର ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମାଞ୍ଝି ଯୋଗ ଦେଇଥିଲେ । ଏଠାରେ ସେ କହିଥିଲେ ବ୍ରାହ୍ମଣମାନେ ସତ୍ୟ ନାରାୟଣ ପୂଜା କରିବାକୁ ଆସିବା ବେଳେ କୁହନ୍ତି ଆପଣଙ୍କ ଘରେ କିଛି ଖାଇବୁ ନାହିଁ, ଯାହା କିଛି ଟଙ୍କା ଦକ୍ଷିଣା ବାବଦକୁ ଦିଅନ୍ତୁ । ଏହା କହିବା ବେଳେ ସେ ଭାଷାର ସଂଯମତା ମଧ୍ୟ ପାର କରି ଯାଇଥିଲେ । ତାଙ୍କର ଏହି ବୟାନକୁ ସମସ୍ତ ପାର୍ଟି ସମାଲୋଚନା କରିଥିଲେ ।

ପରେ ମାଞ୍ଝି ଏ ନେଇ କ୍ଷମା ମାଗି କହିଛନ୍ତି, ମୁଁ ବ୍ରାହ୍ମଣମାନଙ୍କ କ୍ଷେତ୍ରରେ ଏହି ବାକ୍ୟ ବ୍ୟବହାର କରି ନାହିଁ । ନିଜ ଜାତିର ଲୋକଙ୍କୁ ବିରକ୍ତ ହୋଇ କହିଥିଲି । ଏହା ସତ୍ୱେ ଯଦି ବ୍ରାହ୍ମଣ ସମାଜକୁ ମୋ ବାକ୍ୟ ଆଘାତ ଦେଇଛି, ମୁଁ କ୍ଷମା ପ୍ରାର୍ଥନା କରୁଛି । ମାଞ୍ଝିଙ୍କ ଏହି ମନ୍ତବ୍ୟ ପରେ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ ବିଜେପିରି ଗଜେନ୍ଦ୍ର ଝା। ସେ କହିଥିଲେ ଯେ, ଯିଏ ଜିତନ ରାମ ମାଞ୍ଝିଙ୍କ ଜିବ କାଟି ଦେବ ତାକୁ  ୧୧ ଲକ୍ଷ ଟଙ୍କା ଦିଆଯିବ। ଯାହାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା।

Related story